Posts

Showing posts with the label History solutions chapter 3

BSE Odisha Class 10 History Solutions Chapter 3 ଭାରତରେ ଆଇନ ଅମାନ୍ୟ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା

  BSE Odisha Class 10 History Solutions Chapter 3 ଭାରତରେ ଆଇନ ଅମାନ୍ୟ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା ୧ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ଲେଖ । (କ) ମହାତ୍ମା ଗାନ୍ଧିଙ୍କ ଦାଣ୍ଡିଯାତ୍ରା ସମ୍ପର୍କରେ ବର୍ଣ୍ଣନା କର । Answer: ୧୯୩୦ ମସିହା ମାର୍ଚ୍ଚ ୧୨ ତାରିଖରେ ଗାନ୍ଧିଜୀ ଆଇନ ଅମାନ୍ୟ ଆନ୍ଦୋଳନ ଆରମ୍ଭ କରି ସାବରମତୀ ଆଶ୍ରମଠାରୁ ବାହାରି ୨୪୧ ମାଇଲ୍ ଦୂର ଦାଣ୍ଡି ନାମକ ସ୍ଥାନକୁ ୭୮ ଜଣ କଂଗ୍ରେସ କର୍ମୀଙ୍କ ସହ ଲବଣ ଆଇନ ଭଙ୍ଗ କରିବାପାଇଁ ଯାତ୍ରା କରିଥିଲେ । ଏହି ଯାତ୍ରାପଥରେ ବିଭିନ୍ନ ସ୍ଥାନରେ ପୁରୁଷ ମହିଳା ନିର୍ବିଶେଷରେ ଅନେକ ନେତା ଓ ସାଧାରଣ ଜନତା ଗାନ୍ଧିଜୀଙ୍କୁ ସମ୍ବଦ୍ଧିତ କରିଥିଲେ ଓ ତାଙ୍କ ସହିତ ଯୋଗ ଦେଇଥିଲେ । ସାବରମତୀଠାରୁ ଦାଣ୍ଡି ପର୍ଯ୍ୟନ୍ତ ଗାନ୍ଧିଜୀଙ୍କ ପଦଯାତ୍ରା ଐତିହାସିକ ‘ଦାଣ୍ଡିଯାତ୍ରା’ ଭାବରେ ପ୍ରସିଦ୍ଧ । ୧୯୩୦ ମସିହା ଏପ୍ରିଲ୍ ୬ ତାରିଖ ସକାଳେ ଗାନ୍ଧିଜୀ ଲୁଣ ମାରିବା ଉଦ୍ଦେଶ୍ୟରେ ଦାଣ୍ଡି ସମୁଦ୍ର ଉପକୂଳରେ ମୁଠାଏ ବାଲି ଉଠାଇଲେ । ଏହାଦ୍ଵାରା ସରକାରଙ୍କ ପ୍ରଚଳିତ ଲବଣ ଆଇନ ଭଙ୍ଗ ହେଲା ଏବଂ ସମଗ୍ର ଦେଶବାସୀଙ୍କୁ ଆଇନ ଅମାନ୍ୟ ଆନ୍ଦୋଳନର ସଙ୍କେତ ପ୍ରଦାନ କରାଗଲା । (ଖ) ଆଇନ ଅମାନ୍ୟ ଆନ୍ଦୋଳନର କାର୍ଯ୍ୟକ୍ରମ କ’ଣ ଥିଲା ଏବଂ ଏହା କେବେ ଘୋଷଣା କରାଯାଇଥିଲା ? Answer: ୧୯୩୦ ମସିହା ଏପ୍ରିଲ ୯ ତାରିଖରେ ଆଇନ ଅମାନ୍ୟ ଆନ୍ଦୋଳନର କାର୍...