Class 10 , Chapter 1 ଭାରତୀୟ ଜାତୀୟ ଆନ୍ଦୋଳନରେ ଗାନ୍ଧିଜୀଙ୍କ ଆବିର୍ଭାବ
Chapter 1 ଭାରତୀୟ ଜାତୀୟ ଆନ୍ଦୋଳନରେ ଗାନ୍ଧିଜୀଙ୍କ ଆବିର୍ଭାବ ଭାରତୀୟ ଜାତୀୟ ଆନ୍ଦୋଳନରେ ଗାନ୍ଧିଜୀ : ପୃଥିବୀ ଇତିହାସ ପୃଷ୍ଠାରେ ଉଲ୍ଲିଖ୍ ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ଭାରତର ମହାନ୍ ଜନନାୟକ ତଥା ସ୍ଵାଧୀନତା ଆନ୍ଦୋଳନର କର୍ଣ୍ଣଧାର ମହାତ୍ମା ଗାନ୍ଧି ଅନ୍ୟତମ । ସଂକ୍ଷିପ୍ତ ପରିଚୟ ପୂରା ନାମ : ମୋହନଦାସ କରମଚାନ୍ଦ ଚାନ୍ଧି ଜନ୍ମ ତାରିଖ : ଅକ୍ଟୋବର ୨, ୧୮୬୯ ଜନ୍ମସ୍ଥାନ : ପୋରବନ୍ଦର (ଗୁଜରାଟ) ବିବାହ : ୧୮୮୨ ଖ୍ରୀଷ୍ଟାବ୍ଦ ପତ୍ନୀଙ୍କ ନାମ : କସ୍ତୁରବା ଗାନ୍ଧି (ଶ୍ରଦ୍ଧାନାମ – ବା) ଇଂଲଣ୍ଡ ଯାତ୍ରା : : ୧୮୮୮ ଅକ୍ଟୋବର ଆଇନ ଶିକ୍ଷା ସମାପ୍ତି : ୧୮୯୧ ଜୁନ୍ ଆଇନ ବ୍ୟବସାୟ ଆରମ୍ଭ : ୧୮୯୫ ଜୁନ୍ (ରାଜକୋଟ ଓ ବମ୍ବେଠାରେ) ଦକ୍ଷିଣ ଆଫ୍ରିକାରେ ଗାନ୍ଧିଜୀଙ୍କ କାର୍ଯ୍ୟାବଳୀ : ଦାଦା ଅବଦୁଲ୍ଲା ନାମକ ଜଣେ ଭାରତୀୟ ମୁସଲମାନ ବ୍ୟବସାୟୀଙ୍କ ମୋକଦ୍ଦମା ଲଢ଼ିବାପାଇଁ ଗାନ୍ଧିଜୀ ଦକ୍ଷିଣ ଆଫ୍ରିକାର ନାଟାଲ୍ ନାମକ ସ୍ଥାନକୁ ଯାଇଥିଲେ । ସେଠାରେ କୃଷ୍ଣକାୟ ଆଫ୍ରିକୀୟଙ୍କ ସହ ପ୍ରବାସୀ ଭାରତୀୟମାନେ ଶ୍ୱେତାଙ୍ଗ ଇଂରେଜମାନଙ୍କ ବର୍ଣ୍ଣବୈଷମ୍ୟ ନୀତି ଯୋଗୁଁ ବିଭିନ୍ନ ଅତ୍ୟାଚାରର ସମ୍ମୁଖୀନ ହେଉଥିଲେ । ସେଠାକାର ଭାରତୀୟମାନଙ୍କର ଭୋଟଦାନ ଅଧିକାର ନ ଥିଲା, ସେମାନଙ୍କୁ ନାମ ପଞ୍ଜୀକରଣ କରି ନିର୍ବାଚନ କର ଦେବାକୁ ହେଉଥୁଲା, ଅସ୍ବାସ୍ଥ୍ୟକର ପରିବେଶରେ ବସବାସ କରିବାକୁ ପଡୁଥିଲା । ଭାରତୀୟମାନେ ରେଳଗାଡ଼ିର ପ୍ରଥମ...