BSE Odisha Class 10 History Solutions Chapter 2 ଭାରତରେ ଅସହଯୋଗ ଆନ୍ଦୋଳନ ଓ ଓଡ଼ିଶାରେ ଏହାର ପ୍ରଭାବ
BSE Odisha Class 10 History Solutions Chapter 2 ଭାରତରେ ଅସହଯୋଗ ଆନ୍ଦୋଳନ ଓ ଓଡ଼ିଶାରେ ଏହାର ପ୍ରଭାବ ୧। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ଲେଖ । (କ) ଖୁଲାଫତ୍ ଆନ୍ଦୋଳନ କାହିଁକି ହୋଇଥିଲା ଏବଂ ଏହାର ପରିଚାଳନା ପାଇଁ ଗଠିତ କମିଟିରେ କେଉଁମାନେ ସଦସ୍ୟ ରହିଥିଲେ ? Answer: ପ୍ରଥମ ବିଶ୍ବଯୁଦ୍ଧରେ ତୁର୍କୀ ମିତ୍ରଶକ୍ତି ବିରୋଧରେ ଯୁଦ୍ଧ କରିଥିଲା । ଯୁଦ୍ଧ ସମୟରେ ତୁର୍କୀ ସାମ୍ରାଜ୍ୟକୁ ବିଭାଜିତ କରିଦିଆଗଲା । ତୁର୍କୀ ପ୍ରତି ଏତାଦୃଶ ବ୍ୟବହାର ପାଇଁ ଭାରତୀୟ ମୁସଲମାନମାନେ ବ୍ୟଥ୍ତ ଓ କ୍ରୋଧାନ୍ଵିତ ହେଲେ । ତୁର୍କୀର ସୁଲତାନ ଥିଲେ ମୁସଲମାନମାନଙ୍କ ଧର୍ମଗୁରୁ ବା ଖଲିଫା । ଖଲିଫାଙ୍କୁ ସମ୍ମାନ ଦେଖାଇ ଭାରତରେ ଯେଉଁ ଆନ୍ଦୋଳନ ହୋଇଥିଲା, ତାହାକୁ ଖୁଲାଫତ୍ ଆନ୍ଦୋଳନ କୁହାଯାଏ । ଏହି ଆନ୍ଦୋଳନରେ ନେତୃତ୍ୱ ସୌକତ୍ ଅଲ୍ଲୀ ଓ ମହମ୍ମଦ ଅଲ୍ଲୀ ନାମକ ଦୁଇ ଭାଇ ନେଇଥିଲେ । ଏହାର ପରିଚାଳନାପାଇଁ ଗଠିତ କମିଟିରେ ଅଲ୍ଲୀ ଭ୍ରାତାଦ୍ବୟ, ଆବୁଲ କାଲାମ ଆଜାଦ୍, ହକିମ୍ ହଜ୍ମଲ୍ ଖାଁ ଓ ହସରତ୍ ମୋହାନୀ ସଦସ୍ୟ ଥିଲେ । (ଖ) ଖୁଲାଫତ୍ ଆନ୍ଦୋଳନରେ ଗାନ୍ଧିଜୀଙ୍କ ଭୂମିକା ଆଲୋଚନା କର । Answer: ମହାତ୍ମା ଗାନ୍ଧି ହିନ୍ଦୁ ଓ ମୁସଲମାନମାନଙ୍କୁ ଏକତ୍ର କରିବା ସହିତ ଜାତୀୟ ଆନ୍ଦୋଳନର ଭିତ୍ତିଭୂମିକୁ ଦୃଢ଼ କରିବା ଉଦ୍ଦେଶ୍ୟରେ ଖୁଲାଫତ୍ ଆନ୍ଦୋଳନକୁ ସମର୍ଥନ କରିଥିଲେ । ୧୯୧୯ ମସିହା ନଭେମ୍ବର ମାସରେ...