Posts

Showing posts with the label History solutions chapter 1

BSE Odisha Class 10 History Solutions Chapter 1 ଭାରତୀୟ ଜାତୀୟ ଆନ୍ଦୋଳନରେ ଗାନ୍ଧିଜୀଙ୍କ ଆବିର୍ଭାବ

  BSE Odisha Class 10 History Solutions Chapter 1 ଭାରତୀୟ ଜାତୀୟ ଆନ୍ଦୋଳନରେ ଗାନ୍ଧିଜୀଙ୍କ ଆବିର୍ଭାବ ୧ । ପପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ଲେଖ । (କ) ଦକ୍ଷିଣ ଆଫ୍ରିକାରେ ଭାରତୀୟମାନେ ଶ୍ୱେତାଙ୍ଗମାନଙ୍କଦ୍ୱାରା କିପରି ଅତ୍ୟାଚାରିତ ହେଉଥିଲେ ? Answer: ବର୍ଣ୍ଣବୈଷମ୍ୟ ନୀତି ଯୋଗୁଁ ଦକ୍ଷିଣ ଆଫ୍ରିକାରେ କାମ କରୁଥିବା କୃଷ୍ଣାଙ୍ଗ ଆଫ୍ରିକୀୟ ଓ ଭାରତୀୟମାନେ ବିଭିନ୍ନ ଅତ୍ୟାଚାରର ସମ୍ମୁଖୀନ ହେଉଥିଲେ । ସେଠାରେ ସେମାନଙ୍କର ଭୋଟଦାନ ଅଧିକାର ନଥିଲା । ସେମାନଙ୍କୁ ସେମାନଙ୍କର ନାମ ପଞ୍ଜୀକରଣ କରି ନିର୍ବାଚନ କର ଦେବାକୁ ପଡୁଥିଲା । ଭାରତୀୟମାନଙ୍କ ବସତି ସ୍ଥାପନ ପାଇଁ ଜନାକୀର୍ଣ୍ଣ ଅସ୍ଵାସ୍ଥ୍ୟକର ପରିବେଶ ଉଦ୍ଦିଷ୍ଟ କରାଯାଇଥିଲା । ସେମାନେ ରାତି ନ’ଟା ପରେ ଘରୁ ବାହାରକୁ ଯାଇପାରୁ ନଥିଲେ କି ଜନସାଧାରଣଙ୍କ ପାଦଚଲା ରାସ୍ତା ବ୍ୟବହାର କରିପାରୁ ନଥିଲେ । ସେମାନେ ରେଳଗାଡ଼ିର ପ୍ରଥମ ବା ଦ୍ୱିତୀୟ ଶ୍ରେଣୀ କୋଠରିରେ ଯାତ୍ରା କରିପାରୁ ନଥିଲେ । ଭାରତୀୟମାନଙ୍କୁ ଶ୍ଵେତାଙ୍ଗମାନେ ‘କୁଲି’ ବୋଲି ସମ୍ବୋଧନ କରୁଥିଲେ । (ଖ) ‘ଚମ୍ପାରନ୍ ଆନ୍ଦୋଳନ’ରେ ମହାତ୍ମା ଗାନ୍ଧିଙ୍କ ଭୂମିକା ସମ୍ପର୍କରେ ଆଲୋଚନା କର । Answer: ଚମ୍ପାରନ୍ ଆନ୍ଦୋଳନ ଗାନ୍ଧିଜୀଙ୍କଦ୍ବାରା ଭାରତରେ ସଙ୍ଗଠିତ ପ୍ରଥମ ଆନ୍ଦୋଳନ ଥିଲା । ବିହାରର ଚମ୍ପାରନ ଜିଲ୍ଲାରେ ପ୍ରଚଳିତ ତିନିକାଠିଆ ବ୍ୟବସ୍ଥା ଅନୁସାରେ ଚାଷୀମାନଙ...