BSE Odisha Class 9 History Solutions Chapter 1 ଏସିଆ ଓ ଆଫ୍ରିକାରେ ଉପନିବେଶବାଦ
BSE Odisha Class 9 History Solutions Chapter 1 ଏସିଆ ଓ ଆଫ୍ରିକାରେ ଉପନିବେଶବାଦ ୧। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୬୦ ଗୋଟି ଶବ୍ଦ ମଧ୍ଯରେ ଲେଖ । (କ) ଉପନିବେଶ ସ୍ଥାପନ ପାଇଁ ଶିଳ୍ପ ବିପ୍ଳବ କିପରି ସହାୟକ ହୋଇଥିଲା ? Answer: ପ୍ରଥମେ ଇଂଲାଣ୍ଡରେ ଶିଳ୍ପ ବିପ୍ଳବ ହୋଇଥିବାରୁ ଏଠାରେ ନିଜ ଦେଶର ଚାହିଦାଠାରୁ ଉତ୍ପାଦିତ ଦ୍ରବ୍ୟର ପରିମାଣ ଅଧୂକ ହେଲା । ପୁନଶ୍ଚ ଅଧିକାଂଶ ଲୋକଙ୍କର କ୍ରୟ କରିବାର କ୍ଷମତା ଦୁର୍ବଳ ଥିବାରୁ ଉତ୍ପାଦିତ ଦ୍ରବ୍ୟର ବିକ୍ରୟ ପାଇଁ ଦେଶ ବାହାରେ ବଜାରର ଆବଶ୍ୟକତା ପଡ଼ିଲା । ସେହି ସମୟରେ ଏସିଆ ଓ ଆଫ୍ରିକା ମହାଦେଶରେ ଶିଳ୍ପ ବିପ୍ଳବ ହୋଇ ନଥିଲା ଏବଂ ସେଠାରେ ପାଶ୍ଚାତ୍ୟ ଦେଶର ଉତ୍ପାଦିତ ଦ୍ରବ୍ୟର ଆବଶ୍ୟକତା ଥିଲା । ଏହା ବ୍ୟତୀତ ସେଠାରେ ଶିଳ୍ପ ପାଇଁ ଆବଶ୍ୟକ କଞ୍ଚାମାଲ ଯଥେଷ୍ଟ ପରିମାଣରେ ଉପଲବ୍ଧ ହେଉଥିଲା । ଏହାର ସୁଯୋଗ ନେଇ ଇଂଲାଣ୍ଡ ପ୍ରଭୃତି ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ନିଜର ଉତ୍ପାଦିତ ଦ୍ରବ୍ୟକୁ ବିକ୍ରୟ ପାଇଁ ଏସିଆ ଓ ଆଫ୍ରିକାରେ ବଜାର ସୃଷ୍ଟି କରିବା ଆରମ୍ଭ କଲେ । ଏହା ଫଳରେ ଏହି ଦେଶଗୁଡ଼ିକରେ ଉପନିବେଶ ଗଢ଼ିଉଠିଲା । (ଖ) ‘ଚୀନା ତରଭୁଜର କର୍ତ୍ତନ’’ କହିଲେ କ’ଣ ବୁଝାଯାଏ ? Answer: କୋରିଆକୁ କେନ୍ଦ୍ର କରି ଜାପାନ ଓ ଚୀନ୍ ମଧ୍ଯରେ ହୋଇଥିବା ଯୁଦ୍ଧରେ ଚୀନ୍ ପରାସ୍ତ ହୋଇ ଜାପାନକୁ କ୍ଷତିପୂରଣ ବାବଦରେ ଫର୍ମୋଜା ଓ ଅନ୍ୟାନ୍ୟ ଦ୍ବୀପ ସମର୍ପଣ କରିବା ସହ ୧୫୦ ଲକ୍...