BSE Odisha Class 9 History Solutions Chapter 1 ଏସିଆ ଓ ଆଫ୍ରିକାରେ ଉପନିବେଶବାଦ

 BSE Odisha Class 9 History Solutions Chapter 1 ଏସିଆ ଓ ଆଫ୍ରିକାରେ ଉପନିବେଶବାଦ

୧। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୬୦ ଗୋଟି ଶବ୍ଦ ମଧ୍ଯରେ ଲେଖ ।



(କ) ଉପନିବେଶ ସ୍ଥାପନ ପାଇଁ ଶିଳ୍ପ ବିପ୍ଳବ କିପରି ସହାୟକ ହୋଇଥିଲା ?

Answer:


ପ୍ରଥମେ ଇଂଲାଣ୍ଡରେ ଶିଳ୍ପ ବିପ୍ଳବ ହୋଇଥ‌ିବାରୁ ଏଠାରେ ନିଜ ଦେଶର ଚାହିଦାଠାରୁ ଉତ୍ପାଦିତ ଦ୍ରବ୍ୟର ପରିମାଣ ଅଧୂକ ହେଲା ।

ପୁନଶ୍ଚ ଅଧିକାଂଶ ଲୋକଙ୍କର କ୍ରୟ କରିବାର କ୍ଷମତା ଦୁର୍ବଳ ଥ‌ିବାରୁ ଉତ୍ପାଦିତ ଦ୍ରବ୍ୟର ବିକ୍ରୟ ପାଇଁ ଦେଶ ବାହାରେ ବଜାରର ଆବଶ୍ୟକତା ପଡ଼ିଲା ।

ସେହି ସମୟରେ ଏସିଆ ଓ ଆଫ୍ରିକା ମହାଦେଶରେ ଶିଳ୍ପ ବିପ୍ଳବ ହୋଇ ନଥିଲା ଏବଂ ସେଠାରେ ପାଶ୍ଚାତ୍ୟ ଦେଶର ଉତ୍ପାଦିତ ଦ୍ରବ୍ୟର ଆବଶ୍ୟକତା ଥିଲା । ଏହା ବ୍ୟତୀତ ସେଠାରେ ଶିଳ୍ପ ପାଇଁ ଆବଶ୍ୟକ କଞ୍ଚାମାଲ ଯଥେଷ୍ଟ ପରିମାଣରେ ଉପଲବ୍ଧ ହେଉଥିଲା ।

ଏହାର ସୁଯୋଗ ନେଇ ଇଂଲାଣ୍ଡ ପ୍ରଭୃତି ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ନିଜର ଉତ୍ପାଦିତ ଦ୍ରବ୍ୟକୁ ବିକ୍ରୟ ପାଇଁ ଏସିଆ ଓ ଆଫ୍ରିକାରେ ବଜାର ସୃଷ୍ଟି କରିବା ଆରମ୍ଭ କଲେ ।

ଏହା ଫଳରେ ଏହି ଦେଶଗୁଡ଼ିକରେ ଉପନିବେଶ ଗଢ଼ିଉଠିଲା ।

(ଖ) ‘ଚୀନା ତରଭୁଜର କର୍ତ୍ତନ’’ କହିଲେ କ’ଣ ବୁଝାଯାଏ ?

Answer:


କୋରିଆକୁ କେନ୍ଦ୍ର କରି ଜାପାନ ଓ ଚୀନ୍ ମଧ୍ଯରେ ହୋଇଥିବା ଯୁଦ୍ଧରେ ଚୀନ୍ ପରାସ୍ତ ହୋଇ ଜାପାନକୁ କ୍ଷତିପୂରଣ ବାବଦରେ ଫର୍ମୋଜା ଓ ଅନ୍ୟାନ୍ୟ ଦ୍ବୀପ ସମର୍ପଣ କରିବା ସହ ୧୫୦ ଲକ୍ଷ ଡଲାର କ୍ଷତିପୂରଣ ଦେବାକୁ ବାଧ୍ୟ ହୋଇଥିଲା ।

ଏହି କ୍ଷତିପୂରଣ ଦେବାପାଇଁ ଚୀନ୍ ଜର୍ମାନୀ, ରୁଷିଆ, ଫ୍ରାନ୍ସ ଓ ଇଂଲାଣ୍ଡ ନିକଟରେ ସାହାଯ୍ୟଭିକ୍ଷା କରିଥିଲା ।

ଏହି ଦେଶଗୁଡ଼ିକ ଚୀକୁ ସାହାଯ୍ୟ ଦେବା ଆଳରେ ଏହାର ବିଭିନ୍ନ ଅଂଶକୁ ବାଣ୍ଟି ନେଇଥିଲେ ।

ଜର୍ମାନୀ କିଆଚାଓ ଉପସାଗର ଏବଂ ସାଣ୍ଟୁଙ୍ଗ ଓ ହୋୟାଂହୋ ଉପତ୍ୟକ; ରୁଷିଆ ମାଞ୍ଚୁରିଆ, ଲିଆ ଓତୁଙ୍ଗ ଉପଦ୍ୱୀପ; ଫ୍ରାନ୍ସ କ୍ବାଙ୍ଗଚାଓ ଉପସାଗର; ଇଂଲାଣ୍ଡ ୟାଙ୍ଗ୍‌ ଉପତ୍ୟକା ଓ ଵିହିୱି ଇତ୍ୟାଦି ଅଞ୍ଚଳରେ ପ୍ରଭାବ ବିସ୍ତାର କଲେ ।

ଚୀନ୍‌ର ଏହି ବିଭାଜନକୁ ଚୀନା ତରଭୁଜର କର୍ତ୍ତନ (Cutting of the Chinese Melon) ଭାବେ ବର୍ଣ୍ଣନା କରାଯାଇଛି ।

(ଗ) ଦକ୍ଷିଣ ଆଫ୍ରିକା କିପରି ଇଂରେଜ ଶାସନାଧୀନ ହେଲା ?

Answer:


୧୮୭୦ ମସିହାରେ ସେସିଲ୍ ରୋଡ଼ସ ନାମକ ଜଣେ ଇଂରେଜ ଅର୍ଥାନ୍ଵେଷୀ ବ୍ୟକ୍ତି ଦକ୍ଷିଣ ଆଫ୍ରିକାରେ ହୀରା ଓ ସୁନା ଖନନ କରି ଅତ୍ୟନ୍ତ ଧନୀ ହୋଇଥିଲେ ଏବଂ ଏକ ଆଫ୍ରିକୀୟ ଉପନିବେଶକୁ ନିଜ ନାମାନୁସାରେ ।

ଇଂରେଜମାନେ କାଳକ୍ରମେ ରୋଡ଼େସିଆ, ବେଚୁଆନାଲାଣ୍ଡ, ସ୍ଵାଜିଲାଣ୍ଡ ଓ ବସୁତୋଲାଣ୍ଡ ଅଧିକାର କଲେ ।

ଏହାର କିଛି ଦିନ ପରେ ଦକ୍ଷିଣ ଆଫ୍ରିକା ୟୁନିଅନ୍ ଗଠିତ ହେଲା ଓ ସେଥୁରେ କେପ୍, ନାଟାଲ୍, ଟ୍ରାନ୍ସଭାଲ୍ ଓ ଅରେଞ୍ଜ୍ ରିଭର କଲୋନୀ ଅନ୍ତର୍ଭୁକ୍ତ ହେଲା ।

ବୋଏର୍, ଇଂରେଜ ଓ ଅନ୍ୟ କେତେକ ଇଉରୋପୀୟ ପ୍ରବାସୀଙ୍କୁ ନେଇ ଦକ୍ଷିଣ ଆଫ୍ରିକା ୟୁନିଅନ୍ ସଂଖ୍ୟାଲଘୁ ଶ୍ଵେତାଙ୍ଗଙ୍କଦ୍ବାରା ଶାସିତ ହେଲା । ଏହିପରି ଦକ୍ଷିଣ ଆଫ୍ରିକା ଇଂରେଜ ଶାସନାଧୀନ ହେଲା ।

ପରବର୍ତ୍ତୀ କାଳରେ ଏହା ଏକ ସାଧାରଣତନ୍ତ୍ର ରାଷ୍ଟ୍ରଭାବେ ଘୋଷିତ ହେଲା ।

(ଗ) ଉପନିବେଶବାଦ ଫଳରେ ଉପନିବେଶମାନଙ୍କରେ ଶିଳ୍ପ ଓ କୃଷି କିପରି ପ୍ରଭାବିତ ହୋଇଥିଲା ?

Answer:

ଉପନିବେଶବାଦ ଫଳରେ ଉପନିବେଶଗୁଡ଼ିକରେ ଶିଳ୍ପ ଓ କୃଷି ନିମ୍ନମତେ ପ୍ରଭାବିତ ହୋଇଥିଲା; ଯଥା –


ଉପନିବେଶବାଦ ଉପନିବେଶଗୁଡ଼ିକର ଅର୍ଥନୀତିକୁ ବିପର୍ଯ୍ୟସ୍ତ କରିଦେଲା ଓ ସ୍ଥାନୀୟ ଶିଳ୍ପଗୁଡ଼ିକର ବିଲୋପ

ଉପନିବେଶ ଗୁଡ଼ିକରେ ଶିଳ୍ପାୟନକୁ ନିରୁତ୍ସାହିତ କରାଗଲା ଏବଂ କେବଳ ସାମ୍ରାଜ୍ୟବାଦୀ ରାଷ୍ଟ୍ରଙ୍କ କମ୍ପାନୀର ହିତ ପାଇଁ ଆବଶ୍ୟକ ହେଉଥ‌ିବା ଦ୍ରବ୍ୟର ଉତ୍ପାଦନ ପାଇଁ ଶିଳ୍ପ ପ୍ରତିଷ୍ଠା କରାଗଲା । ପାଇଁ କୃଷି ପ୍ରଣାଳୀରେ ପରିବର୍ତ୍ତନ ହେଲା ।

ସେହିପରି ଉପନିବେଶଗୁଡ଼ିକରେ ସାମ୍ରାଜ୍ୟବାଦୀ ଦେଶଗୁଡ଼ିକର ଶିଳ୍ପ ପାଇଁ ହେଉଥ‌ିବା ଆବଶ୍ୟକତାକୁ ମେଣ୍ଟାଇବା ପାଇଁ କୃଷି ପ୍ରଣାଳୀରେ ପରିବର୍ତ୍ତନ ହେଲା ।

ଏହାଛଡ଼ା କେତେକ ଦେଶରେ କେବଳ ଗୋଟିଏ ବା ଦୁଇଟି ଦ୍ରବ୍ୟ ଉତ୍ପାଦନ କରାଗଲା । କ୍ୟୁବାରେ ଚିନି ଉତ୍ପାଦନ

ଏହାର ଏକ ଉଦାହରଣ ଅଟେ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୨୦ ଗୋଟି ଶବ୍ଦ ମଧ୍ଯରେ ଲେଖ ।

୨। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୨୦ ଗୋଟି ଶବ୍ଦ ମଧ୍ଯରେ ଲେଖ ।


(କ) ଉପନିବେଶବାଦ କ’ଣ ଓ ଏହାର ମୁଖ୍ୟ ଲକ୍ଷ୍ୟ କ’ଣ ଥିଲା ?

Answer:


ଉପନିବେଶ କହିଲେ ବିଦେଶସ୍ଥ ଆବାସକୁ ବୁଝାଇଥାଏ । କୌଣସି ଅଞ୍ଚଳରେ ପ୍ରବାସୀମାନଙ୍କ ବସତି ସ୍ଥାପନକୁ କୁହାଯାଇଥାଏ ।

ବାଣିଜ୍ୟ ବ୍ୟବସାୟର ଉନ୍ନତି, ଆର୍ଥିକ ସମୃଦ୍ଧି, ସାମ୍ରାଜ୍ୟ ବିସ୍ତାର ଓ ଧର୍ମପ୍ରଚାର ଉପନିବେଶବାଦର ମୁଖ୍ୟ ଲକ୍ଷ୍ୟ ଥିଲା ।

(ଖ) ଏସିଆ ମହାଦେଶରେ ଉପଲବ୍‌ଧ ହେଉଥ‌ିବା ପ୍ରଧାନ ଲାଭଦାୟକ ସାମଗ୍ରୀଗୁଡ଼ିକ କ’ଣ ଥିଲା ?

Answer:


ଏସିଆ ମହାଦେଶ ଅନ୍ତର୍ଗତ ଭାରତ ଓ ଅନ୍ୟାନ୍ୟ କେତୋଟି ଦେଶରେ ଅନେକ ଲାଭଦାୟକ ସାମଗ୍ରୀ ଉପଲବ୍‌ଧ ହେଉଥିଲା ।

ସେଗୁଡ଼ିକ ମଧ୍ୟରେ ବିଭିନ୍ନ ପ୍ରକାର ମସଲା, ଚାହା, କାର୍ପାସ୍ ବସ୍ତ୍ର, ରେଶମ, ସୁନା, ମୁକ୍ତା, ପ୍ରାକୃତିକ ଔଷଧ, ଚୀନାମାଟିର ପାତ୍ର ଏବଂ ଇବୋନୀ 

କାଠ ଆଦି ମୁଖ୍ୟ ଥିଲା ।

(ଗ) ଏସିଆ ଓ ଆଫ୍ରିକା ମହାଦେଶର ସୈନ୍ୟବାହିନୀରେ କାହିଁକି ଲୋକବଳ ଦୁର୍ବଳ ହେଲା ?

Answer:


ପ୍ରଥମତଃ, ଏସିଆ ଓ ଆଫ୍ରିକାର ବହୁଲୋକ ସ୍ଵଳ୍ପ ପାରିଶ୍ରମିକ ପାଇଲେ ମଧ୍ୟ ଇଉରୋପୀୟ ସୈନ୍ୟବାହିନୀରେ

ଦ୍ଵିତୀୟତଃ, ବିଦେଶରେ ଅବସ୍ଥିତ କଳକାରଖାନାରେ କାମ କରିବାକୁ କେତେକ ଲୋକ ଚାଲିଯିବା ଯୋଗୁଁ ଏସିଆ ଓ ଆଫ୍ରିକା ମହାଦେଶର ସୈନ୍ୟବାହିନୀରେ ଲୋକବଳ ଦୁର୍ବଳ ଥିଲେ ।

(ଙ) (ଘ) କେଉଁ କାର୍ଯ୍ୟଟି ସେମାନଙ୍କ ନୈତିକ କର୍ତ୍ତବ୍ୟ ବୋଲି ମନେକରି ଇଉରୋପୀୟମାନେ ଉପନିବେଶ ସ୍ଥାପନ କରିବାକୁ ଆଗ୍ରହୀ ହେଲେ ?

Answer:


ଏସିଆ ଓ ଆଫ୍ରିକା ମହାଦେଶର ମୂଳ ଅଧ‌ିବାସୀମାନେ ଅନୁନ୍ନତ ଓ ଅନଗ୍ରସର ଥିବାରୁ ସେମାନଙ୍କୁ ସଭ୍ୟ ଓ କରିବାକୁ ଆଗ୍ରହୀ ହେଲେ

ଦ୍ଵିତୀୟତଃ, ସେମାନଙ୍କ ଦେଶରେ ପାଶ୍ଚାତ୍ୟ ଧର୍ମ ପ୍ରଚାର କରିବା ସେମାନଙ୍କର ନୈତିକ କର୍ଭବ୍ୟ ମନେକରି ଇଉରୋପୀୟମାନେ ଉପନିବେଶ ସ୍ଥାପନ କରିବାକୁ ଆଗ୍ରହୀ ହେଲେ ।

(ଙ) ‘ଅଫିମ ଯୁଦ୍ଧ’ ପରେ ଇଂଲାଣ୍ଡ ଚୀନ୍‌ଠାରୁ କ’ଣ ପାଇଲା ?

Answer:


ପ୍ରଥମତଃ ‘ଅଫିମ ଯୁଦ୍ଧ’ ପରେ ଚୀନ୍ ଇଂରେଜ ବ୍ୟବସାୟୀଙ୍କ ପାଇଁ ଦୁଇଟି ପରିବର୍ତ୍ତେ ପାଞ୍ଚଟି ବନ୍ଦର ଖୋଲିଲା ।

ଦ୍ବିତୀୟତଃ, ହଙ୍ଗକଙ୍ଗ୍ ଦ୍ବୀପକୁ ଚୀନ୍ ଇଂଲଣ୍ଡକୁ ହସ୍ତାନ୍ତର କଲା ।

(ଙ) ‘ଅଫିମ ଯୁଦ୍ଧ’ ପରେ ଇଂଲାଣ୍ଡ ଚୀନ୍‌ରୁ କ’ଣ ପାଇଲା ?

Answer:


ପ୍ରଥମତଃ ‘ଅଫିମ ଯୁଦ୍ଧ’ ପରେ ଚୀନ୍ ଇଂରେଜ ବ୍ୟବସାୟୀଙ୍କ ପାଇଁ ଦୁଇଟି ପରିବର୍ତ୍ତେ ପାଞ୍ଚଟି ବନ୍ଦର ଖୋଲିଲା ।

ଦ୍ଵିତୀୟତଃ, ହଙ୍ଗକଙ୍ଗ୍ ଦ୍ବୀପକୁ ଚୀନ୍ ଇଂଲଣ୍ଡକୁ ହସ୍ତାନ୍ତର କଲା ।

(ଚ) କେଉଁ ଅଞ୍ଚଳ ଇଣ୍ଡୋ-ଚୀନ୍ ଭାବରେ ପରିଚିତ ଏବଂ କେଉଁ ଦେଶ ଇଣ୍ଡୋ-ଚୀନ୍‌ର ସର୍ବେସର୍ବା ହୋଇଥିଲା ?

Answer:


ଦକ୍ଷିଣ-ପୂର୍ବ ଏସିଆର ଲାଓସ୍, କାମ୍ବୋଡ଼ିଆ ଓ ଭିଏତ୍‌ନାମ ଅଞ୍ଚଳ ଇଣ୍ଡୋ-ଚୀନ୍ ଭାବରେ ପରିଚିତ ।

ଫ୍ରାନ୍ସ ଇଣ୍ଡୋ-ଚୀନ୍‌ରେ ନିଜର ବ୍ୟବସାୟ ପ୍ରସାର ଉଦ୍ୟମରେ ସଫଳ ହୋଇ ଇଣ୍ଡୋ-ଚୀନ୍‌

ର ସର୍ବେସର୍ବା ହୋଇଥିଲା ।

(ଛ) ପ୍ରଥମ ବିଶ୍ୱଯୁଦ୍ଧରେ ତୁର୍କୀ ପରାସ୍ତ ହେବା ପରେ କେଉଁ ଅଞ୍ଚଳଗୁଡ଼ିକ ତା’ଠାରୁ କାଢ଼ି ନିଆଯାଇ ଇଂଲାଣ୍ଡ ଓ ଫ୍ରାନ୍ସ ନିୟନ୍ତ୍ରଣରେ ରଖାଗଲା ?

Answer:

ପ୍ରଥମ ବିଶ୍ବଯୁଦ୍ଧରେ ତୁର୍କୀ ପରାସ୍ତ ହେବା ପରେ ସିରିଆ, ପାଲେଷ୍ଟାଇନ୍, ମେସୋପଟାମିଆ ଓ ଆରବ ସମେତ ସୁବିସ୍ତୀର୍ଣ୍ଣ ଅଞ୍ଚଳ ତୁର୍କୀଠାରୁ କାଢ଼ି ନିଆଯାଇ ଇଂଲାଣ୍ଡ ଓ ଫ୍ରାନ୍ସ ନିୟନ୍ତ୍ରଣରେ ରଖାଗଲା ।


(ଜ) ପ୍ରଥମ ବିଶ୍ବଯୁଦ୍ଧରେ ଜର୍ମାନୀର ପରାଜୟ ପରେ ପଶ୍ଚିମ ଓ ଦକ୍ଷିଣ ଆଫ୍ରିକାରେ ଥ‌ିବା ଏହାର

Answer:


ପ୍ରଥମ ବିଶ୍ବଯୁଦ୍ଧରେ ଜର୍ମାନୀର ପରାଜୟ ପରେ ଏହାର ଉପନିବେଶଗୁଡ଼ିକୁ ବିଜେତା ରାଷ୍ଟ୍ରମାନଙ୍କୁ ବାଣ୍ଟି ଦିଆଗଲା ।

ଟେଗୋଲାଣ୍ଡ ଓ କାମେରୁନ୍ ଇଂଲାଣ୍ଡ ଓ ଫ୍ରାନ୍ସ ମଧ୍ୟରେ ଭାଗ କରାଗଲା ଏବଂ ଦକ୍ଷିଣ-ପଶ୍ଚିମ ଆଫ୍ରିକାର ଜର୍ମାନୀ ଅଧିକୃତ ସମସ୍ତ ଅଞ୍ଚଳ ଇଂରେଜ ଶାସିତ ଦକ୍ଷିଣ ଆଫ୍ରିକାକୁ ଦିଆଗଲା ।

(ଝ) କେଉଁ ଦୁଇ ଅଞ୍ଚଳକୁ ଟାଙ୍ଗାନାଇକା ଓ କେନିଆ ନାମରେ ନାମିତ କରାଯାଇଥିଲା ?

Answer:


ପ୍ରଥମ ବିଶ୍ବଯୁଦ୍ଧରେ ଜର୍ମାନୀ ହାରିଯିବା ପରେ ଜର୍ମାନୀ ଅଧ୍ଵକୃତ ପୂର୍ବ ଆଫ୍ରିକା ଇଂଲାଣ୍ଡକୁ ଦିଆଗଲା ଏବଂ ଏହାକୁ ‘ଟାଙ୍ଗାନାଇକା’ ନାମରେ ନାମିତ କରାଗଲା ।

ଇଂରେଜ ଅଧ୍ଵତ ପୂର୍ବ ଆଫ୍ରିକାକୁ ‘କେନିଆ’ ନାମରେ ନାମିତ କରାଗଲା ।


(ଞ) ଆଫ୍ରିକାର ଉତ୍ତର ଉପକୂଳର କେଉଁ ଅଞ୍ଚଳ ଏବଂ କାହିଁକି ଫ୍ରାନ୍ସର ସବୁଠାରୁ ଅଧିକ ଲାଭଜନକ ଉପନିବେଶ ଥିଲା ?

Answer:


ଆଫ୍ରିକାର ଉତ୍ତର ଉପକୂଳରେ ଅବସ୍ଥିତ ଆଲଜେରିଆ ଫ୍ରାନ୍ସର ସମସ୍ତ ଉପନିବେଶ ମଧ୍ୟରେ ସବୁଠାରୁ ଅଧିକ

କାରଣ ଏହା ଫରାସୀ ଉତ୍ପାଦିତ ସାମଗ୍ରୀ ପାଇଁ ବିଶାଳ ବଜାର ସୃଷ୍ଟି କରିଥିଲା ।

୩ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।


(କ) ଇଉରୋପୀୟ ରାଷ୍ଟ୍ରମାନେ ମୁଖ୍ୟତଃ କେଉଁ ଉଦ୍ଦେଶ୍ୟରେ ଏସିଆ ଓ ଆଫ୍ରିକାକୁ ଆସିଥିଲେ ?

Answer:

ଇଉରୋପୀୟ ରାଷ୍ଟ୍ରମାନେ ମୁଖ୍ୟତଃ ବାଣିଜ୍ୟ ବ୍ୟବସାୟ ଉଦ୍ଦେଶ୍ୟରେ ଏସିଆ ଓ ଆଫ୍ରିକାକୁ ଆସିଥିଲେ ।


(ଖ) ଇଉରୋପୀୟ ରାଷ୍ଟ୍ରମାନେ କାହିଁକି ଏସିଆ ଓ ଆଫ୍ରିକାର ଦେଶଗୁଡ଼ିକୁ ସହଜରେ ଯୁଦ୍ଧରେ ପରାସ୍ତ କରିପାରୁଥିଲେ ?

Answer:

ଏସିଆ ଓ ଆଫ୍ରିକାର ଦେଶଗୁଡ଼ିକୁ ଉନ୍ନତ ଧରଣର ଯୁଦ୍ଧାସ୍ତ୍ର ନିର୍ମାଣର କୌଶଳ ଜଣାନଥିବାରୁ ସେମାନଙ୍କୁ ଇଉରୋପୀୟ ରାଷ୍ଟ୍ରମାନେ ସହଜରେ ଯୁଦ୍ଧରେ ପରାସ୍ତ କରିପାରୁଥିଲେ ।

(ଗ) କେବେଠାରୁ ଭାରତ ଇଂରେଜ ସରକାରଙ୍କ ପ୍ରତ୍ୟକ୍ଷ ଶାସନର ଅଧୀନରେ ରହିଲା ?

Answer:

୧୮୫୭ ମସିହାର ବିଦ୍ରୋହ ପରେ ଭାରତ ଇଂରେଜ ସରକାରଙ୍କ ପ୍ରତ୍ୟକ୍ଷ ଶାସନର ଅଧୀନରେ ରହିଲା ।


(ଘ) ୧୮୭୫ ମସିହା ପରେ ହଲାଣ୍ଡ ଇଣ୍ଡୋନେସିଆ ନିକଟସ୍ଥ କେଉଁ ଦ୍ଵୀପପୁଞ୍ଜ ଉପରେ ନିୟନ୍ତ୍ରଣ ବିସ୍ତାର କଲା ?

Answer:

୧୮୭୫ ମସିହା ପରେ ହଲାଣ୍ଡ ଇଣ୍ଡୋନେସିଆ ନିକଟସ୍ଥ ମୋଲୁକା


(ଙ) କେବେ ଚୀନ୍‌ରେ ରାଜତନ୍ତ୍ରର ଉଚ୍ଛେଦ ହେଲା ?

Answer:

୧୯୧୧ ମସିହାରେ ଚୀରେ ରାଜତନ୍ତ୍ରର ଉଚ୍ଛେଦ ହେଲା । ଦ୍ଵୀପପୁଞ୍ଜ ଉପରେ ନିୟନ୍ତ୍ରଣ ବିସ୍ତାର କଲା ।




(ଚ) କାହା ଆର୍ଥିକ ସହାୟତାରେ ୧୮୭୮ ମସିହାରେ ଆନ୍ତର୍ଜାତିକ କଙ୍ଗୋ ସଂଘ ଗଠନ କରାଯାଇଥିଲା ?

Answer:

ବେଲ୍‌ଜିଅମ୍‌ର ରାଜା ଦ୍ବିତୀୟ ଲିଓପୋଲ୍ସଙ୍କ ଆର୍ଥିକ ସହାୟତାରେ ୧୮୭୮ ମସିହାରେ ଆନ୍ତର୍ଜାତିକ କଙ୍ଗୋ ସଂଘ ଗଠନ କରାଯାଇଥିଲା ।


(ଛ) କେପ୍ କଲୋନୀର ପ୍ରବାସୀ ଡଚ୍ ଅଧିବାସୀମାନେ କେଉଁ ନାମରେ ପରିଚିତ ଥିଲେ ?

Answer:

କେପ୍ କଲୋନୀର ପ୍ରବାସୀ ଡଚ୍ ଅଧ‌ିବାସୀମାନେ ‘ବୋଏର୍’

 ନାମରେ ପରିଚିତ ଥିଲେ ।

(ଜ) କେବେ ଆବିସିନିଆ ଇଟାଲୀୟ ସୈନ୍ୟବାହିନୀକୁ ପରାସ୍ତ କରି ଇଟାଲୀକୁ ଆବିସିନିଆ ଉପରେ ତା’ର ଦାବି ପ୍ରତ୍ୟାହାର କରିବାକୁ ବାଧ୍ୟ କରିଥିଲା ?

Answer:

୧୮୯୬ ମସିହାରେ ଆବିସିନିଆ ଇଟାଲୀୟ ସୈନ୍ୟବାହିନୀକୁ ପରାସ୍ତ କରି ଇଟାଲୀକୁ ଆବିସିନିଆ ଉପରେ ତା’ର ଦାବି ପ୍ରତ୍ୟାହାର କରିବାକୁ ବାଧ୍ୟ କରିଥିଲା ।


(ଝ) ଫରାସୀମାନେ କେଉଁ ମସିହାରେ ମର ଅଧିକାର କରିଥିଲେ ?

Answer:

୧୯୦୦ ମସିହାରେ ଫରାସୀମାନେ ମରକ୍କୋ ଅଧିକାର କରିଥିଲେ ।


(ଞ) ଊନବିଂଶ ଶତାବ୍ଦୀର ଶେଷ ଭାଗରେ ଜଣେ ସୁଦାନୀୟ ନେତା ନିଜକୁ କ’ଣ ଭାବେ ଘୋଷଣା କରି ସୁଦାନ ଉପରେ ଇଜିପ୍ଟ ଓ ଇଂଲାଣ୍ଡର ନିୟନ୍ତ୍ରଣକୁ ଉଚ୍ଛେଦ କରିଥିଲେ ?

Answer:

ଊନବିଂଶ ଶତାବ୍ଦୀର ଶେଷ ଭାଗରେ ଜଣେ ସୁଦାନୀୟ ନେତା ନିଜକୁ ‘ମାହଦି’ ଭାବରେ ଘୋଷଣା କରି ସୁଦାନ ଉପରେ ଇଜିପ୍ଟ ଓ ଇଂଲାଣ୍ଡର ନିୟନ୍ତ୍ରଣକୁ ଉଚ୍ଛେଦ କରିଥିଲେ ।


୪ । ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ସଙ୍ଗେ ତା’ର କ୍ରମିକ ନମ୍ବର ବାଛି ଲେଖ ।


(କ) କେଉଁ ବ୍ୟବସାୟ ଆଫ୍ରିକାରେ ସବୁଠାରୁ ବେଶୀ ଲାଭଦାୟକ ଥିଲା ?

(i) ହୀରା ବ୍ୟବସାୟ

(ii) ୟୁରାନିୟମ୍ ବ୍ୟବସାୟ

(iii) ଦାସ ବ୍ୟବସାୟ

(iv) ହାତୀଦାନ୍ତ ବ୍ୟବସାୟ

Answer:

(iii) ଦାସ ବ୍ୟବସାୟ



(ଖ) କେଉଁ ମସିହାରେ ଭାସ୍କୋଡ଼ାଗାମା ଭାରତକୁ ଜଳପଥ ଆବିଷ୍କାର କରିଥିଲେ ?

(i) ୧୪୯୨

(ii) ୧୪୯୭

(iii) ୧୪୯୮

(iv) ୧୫୯୭

Answer:

(iii) ୧୪୯୮

(ଗ) କେବେ ଇଂଲାଣ୍ଡ ଓ ଚୀନ୍ ମଧ୍ଯରେ ଅଫିମ ଯୁଦ୍ଧ ହୋଇଥିଲା ?

(i) ୧୭୬୯

(ii) ୧୮୩୯

(iii) ୧୮୭୯

(iv) ୧୮୭୫

Answer:

(ii) ୧୮୩୯


(ଘ) କେଉଁ ମସିହାରେ ବର୍ମା ଭାରତର ଇଂରେଜ ସାମ୍ରାଜ୍ୟ ଅନ୍ତର୍ଭୁକ୍ତ ହେଲା

(i) ୧୮୮୦

(ii) ୧୮୮୬

(iii) ୧୯୦୭

(iv) ୧୯୧୧

Answer:

(ii) ୧୮୮୬


(ଇ) କୋରିଆ କେବେ ଜାପାନର ଏକ ଉପନିବେଶ ହେଲା ?

(i) ୧୮୯୪

(ii)୧୯୦୨

(iii)୧୯୧୦

(iv) ୧୯୧୭

Answer:

(iii) ୧୯୧୦

(ଚ) କେଉଁ ଅଞ୍ଚଳ ଫରାସୀ କଙ୍ଗୋ ଭାବରେ ପରିଚିତ ହେଲା ?

(i) କଙ୍ଗୋ ସ୍ବାଧୀନ ରାଷ୍ଟ୍ର

(ii) ନାଇଜର ନଦୀର ଉତ୍ତର ଅଞ୍ଚଳ

(iii) ଆଫ୍ରିକାର ପଶ୍ଚିମ ଉପକୂଳ ଅଞ୍ଚଳ

(iv) କଙ୍ଗୋ ନଦୀର ଉତ୍ତର ଅଞ୍ଚଳ

Answer:

(iv) କଙ୍ଗୋ ନଦୀର ଉତ୍ତର ଅଞ୍ଚଳ


(ଛ) କିଏ ଏକ ଆଫ୍ରିକୀୟ ଉପନିବେଶକୁ ରୋଡ଼େସିଆ ଓପୋଲ୍ଡ ନାମ ଦେଇଥିଲେ ?

(i) ଓପୋଲ୍ଡ

(ii) ଦକ୍ଷିଣ ଆଫ୍ରିକୀୟ ଅଧିବାସୀ

(iii) ସେସିଲ ରୋଡ୍‌

(iv) କାର୍ଲିପିଟରସ୍

Answer:

(iii) ସେସିଲ ରୋଡ୍‌


(ଜ) ଟ୍ୟୁନିସିଆ କେଉଁ ଦେଶର ଦଖଲଭୁକ୍ତ ହୋଇଥିଲା ?

(i) ଫ୍ରାନ୍ସ

(ii) ଇଂଲାଣ୍ଡ

(iii) ଇଟାଲୀ

(iv) ଜର୍ମାନୀ

Answer:

(i) ଫ୍ରାନ୍ସ


(ଝ) କିଏ ସୁଏଜ କେନାଲ୍‌ର ଖନନ ପାଇଁ ଫ୍ରାନ୍ସର ଏକ କମ୍ପାନୀକୁ ଦାୟିତ୍ୱ ଦେଇଥିଲେ ?

(i) ତୁର୍କୀ ସୁଲ୍‌ ତାନ୍‌

(ii) ଇଜିପ୍ଟ ଗଭର୍ଣ୍ଣର

(iii) ଇଂଲାଣ୍ଡ ପ୍ରଧାନମନ୍ତ୍ରୀ

(iv) ଫ୍ରାନ୍ସ ପ୍ରଧାନମନ୍ତ୍ରୀ

Answer:

(ii) ଇଜିପ୍ଟ ଗଭର୍ଣ୍ଣର

(ଞ) କେଉଁଠାରେ ବର୍ଣବୈଷମ୍ୟ ନୀତି ସବୁଠାରୁ ଅଧିକ ଘୃଣ୍ୟ ଅବସ୍ଥାରେ ଥିଲା ?

(i) ପୂର୍ବ ଆଫ୍ରିକା

(ii) ଦକ୍ଷିଣ ଆଫ୍ରିକା

(iii) ଭାରତ

(iv) ତୁର୍କୀ

Answer:

(ii) ଦକ୍ଷିଣ ଆଫ୍ରିକା

Comments

Popular posts from this blog

BSE Odisha Class 10 History Solutions Chapter 1 ଭାରତୀୟ ଜାତୀୟ ଆନ୍ଦୋଳନରେ ଗାନ୍ଧିଜୀଙ୍କ ଆବିର୍ଭାବ

BSE Odisha 10th Class English Solutions Chapter 1 All Things Bright and Beautiful