Posts

Showing posts with the label History solutions chapter 5

BSE Odisha Class 10 History Solutions Chapter 5 ସୁଭାଷ ଚନ୍ଦ୍ର ବୋଷ ଓ ଭାରତୀୟ ଜାତୀୟସେନା

  BSE Odisha Class 10 History Solutions Chapter 5 ସୁଭାଷ ଚନ୍ଦ୍ର ବୋଷ ଓ ଭାରତୀୟ ଜାତୀୟସେନା ୧। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ଲେଖ । (କ) ଭାରତୀୟ ଜାତୀୟ କଂଗ୍ରେସର ସଦସ୍ୟ ଭାବେ ସୁଭାଷ ବୋଷଙ୍କ ରାଜନୀତିକ ଜୀବନ ସମ୍ପର୍କରେ ଏକ ବିବରଣୀ ପ୍ରଦାନ କର । Answer: ୧୯୨୩ ମସିହାରେ ସୁଭାଷ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗଦାନ କଲେ ଓ ବଙ୍ଗଳା ପ୍ରାଦେଶିକ କଂଗ୍ରେସ କମିଟିର ସମ୍ପାଦକ ପଦବୀ ଅଳଂକୃତ କଲେ । ସେ ମହାନ୍ ନେତା ଚିତ୍ତରଞ୍ଜନ ଦାସଙ୍କୁ ତାଙ୍କର ରାଜନୀତିକ ଗୁରୁ ଭାବରେ ଗ୍ରହଣ କଲେ ଓ ତାଙ୍କ ପ୍ରେରଣାରେ ରାଜନୀତିକ କାର୍ଯ୍ୟ କଲେ । ୧୯୨୪ ମସିହାରେ ସେ କୋଲକତା ନଗର ନିଗମର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ନିର୍ବାଚିତ ହେଲେ । ସେ ଉଭୟ ବଙ୍ଗଳା ପ୍ରାଦେଶିକ କଂଗ୍ରେସ କମିଟି ଓ ସର୍ବଭାରତୀୟ ଶ୍ରକିକ ସଂଘର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ୧୯୩୮ରେ ସେ ହରିପୁର ଅଧ‌ିବେଶନରେ ଜାତୀୟ କଂଗ୍ରେସର ସଭାପତି ରୂପେ ମନୋନୀତ ହୋଇଥିଲେ ଏବଂ ୧୯୩୯ରେ ଗାନ୍ଧିଜୀଙ୍କ ବିରୋଧ ସତ୍ତ୍ଵେ ତ୍ରିପୁରୀ କଂଗ୍ରେସ ଅଧିବେଶନରେ ମଧ୍ଯ ସଭାପତି ହୋଇଥିଲେ । ପରବର୍ତୀ ସମୟରେ ଗାନ୍ଧିଜୀଙ୍କ ସହ ମତଭେଦ କାରଣରୁ ସୁଭାଷ କଂଗ୍ରେସ ତ୍ୟାଗକରି ୧୯୩୯ ମସିହା ମେ’ ୩ ତାରିଖରେ ‘ଫରୱାର୍ଡ଼ ବ୍ଲକ୍’ ନାମକ ଏକ ରାଜନୈତିକ ଦଳ ଗଠନ କରିଥିଲେ । (ଖ) ଭାରତ ପରିତ୍ୟାଗ ପଛରେ ସୁଭାଷ ବୋଷଙ୍କ ଉଦ୍ଦେଶ୍ୟ ଓ ଚିନ୍...