BSE Odisha 9th Class History Solutions Chapter 2 ପ୍ରଥମ ବିଶ୍ୱଯୁଦ୍ଧ – କାରଣ ଓ ଫଳାଫଳ

 BSE Odisha 9th Class History Solutions Chapter 2 ପ୍ରଥମ ବିଶ୍ୱଯୁଦ୍ଧ – କାରଣ ଓ ଫଳାଫଳ

୧ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୬୦ ଗୋଟି ଶବ୍ଦ ମଧ୍ଯରେ ଲେଖ ।


(କ) ପ୍ରଥମ ବିଶ୍ୱଯୁଦ୍ଧର ପ୍ରମୁଖ କାରଣ ହୋଇଥିବା କୂଟନୈତିକ ଚୁକ୍ତିଗୁଡ଼ିକ ଉଲ୍ଲେଖ କର ।

Answer:


୧୮୮୨ ମସିହାରେ ଅଷ୍ଟ୍ରିଆ, ଇଟାଲୀ, ଜର୍ମାନୀ ମଧ୍ୟରେ ଏକ ତ୍ରିଶକ୍ତି ମେଣ୍ଟ (Triple Alliance) ସ୍ବାକ୍ଷରିତ ପାଇଁ ଇନ୍ଧନ ଯୋଗାଇଥିଲା ।

୧୮୯୪ ମସିହାରେ ରୁଷିଆ ଓ ଫ୍ରାନ୍ସ ମଧ୍ୟରେ ଏକ ପ୍ରତିରକ୍ଷାତ୍ମକ ସାମରିକ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା ।

ଜର୍ମାନୀର କାଇଜର ୨ୟ ଉଇଲିୟମ୍ଙ୍କ ଆକ୍ରମଣାତ୍ମକ ନୀତି ଯୋଗୁଁ ଇଂଲାଣ୍ଡ ୧୯୦୨ ମସିହାରେ ଜାପାନ ସହିତ, ୧୯୦୪ ମସିହାରେ ଫ୍ରାନ୍ସ ସହିତ ଏବଂ ୧୯୦୭ ମସିହାରେ ରୁଷିଆ ସହିତ ଚୁକ୍ତି ସ୍ବାକ୍ଷର କରିଥିଲା ।

ଏହି ପରିପ୍ରେକ୍ଷୀରେ ଇଂଲାଣ୍ଡ, ରୁଷିଆ ଓ ଫ୍ରାନ୍ସ ମଧ୍ୟରେ ‘ତ୍ରିମିତ୍ର ପକ୍ଷ’ (Triple Entente) ଗଠିତ ହେଲା ।

ଏହିଭଳି ଭାବରେ ଦୁଇ ପରସ୍ପର ବିରୋଧୀ ଗୋଷ୍ଠୀ ତ୍ରିଶକ୍ତି ମେଣ୍ଟ ଏବଂ ତ୍ରିମିତ୍ର ପକ୍ଷ ମଧ୍ୟରେ ଶତ୍ରୁତା ବୃଦ୍ଧି ପାଇବାକୁ ଲାଗିଲା, ଯାହାକି ବିଶ୍ବଯୁଦ୍ଧର ଏକ ପ୍ରମୁଖ କାରଣ ହେଲା ।

(ଖ) ପ୍ରଥମ ବିଶ୍ୱଯୁଦ୍ଧର ଆସନ୍ନ କାରଣ ବର୍ଣନା କର ।

Answer:

ଏକ ସ୍ଥାନୀୟ ଘଟଣାକୁ କେନ୍ଦ୍ର କରି ପ୍ରଥମ ବିଶ୍ଵଯୁଦ୍ଧର ସୂତ୍ରପାତ ହୋଇଥିଲା । ସେହି ଘଟଣାଟି ନିମ୍ନ ପ୍ରକାର ଥିଲା ।


୧୯୧୪ ମସିହା ଜୁନ୍ ୨୮ ତାରିଖରେ ଅଷ୍ଟ୍ରିଆ ସମ୍ରାଟଙ୍କ ପୁତୁରା ତଥା ଅଷ୍ଟ୍ରିଆ ରାଜଗାଦିର ଉତ୍ତରାଧିକାରୀ ଆର୍କଷ୍ଟ୍ରାକ୍ ଫ୍ରାନ୍‌ସିସ୍ ଫର୍ଜିନାଣ୍ଡ ଏବଂ ତାଙ୍କର ପତ୍ନୀ ସୋଫିଆଙ୍କୁ ବୋସ୍‌ନିଆର ରାଜଧାନୀ ସାରାଜେଭୋଠାରେ ହତ୍ୟା କରାଗଲା ।

ଯଦିଓ ଏହି ହତ୍ୟାକାଣ୍ଡ ଅଷ୍ଟ୍ରିଆ ମାଟିରେ ହୋଇଥିଲା; କିନ୍ତୁ ହତ୍ୟାକାରୀ ସର୍ବ ଜାତିର ଏବଂ ସର୍ବୀୟ ଗୁପ୍ତ ସଙ୍ଗଠନ ‘ବ୍ଲାକ୍ ହ୍ୟାଣ୍ଡ’ ସହିତ ସମ୍ପୃକ୍ତ ଥ‌ିବାରୁ ସର୍ବିଆ ଦେଶକୁ ଏଥିପାଇଁ ଦାୟୀ କରାଗଲା ।

୧୯୧୪ ମସିହା ଜୁଲାଇ ୨୩ ତାରିଖ ଦିନ ଅଷ୍ଟ୍ରିଆ ଦଶଟି ସର୍ଭ ସମ୍ବଳିତ ଏକ ଚରମ ପତ୍ର ୪୮ ଘଣ୍ଟା ମଧ୍ୟରେ ଗ୍ରହଣ କରିବାକୁ ସର୍ବିଆ ନିକଟକୁ ପଠାଇଲା ।

ସର୍ବିଆ ଉକ୍ତ ସର୍ଭଗୁଡ଼ିକୁ ପ୍ରତ୍ୟାଖ୍ୟାନ କରିବା ଫଳରେ ଅଷ୍ଟ୍ରିଆ-ହଙ୍ଗେରୀ ୧୯୧୪ ଜୁଲାଇ ୨୮ ତାରିଖରେ ସର୍ବିଆ ବିରୋଧରେ ଯୁଦ୍ଧଘୋଷଣା କଲା ।

(ଗ) ପ୍ରଥମ ବିଶ୍ଵଯୁଦ୍ଧ ଫଳରେ ରାଷ୍ଟ୍ରମାନଙ୍କର ଅର୍ଥନୀତି କିଭଳି ଭାବରେ ବିପର୍ଯ୍ୟସ୍ତ ହୋଇଥିଲା ?

Answer:

ପ୍ରଥମ ବିଶ୍ଵଯୁଦ୍ଧ ଫଳରେ ରାଷ୍ଟ୍ରମାନଙ୍କର ଅର୍ଥନୀତି କିଭଳି ଭାବରେ ବିପର୍ଯ୍ୟସ୍ତ ହୋଇଥିଲା ? କରାଯାଇଛି ।


ଅର୍ଥନୈତିକ ବିକାଶରେ ବାଧା – ଯୁଦ୍ଧରତ ରାଷ୍ଟ୍ରଗୁଡ଼ିକର ସରକାର ସମସ୍ତ ଟଙ୍କା ଯୁଦ୍ଧରେ ଖଟାଇବାରୁ ସେହି ରାଷ୍ଟ୍ରଗୁଡ଼ିକରେ ଶିଳ୍ପ, ବ୍ୟବସାୟ, କୃଷି ଓ ବାଣିଜ୍ୟର ବିକାଶରେ ବାଧା ସୃଷ୍ଟି ହେଲା ।

ଉତ୍ପାଦନ ହ୍ରାସ ପାଇବା ଯୋଗୁଁ ଅତ୍ୟାବଶ୍ୟକୀୟ ଜିନିଷଗୁଡ଼ିକୁ ଅନ୍ୟ ଦେଶରୁ ଆମଦାନୀ କରାଯିବା ଫଳରେ

ମୁଦ୍ରାଢ଼ୀତି – ଭାରି ସଂଖ୍ୟାର ଋଣ ଯୋଗୁଁ ଦେଶରେ ମୁଦ୍ରାଷ୍ଟୀତି ଘଟିଲା ଏବଂ ଟଙ୍କାର ମୂଲ୍ୟ ହ୍ରାସ ପାଇଲା ଓ ଜିନିଷପତ୍ରର ଦରଦାମ୍ ହୁ ହୁ ହୋଇ ବଢ଼ିଲା ।

ଟିକସର ବୋଝ – ଆର୍ଥିକ ଆବଶ୍ୟକତାକୁ ପୂରଣ କରିବାପାଇଁ ସରକାର ଦେଶରେ ବିଭିନ୍ନ ପ୍ରକାର ଟିକସ ବସାଇଲେ, ଯାହାଦ୍ଵାରା ଦୁଃସ୍ଥ ଆର୍ଥିକ ଅବସ୍ଥାରେ ପୀଡ଼ିତ ଲୋକଙ୍କ ଉପରେ ଏହା ବୋଝ ଉପରେ ନଳିତା ବିଡ଼ା ପରି ହେଲା ।

(ଘ) ପ୍ରଥମ ବିଶ୍ଵଯୁଦ୍ଧ ପରେ କି ପ୍ରକାର ସାମାଜିକ ପରିବର୍ତ୍ତନ ଘଟିଥିଲା ?

Answer:

ପ୍ରଥମ ବିଶ୍ଵଯୁଦ୍ଧ ଫଳରେ ବିଭିନ୍ନ ଦେଶରେ ସଂଘଟିତ ସାମାଜିକ ପରିବର୍ତ୍ତନ ମଧ୍ୟରୁ କେତେକ ଗଠନମୂଳକ ହୋଇଥିବାବେଳେ ଅନ୍ୟ କେତେକ ହାନିକାରକ ଓ ନକାରାତ୍ମକ ହୋଇଥିଲା । ସେଗୁଡ଼ିକ ନିମ୍ନରେ ବର୍ଣ୍ଣନା


ମହିଳାମାନଙ୍କ ଜୀବନରେ ପରିବର୍ତ୍ତନ – ଯୁଦ୍ଧକ୍ଷେତ୍ରରେ ଆବଶ୍ୟକ ହେଉଥ‌ିବା ସୈନ୍ୟଙ୍କ ସ୍ଥାନ ପୂରଣ ଉକ୍ତ ଚାକିରିଗୁଡ଼ିକରେ ଉପୁଜିଥ‌ିବା ଖାଲି ସ୍ଥାନଗୁଡ଼ିକ ମହିଳାମାନଙ୍କଦ୍ୱାରା ପୂରଣ ହେଲା ଓ ସେମାନେ

ବର୍ଷଗତ ତିକ୍ତତା ଦୂରୀକରଣ – ଯୁଦ୍ଧରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ପ୍ରାୟ ସମସ୍ତ ଦେଶର ବିଭିନ୍ନ ଜାତି ଓ ବର୍ଷର ଲୋକମାନେ ସକ୍ରିୟ ଭାଗନେବାଦ୍ୱାରା ସେମାନଙ୍କ ମଧ୍ୟରେ ଥିବା ଜାତିଗତ ବିଦ୍ବେଷ ଓ ବର୍ଷଗତ ତିକ୍ତତା ହ୍ରାସ ପାଇଲା ।

ଶ୍ରମିକ ଶ୍ରେଣୀର ପୁନରୁତ୍ଥାନ — ଶ୍ରମିକମାନେ ଯୁଦ୍ଧ ସମୟରେ ବହୁ ଅସ୍ତ୍ରଶସ୍ତ୍ର ଓ ଯୁଦ୍ଧସାମଗ୍ରୀ ଉତ୍ପାଦନରେ ଅଂଶଗ୍ରହଣ କରି ସେମାନଙ୍କ ପାଇଁ ଦେଶର ରାଜନୀତିରେ ଏକ ବିଶିଷ୍ଟ ସ୍ଥାନ ଅଧ୍ବକାର କରିଥିଲେ ।

ଶିକ୍ଷାର ପ୍ରଗତିରେ ଶିଳତା – ପ୍ରଥମ ବିଶ୍ୱଯୁଦ୍ଧର ଏକ ନକାରାତ୍ମକ ପରିଣାମସ୍ଵରୂପ ଦେଶଗୁଡ଼ିକରେ ଶିକ୍ଷାର ପ୍ରଗତି ଶିଥୁଳ ହୋଇଯାଇଥିଲା ।

୨। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୨୦ ଗୋଟି ଶବ୍ଦ ମଧ୍ଯରେ ଲେଖ ।


(କ) ଫ୍ରାଙ୍କଫର୍ଟ ସନ୍ଧି ଅନୁଯାୟୀ ଫ୍ରାନ୍ସ କେଉଁ ଦୁଇଟି ପ୍ରଦେଶ ଜର୍ମାନୀକୁ ହସ୍ତାନ୍ତର କରିଥିଲା ?

Answer:

ଫ୍ରାଙ୍କଫର୍ଟ ସନ୍ଧି ଅନୁଯାୟୀ ଫ୍ରାନ୍ସ ତା’ର ଦୁଇଟି ପ୍ରଦେଶ ଯଥା ଆଲସେସ୍ ଓ ଲରେନ୍ ଜର୍ମାନୀକୁ ହସ୍ତାନ୍ତର କରିଥିଲା ।



(ଘ) ପ୍ରଥମ ବିଶ୍ଵଯୁଦ୍ଧ ପରେ କି ପ୍ରକାର ସାମାଜିକ ପରିବର୍ତ୍ତନ ଘଟିଥିଲା ?

Answer:

ପ୍ରଥମ ବିଶ୍ଵଯୁଦ୍ଧ ଫଳରେ ବିଭିନ୍ନ ଦେଶରେ ସଂଘଟିତ ସାମାଜିକ ପରିବର୍ତ୍ତନ ମଧ୍ୟରୁ କେତେକ ଗଠନମୂଳକ ହୋଇଥିବାବେଳେ ଅନ୍ୟ କେତେକ ହାନିକାରକ ଓ ନକାରାତ୍ମକ ହୋଇଥିଲା । ସେଗୁଡ଼ିକ ନିମ୍ନରେ ବର୍ଣ୍ଣନା

(ଖ) ୧୮୯୪ ମସିହାରେ କେଉଁ ଦୁଇଟି ଦେଶ ଏକ ସାମରିକ ଚୁକ୍ତି ସ୍ୱାକ୍ଷର କରିଥିଲେ ?

Answer:

୧୮୯୪ ମସିହାରେ ରୁଷିଆ ଓ ଫ୍ରାନ୍ସ ଏକ ସାମରିକ ଚୁକ୍ତି ସ୍ବାକ୍ଷର କରିଥିଲେ ।


(ଗ) ଉଗ୍ର ଜାତୀୟତାବାଦର ବିକାଶ ଫଳରେ ବିଭିନ୍ନ ଦେଶରେ ଚିନ୍ତାଧାରାରେ କି ପରିବର୍ତ୍ତନ ପରିଲକ୍ଷିତ ହୋଇଥିଲା ?

Answer:

(i)ଉଗ୍ର ଜାତୀୟତାବାଦର ବିକାଶ ଫଳରେ ଦେଶଗୁଡ଼ିକ କେବଳ ନିଜ ଦେଶକୁ ଭଲ ପାଇଲେ ଏବଂ ନିଜ ଦେଶର ସ୍ଵାର୍ଥ ସାଧନ ପାଇଁ ଚିନ୍ତା କଲେ ।

(ii) ଫଳରେ ସେମାନଙ୍କ ମଧ୍ୟରେ ପଡ଼ୋଶୀ ଦେଶର ନାଗରିକଙ୍କ ପ୍ରତି ଈର୍ଷା, ବିଦ୍ବେଷ ଓ ପ୍ରତିଦ୍ବନ୍ଦିତାମୂଳକ ମନୋଭାବ ଜାଗ୍ରତ ହେଲା । ପ୍ରତ୍ୟେକ ବୃହତ୍ ରାଷ୍ଟ୍ର ନିଜକୁ ଅନ୍ୟମାନଙ୍କ ଅପେକ୍ଷା ଉତ୍କୃଷ୍ଟ ବୋଲି ମନେକଲେ ।


(ଙ) ଜର୍ମାନୀ କାହିଁକି ତୁର୍କୀ ସହିତ ମିତ୍ରତା ସ୍ଥାପନ ପାଇଁ ଆଗ୍ରହୀ ହୋଇଥିଲା ?

Answer:

ତୁର୍କୀର ଆଭ୍ୟନ୍ତରୀଣ ବ୍ୟାପାର ପ୍ରତି ଇଂଲାଣ୍ଡର ପ୍ରବଳ ଉଦାସୀନତା ଓ ବିତୃଷ୍ଣାର ସୁଯୋଗ ନେଇ ଜର୍ମାନୀ ତୁର୍କୀ ସହିତ ମିତ୍ରତା ସ୍ଥାପନ ପାଇଁ ଆଗ୍ରହୀ ହୋଇଥିଲା ।



(ଚ) ଫ୍ରାନ୍ସ ବ୍ୟତୀତ ସେନ୍, ଜର୍ମାନୀ ଓ ଇଟାଲୀ କାହିଁକି ମର ଅଧିକାର କରିବାକୁ ବ୍ୟଗ୍ର ଥିଲେ ?

Answer:

ଲୌହ ସମ୍ପଦର ପ୍ରାଚୁର୍ଯ୍ୟ ତଥା ଏହାର ଭୌଗୋଳିକ ଅବସ୍ଥିତି କାରଣରୁ ସ୍ପେନ୍, ଜର୍ମାନୀ ଓ ଇଟାଲୀ ମରକ୍କୋକୁ ଅଧିକାର କରିବାପାଇଁ ବ୍ୟଗ୍ର ଥିଲେ ।


(ଛ) ଅଷ୍ଟ୍ରିଆର ସମ୍ରାଟଙ୍କଦ୍ୱାରା ଅଷ୍ଟ୍ରିଆ ସାମ୍ରାଜ୍ୟରେ କେଉଁ ଦୁଇ ରାଜ୍ୟର ମିଶ୍ରଣ ବର୍ଲିନ୍ ମହାସଭା ସର୍ଭକୁ ଉଲ୍ଲଙ୍ଘନ କରିଥିଲା ?

Answer:

ଅଷ୍ଟ୍ରିଆର ସମ୍ରାଟଙ୍କଦ୍ବାରା ଅଷ୍ଟ୍ରିଆ ସାମ୍ରାଜ୍ୟରେ ବୋସ୍‌ନିଆ ଓ ହର୍ଜିଗୋଭିନା ରାଜ୍ୟର ମିଶ୍ରଣ ବର୍ଲିନ୍ ମହାସଭା ସର୍ଭକୁ ଉଲ୍ଲଙ୍ଘନ କରିଥିଲା ।

(ଜ) ପ୍ରଥମ ବିଶ୍ଵଯୁଦ୍ଧ ଫଳରେ କେଉଁ ରାଜବଂଶଗୁଡ଼ିକର ଶାସନର ସମାପ୍ତି ଘଟିଥିଲା ?

Answer:

ପ୍ରଥମ ବିଶ୍ୱଯୁଦ୍ଧ ଫଳରେ ଜର୍ମାନୀର ହୋଏନ୍‌ଲେଣ୍ଡ, ଅଷ୍ଟ୍ରିଆର ହାପ୍‌ସ୍‌ବର୍ଗ ଏବଂ ରୁଷିଆର ରୋମାନୋଭ୍ ଭଳି ପୁରାତନ ତଥା ମହାନ୍ ରାଜବଂଶଗୁଡ଼ିକର ପତନ ହୋଇଥିଲା ।


(ଝ) ପ୍ୟାରିସ୍ ଶାନ୍ତ ସମ୍ମିଳନୀର ଅବ୍ୟବହିତ ପରେ ଗଠିତ ହୋଇଥ‌ିବା ଆଠୋଟି ନୂତନ ରାଷ୍ଟ୍ରର ନାମ କ’ଣ ?

Answer:

ଚେକୋସ୍ଲୋଭାକିଆ, ଯୁଗୋସ୍ଲୋଭିଆ, ହଙ୍ଗେରୀ, ପୋଲାଣ୍ଡ, ଫିନ୍‌ଲାଣ୍ଡ, ଲିଥୁଆନିଆ, ଇଷ୍ଟୋନିଆ ଓ ଲାଟିଭିଆ ।


(ଞ) ପ୍ରଥମ ବିଶ୍ଵଯୁଦ୍ଧରେ କେଉଁ ଯୁଦ୍ଧ ଉପକରଣଗୁଡ଼ିକ ପ୍ରଥମ ଥର ବ୍ୟବହାର କରାଯାଇଥିଲା ?

Answer:

ପ୍ରଥମ ବିଶ୍ଵଯୁଦ୍ଧରେ ଟ୍ୟାଙ୍କ୍, ଉଡ଼ାଜାହାଜ, ବୁଡ଼ାଜାହାଜ, ବିଷାକ୍ତ ବାଷ୍ପ ଓ ଆକାଶରୁ ନିକ୍ଷେପ ହେଉଥିବା ବୋମା ଭଳି ନୂତନ ଓ ଆଧୁନିକ ଅସ୍ତ୍ରଶସ୍ତ୍ର ପ୍ରଥମ ଥର ପାଇଁ ବ୍ୟବହାର କରାଯାଇଥିଲା ।


୩ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।


(କ) କି ଉଦ୍ଦେଶ୍ୟରେ ବିସ୍‌ମାର୍କ ଚୁକ୍ତି ବ୍ୟବସ୍ଥା ଆରମ୍ଭ କରିଥିଲେ ?

Answer:

ଫ୍ରାନ୍ସକୁ ଇଉରୋପରେ ଏକଘରିକିଆ କରିବା ଉଦ୍ଦେଶ୍ୟରେ ବିଦ୍‌ମାର୍କ ଚୁକ୍ତି ବ୍ୟବସ୍ଥା ଆରମ୍ଭ କରିଥିଲେ ।


(ଖ) କେଉଁ ସ୍ଥାନରେ କାଇଜର ଦ୍ବିତୀୟ ଉଇଲିୟମ୍ ମରକ୍କୋ ସୁଲତାନଙ୍କୁ ସୁରକ୍ଷା ଯୋଗାଇବେ, ମରକ୍କୋର ସାର୍ବଭୌମ କ୍ଷମତା ବଜାୟ ରଖିବାରେ ସାହାଯ୍ୟ କରିବେ ଏବଂ ସେଠାକାର ବାଣିଜ୍ୟ କ୍ଷେତ୍ରରେ ସବୁ ଦେଶକୁ ସମାନ ସୁଯୋଗ ଦେବେ ବୋଲି ଘୋଷଣା କରିଥିଲେ ?

Answer:

ମରକ୍କୋର ଟାଞ୍ଜିଏର୍ ସହରରେ କାଇଜର୍ ଦ୍ବିତୀୟ ଉଇଲିୟମ୍ ମରକ୍କୋ ସୁଲତାନଙ୍କୁ ସୁରକ୍ଷା ଯୋଗାଇବେ, ମରକ୍କୋର ସାର୍ବଭୌମ କ୍ଷମତା ବଜାୟ ରଖିବାରେ ସାହାଯ୍ୟ କରିବେ ଏବଂ ସବୁ ଦେଶକୁ ସମାନ ସୁଯୋଗ ଦେବେ ବୋ

ଲି ଘୋଷଣା କରିଥିଲେ ।

(ଗ) ୧୯୦୬ ମସିହା ଜାନୁୟାରୀ ମାସରେ କେଉଁଠାରେ ଅବସ୍ଥିତ ସମ୍ମିଳନୀରେ ଫ୍ରାନ୍ସ ଶାନ୍ତିପୂର୍ଣ୍ଣ ଉପାୟରେ ଓ ଆନ୍ତର୍ଜାତିକ ନିୟନ୍ତ୍ରଣରେ ମରରେ କେତେକ ଆର୍ଥିକ ସୁବିଧା ଉପଭୋଗ କରିବ କିନ୍ତୁ ମର ଅଧ୍ୟାର କରିପାରିବ ନାହିଁ ବୋଲି ନିଷ୍ପତ୍ତି ନିଆଗଲା ?

Answer:

୧୯୦୬ ମସିହା ଜାନୁୟାରୀ ମାସରେ ଆଲ୍‌ସିରାସ୍ତାରେ ଅନୁଷ୍ଠିତ ସମ୍ମିଳନୀରେ ଫ୍ରାନ୍ସ ଶାନ୍ତିପୂର୍ଣ୍ଣ ଉପାୟରେ ଓ ଆନ୍ତର୍ଜାତିକ ନିୟନ୍ତ୍ରଣରେ ମରକ୍କୋରେ କେତେକ ଆର୍ଥିକ ସୁବିଧା ଉପଭୋଗ କରିବ କିନ୍ତୁ ମରକ୍କୋ


(ଘ) ୧୯୦୮ ମସିହାର କେଉଁ ଘଟଣାଟି ଅଷ୍ଟ୍ରିଆ ଓ ସର୍ବିଆ ମଧ୍ଯରେ ଶତ୍ରୁତା ବୃଦ୍ଧି କରିବାରେ ଏକ ନିଶ୍ଚିୟାତ୍ମକ ଭୂମିକା ଗ୍ରହଣ କରିଥିଲା ?

Answer:

୧୯୦୮ ମସିହାରେ ଅଷ୍ଟ୍ରିଆ ସମ୍ରାଟଙ୍କଦ୍ୱାରା ବୋସ୍‌ନିଆ ଓ ହର୍ଜିଗୋଭିନା ରାଜ୍ୟଦ୍ୱୟର ମିଶ୍ରଣ ଅଷ୍ଟ୍ରିଆ ଓ ସର୍ବିଆ ମଧ୍ୟରେ ଶତ୍ରୁତା ବୃଦ୍ଧି କରିବାରେ ଏକ ନିର୍ଣ୍ଣୟାତ୍ମକ ଭୂମିକା ଗ୍ରହଣ କରିଥିଲା ।


(ଙ) ଜର୍ମାନ୍ କାଇଜର ଅଗାଦିର ବନ୍ଦରକୁ ପଠାଇଥ‌ିବା ଯୁଦ୍ଧଜାହାଜର ନାମ କ’ଣ ଥିଲା ?

Answer:

ଜର୍ମାନ୍ କାଇଜର ଅଗାଦିର ବନ୍ଦରକୁ ପଠାଇଥିବା ଯୁଦ୍ଧଜାହାଜର ନାମ ‘ପାନ୍ତର’ ଥିଲା ।


(ଚ) ଫ୍ରାନ୍‌ସିସ୍ ଫର୍ଜିନାଣ୍ଡଙ୍କ ହତ୍ୟାକାରୀ କେଉଁ ଗୁପ୍ତ ସଙ୍ଗଠନ ସହିତ ସମ୍ପୃକ୍ତ ଥିଲା ?

Answer:

ଫ୍ରାନ୍‌ସିସ୍ ଫର୍ଜିନାଣ୍ଡଙ୍କ ହତ୍ୟାକାରୀ ସର୍ବୀୟ ଗୁପ୍ତ ସଙ୍ଗଠନ ‘ବ୍ଲାକ୍ ହ୍ୟାଣ୍ଡ’ ସହିତ ସମ୍ପୃକ୍ତ ଥିଲା ।


(ଛ) ପ୍ରଥମ ବିଶ୍ଵଯୁଦ୍ଧରେ ପରସ୍ପରର ସମ୍ମୁଖୀନ ହୋଇଥିବା ଦୁଇ ଗୋଷ୍ଠୀ କ’ଣ ଭାବରେ ପରିଚିତ ଥିଲେ ?

Answer:

ପ୍ରଥମ ବିଶ୍ଵଯୁଦ୍ଧରେ ପରସ୍ପରର ସମ୍ମୁଖୀନ ହୋଇଥିବା ଦୁଇ ଗୋଷ୍ଠୀ ‘ମିତ୍ରଶକ୍ତି’ ଓ ‘କେନ୍ଦ୍ରଶକ୍ତି’ ଭା

ବରେ ପରିଚିତ ଥିଲେ ।

(ଜ) ଜର୍ମାନୀ କେବେ ଯୁଦ୍ଧ ବିରତି ସନ୍ଧିରେ ସ୍ଵାକ୍ଷର କଲା ?

Answer:

ଜର୍ମାନୀ ୧୯୧୮ ନଭେମ୍ବର ୧୧ ତାରିଖ ଦିନ ଯୁଦ୍ଧ ବିରତି ସନ୍ଧିରେ ସ୍ବାକ୍ଷର କଲା ।


(ଝ) ପ୍ରଥମ ବିଶ୍ଵଯୁଦ୍ଧ ସମୟରେ ଜର୍ମାନୀର କାଇଜର କିଏ ଥିଲେ ?

Answer:

ପ୍ରଥମ ବିଶ୍ଵଯୁଦ୍ଧ ସମୟରେ ଜର୍ମାନୀର କାଇଜର ଦ୍ବିତୀୟ ଉଇଲିୟମ୍ ଥିଲେ ।



(ଞ) ପ୍ରଥମ ବିଶ୍ଵଯୁଦ୍ଧ ପରେ ପ୍ରତିଷ୍ଠିତ ହୋଇଥ‌ିବା ଆନ୍ତର୍ଜାତିକ ଅନୁଷ୍ଠାନର ନାମ କ’ଣ ଥିଲା ?

Answer:

ପ୍ରଥମ ବିଶ୍ଵଯୁଦ୍ଧ ପରେ ପ୍ରତିଷ୍ଠିତ ହୋଇଥିବା ଆନ୍ତର୍ଜାତିକ ଅନୁଷ୍ଠାନର ନାମ ‘ଜାତିସଂଘ’ ଥିଲା ।


୪। ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥିବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ସଙ୍ଗେ ତା’ର କ୍ରମିକ ନମ୍ବର ବାଛି ଲେଖ ।


(କ) ୧୮୭୦ ମସିହାରେ କେଉଁ ଯୁଦ୍ଧରେ ଫ୍ରାନ୍ସ ଜର୍ମାନୀଦ୍ୱାରା ପରାସ୍ତ ହୋଇଥିଲା ?

(i) ରୁଷିଆ-ତୁର୍କୀ ଯୁଦ୍ଧ

(ii) ବଲ୍‌କାନ୍ ଯୁଦ୍ଧ

(iii) ଅଷ୍ଟ୍ରିଆ-ସର୍ବିଆ ଯୁଦ୍ଧ

(iv) ସିଦାନ୍ ଯୁଦ୍ଧ

Answer:

(iv) ସିଦାନ୍ ଯୁଦ୍ଧ

(ଖ) ୧୮୮୨ ମସିହାରେ ଜର୍ମାନୀ -ଅଷ୍ଟ୍ରିଆ ରାଜିନାମାରେ କେଉଁ ଦେଶ ଯୋଗଦେବା ଫଳରେ ତ୍ରିଶକ୍ତି-ମେଣ୍ଟ ସୃଷ୍ଟି ହୋଇଥଲା ?

(i) ରୁଷିଆ

(ii) ଫ୍ରାନ୍ସ

(iii) ଇଟାଲୀ

(iv) ଇଂଲାଣ୍ଡ

Answer:

(iii) ଇଟାଲୀ


(ଗ) ଇଂଲାଣ୍ଡ କେବେ ରୁଷିଆ ସହିତ ଚୁକ୍ତି ସ୍ୱାକ୍ଷର କରିଥିଲା ?

(i) ୧୮୯ ୪

(ii) ୧୯୦୨

(iii) ୧୯୦୪

(iv) ୧୯୦୭

Answer:

(iv) ୧୯୦୭


(ଘ) ୧୮୯୦ ମସିହା ପରେ କେଉଁ ଦେଶ ନୌଶକ୍ତିରେ ଇଂଲାଣ୍ଡ ଅପେକ୍ଷା ଅଧ‌ିକ ବୃଦ୍ଧି ଘଟାଇଛି ବୋଲି ଘୋଷଣା କଲା ?

(i)ଇଟାଲୀ

(ii) ଫ୍ରାନ୍ସ

(iii) ଜର୍ମାନୀ

(iv) ରୁଷିଆ

Answer:

(iii) ଜର୍ମାନୀ

(ଡି) ୧୮୯୯ ଓ ୧୯୦୭ ମସିହାରେ କେଉଁଠାରେ ଅନୁଷ୍ଠିତ ହୋଇଥ‌ିବା ସମ୍ମିଳନୀଗୁଡ଼ିକରେ ଯୁଦ୍ଧ ନିବାରଣ ପାଇଁ ଆଇନ ପ୍ରଣୟନ କରାଯାଇଥିଲା ?

(i) ଲ୍‌ସିରାସ୍

(ii) ଆଲ୍‌ସିରାସ୍

(iii) ହେଗ୍

(iv) ପ୍ୟାରିସ୍

Answer:

(iii) ହେଗ୍


(ଚ) ଆର୍କସ୍ଟ୍ରୋକ୍ ଫ୍ରାନ୍ସିସ୍ ଫର୍ଜିନାଣ୍ଡ ଓ ତାଙ୍କ ପତ୍ନୀ ସୋଫିଆଙ୍କୁ କେଉଁ ଅଞ୍ଚଳରେ ହତ୍ୟା କରାଯାଇଥିଲା ?

(i) ବୋବିତ୍ପଆ

(ii) ସର୍ବିଆ

(iii) ହର୍ଜିଗୋଭିନା

(iv) ଅଷ୍ଟ୍ରିଆ

Answer:

(i) ବୋସ୍‌ନିଆ


(ଛ) କେଉଁ ତାରିଖରେ ଅଷ୍ଟ୍ରିଆ ସର୍ବିଆ ଉପରେ ଆକ୍ରମଣ କରି ସର୍ବିଆ ବିରୋଧରେ ଯୁଦ୍ଧ ଘୋଷଣା କଲା ?

(i) ୧୯୧୪ ଜୁନ୍ ୨୮

(ii) ୧୯୧୪ ଜୁଲାଇ ୨୩

(iii) ୧୯୧୪ ଜୁଲାଇ ୨୮

(iv) ୧୯୧୪ ଅଗଷ୍ଟ ୧

Answer:

(iii) ୧୯୧୪ ଜୁଲାଇ ୨୮


(ଜ) ଯୁକ୍ତରାଷ୍ଟ୍ର ଆମେରିକା କେବେ ପ୍ରଥମ ବିଶ୍ବଯୁଦ୍ଧରେ ଜଡ଼ିତ ହେଲା ?

(i) ୧୯୧୫

(ii) ୧୯୧୬

(iii) ୧୯୧୭

(iv) ୧୯୧୮

Answer:

(iii) ୧୯୧୭



(ଝ) ପ୍ୟାରିସ୍ ଶାନ୍ତ ସମ୍ମିଳନୀରେ କିଏ ଚଉଦ ସୂତ୍ରୀ କାର୍ଯ୍ୟକ୍ରମ ଉପସ୍ଥାପନ କରିଥିଲେ ?

(i) ଦ୍ବିତୀୟ ଉଇଲିୟମ୍

(ii) କ୍ଲେମେଣ୍ଟ୍

(iii) ଲଏଡ୍ ଜର୍ଜ

(iv) ଉଡ୍ରୋ ଉଇଲ୍ସସନ୍‌

Answer

:

(iv) ଉଡ୍ରୋ ଉଇଲ୍‌ସନ୍


ଞ) ପ୍ରଥମ ବିଶ୍ଵଯୁଦ୍ଧ ପରେ ରାଷ୍ଟ୍ରମାନଙ୍କୁ କାହିଁକି ବହୁ ପରିମାଣରେ କାଗଜ ଟଙ୍କା ପ୍ରଚଳନ କରିବାକୁ ପଡ଼ିଲା ?

(i) ଉତ୍ପାଦନ ହ୍ରାସ ପାଇବା ଯୋଗୁଁ

(ii) ଭାରି ସଂଖ୍ୟାର ଋଣ ଯୋଗୁଁ

(iii) ମୁଦ୍ରାଷ୍ଟୀତି ଯୋଗୁଁ

(iv) ଟଙ୍କାର ମୂଲ୍ୟ ହ୍ରାସ ପାଇବା ଯୋଗୁଁ

Answer:

(ii) ଭାରି ସଂଖ୍ୟାର ଋଣ ଯୋଗୁଁ

Comments

Popular posts from this blog

BSE Odisha Class 10 History Solutions Chapter 1 ଭାରତୀୟ ଜାତୀୟ ଆନ୍ଦୋଳନରେ ଗାନ୍ଧିଜୀଙ୍କ ଆବିର୍ଭାବ

BSE Odisha 10th Class English Solutions Chapter 1 All Things Bright and Beautiful

BSE Odisha Class 10 History Solutions Chapter 5 ସୁଭାଷ ଚନ୍ଦ୍ର ବୋଷ ଓ ଭାରତୀୟ ଜାତୀୟସେନା