Posts

Showing posts with the label History solutions chapter 4

BSE Odisha 10th Class History Solutions Chapter 4 ଭାରତ ଛାଡ଼ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା

  BSE Odisha 10th Class History Solutions Chapter 4 ଭାରତ ଛାଡ଼ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା ୧। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୬୦ ଗୋଟି ଶବ୍ଦରେ ଲେଖ । (କ) ‘କ୍ରିପ୍‌ସ୍ ମିଶନ୍’ର ପ୍ରସ୍ତାବଗୁଡ଼ିକ ଆଲୋଚନା କର । Answer: ଇଂଲଣ୍ଡର ପ୍ରଧାନମନ୍ତ୍ରୀ ଉଇନ୍‌ଷ୍ଟନ୍‌ ଏସ୍. ଚର୍ଚ୍ଚିଲ୍ ୧୯୪୨ ମସିହା ମାର୍ଚ୍ଚ ମାସରେ ସାର୍‌ ଷ୍ଟାଫୋର୍ଡ଼ କ୍ରିପ୍‌ସ୍‌ଙ୍କ ନେତୃତ୍ୱରେ ଏକ ପ୍ରତିନିଧ‌ି ଦଳ ଭାରତକୁ ପଠାଇଥିଲେ । ତାହା ‘କ୍ରିପ୍‌ସ୍ ମିଶନ୍’ ନାମରେ ପରିଚିତ । ଏହି ମିଶନ ପ୍ରସ୍ତାବ ଦେଲା ଯେ ଭାରତକୁ ବ୍ରିଟିଶ୍ ସାମ୍ରାଜ୍ୟର ଏକ ଅଂଶ ରୂପେ ସ୍ଵାୟର ଶାସନ ଅଧିକାର ଦିଆଯିବ । ଭାରତବାସୀ ନିଜ ପାଇଁ ସମ୍ବିଧାନ ପ୍ରସ୍ତୁତ କରିବାର ଅଧିକାର ପାଇବେ । କିନ୍ତୁ କୌଣସି ପ୍ରଦେଶ ଯଦି ସେ ସମ୍ବିଧାନ ଗ୍ରହଣ ନ କରେ; ତେବେ ସେହି ପ୍ରଦେଶ ନିଜ ପାଇଁ ଗୋଟିଏ ପୃଥକ୍ ସମ୍ବିଧାନ ପ୍ରସ୍ତୁତ କରିପାରିବ । ଭାରତକୁ ଖଣ୍ଡବିଖଣ୍ଡ କରି ବ୍ରିଟିଶ୍ ସାମ୍ରାଜ୍ୟବାଦର ଦୃଢ଼ୀକରଣ ଉଦ୍ଦେଶ୍ୟ ବୁଝିପାରି କ୍ରିପ୍‌ସ୍‌ ମିଶନ୍‌ର ଏହି ପ୍ରସ୍ତାବକୁ ସବୁ ଦଳ ପ୍ରତ୍ୟାଖ୍ୟାନ କରିଥିଲେ । (ଖ) ଭାରତ ଛାଡ଼ ପ୍ରସ୍ତାବ କିପରି ଗୃହୀତ ହୋଇଥିଲା ? Answer: ୧୯୪୨ ମସିହା ଜୁଲାଇ ୬ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ୱାର୍ଦ୍ଧାଠାରେ କଂଗ୍ରେସ କାର୍ଯ୍ୟକାରୀ କମିଟିର ବୈଠକ ବସିଲା ଏବଂ ଏଥିରେ ‘ଭାରତ ଛାଡ଼’ ପ୍ରସ୍ତାବ ଗୃହୀତ ହୋଇଥିଲା । ୧୯୪୨ ମସି...