BSE Odisha Class 10 History Solutions Chapter 1 ଭାରତୀୟ ଜାତୀୟ ଆନ୍ଦୋଳନରେ ଗାନ୍ଧିଜୀଙ୍କ ଆବିର୍ଭାବ
BSE Odisha Class 10 History Solutions Chapter 1 ଭାରତୀୟ ଜାତୀୟ ଆନ୍ଦୋଳନରେ ଗାନ୍ଧିଜୀଙ୍କ ଆବିର୍ଭାବ
୧ । ପପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ଲେଖ ।
(କ) ଦକ୍ଷିଣ ଆଫ୍ରିକାରେ ଭାରତୀୟମାନେ ଶ୍ୱେତାଙ୍ଗମାନଙ୍କଦ୍ୱାରା କିପରି ଅତ୍ୟାଚାରିତ ହେଉଥିଲେ ?
Answer:
ବର୍ଣ୍ଣବୈଷମ୍ୟ ନୀତି ଯୋଗୁଁ ଦକ୍ଷିଣ ଆଫ୍ରିକାରେ କାମ କରୁଥିବା କୃଷ୍ଣାଙ୍ଗ ଆଫ୍ରିକୀୟ ଓ ଭାରତୀୟମାନେ ବିଭିନ୍ନ ଅତ୍ୟାଚାରର ସମ୍ମୁଖୀନ ହେଉଥିଲେ ।
ସେଠାରେ ସେମାନଙ୍କର ଭୋଟଦାନ ଅଧିକାର ନଥିଲା । ସେମାନଙ୍କୁ ସେମାନଙ୍କର ନାମ ପଞ୍ଜୀକରଣ କରି ନିର୍ବାଚନ କର ଦେବାକୁ ପଡୁଥିଲା ।
ଭାରତୀୟମାନଙ୍କ ବସତି ସ୍ଥାପନ ପାଇଁ ଜନାକୀର୍ଣ୍ଣ ଅସ୍ଵାସ୍ଥ୍ୟକର ପରିବେଶ ଉଦ୍ଦିଷ୍ଟ କରାଯାଇଥିଲା ।
ସେମାନେ ରାତି ନ’ଟା ପରେ ଘରୁ ବାହାରକୁ ଯାଇପାରୁ ନଥିଲେ କି ଜନସାଧାରଣଙ୍କ ପାଦଚଲା ରାସ୍ତା ବ୍ୟବହାର କରିପାରୁ ନଥିଲେ ।
ସେମାନେ ରେଳଗାଡ଼ିର ପ୍ରଥମ ବା ଦ୍ୱିତୀୟ ଶ୍ରେଣୀ କୋଠରିରେ ଯାତ୍ରା କରିପାରୁ ନଥିଲେ । ଭାରତୀୟମାନଙ୍କୁ ଶ୍ଵେତାଙ୍ଗମାନେ ‘କୁଲି’ ବୋଲି ସମ୍ବୋଧନ କରୁଥିଲେ ।
(ଖ) ‘ଚମ୍ପାରନ୍ ଆନ୍ଦୋଳନ’ରେ ମହାତ୍ମା ଗାନ୍ଧିଙ୍କ ଭୂମିକା ସମ୍ପର୍କରେ ଆଲୋଚନା କର ।
Answer:
ଚମ୍ପାରନ୍ ଆନ୍ଦୋଳନ ଗାନ୍ଧିଜୀଙ୍କଦ୍ବାରା ଭାରତରେ ସଙ୍ଗଠିତ ପ୍ରଥମ ଆନ୍ଦୋଳନ ଥିଲା । ବିହାରର ଚମ୍ପାରନ ଜିଲ୍ଲାରେ ପ୍ରଚଳିତ ତିନିକାଠିଆ ବ୍ୟବସ୍ଥା ଅନୁସାରେ ଚାଷୀମାନଙ୍କୁ ଜମିର କୋଡ଼ିଏ ଭାଗରୁ ତିନିଭାଗ ଅଞ୍ଚଳରେ ନୀଳ ଉତ୍ପାଦନ କରିବାପାଇଁ ଇଂରେଜ ବୃକ୍ଷରୋପଣକାରୀଙ୍କଦ୍ବାରା ବାଧ୍ୟ କରାଯାଇ ସେମାନଙ୍କଦ୍ୱାରା ନିର୍ଦ୍ଧାରିତ ଦରରେ ତାଙ୍କୁ ବିକ୍ରୟ କରିବାକୁ ପଡୁଥିଲା ।
ପରବର୍ତ୍ତୀ କାଳରେ ନୀଳର ଚାହିଦା ହ୍ରାସ ପାଇବାରୁ ଚାଷୀମାନଙ୍କୁ ନୀଳ ଚାଷ ବାଧ୍ୟତାମୂଳକ ନ କରିବା ପାଇଁ ଜମିର ଭଡ଼ା ବଢ଼ାଇ ଦିଆଗଲା ଓ ଅନେକ ବେଆଇନ ଟିକସ ଆଦାୟ କରାଗଲା । ଏହା ବିରୋଧରେ ପ୍ରତିବାଦ କରୁଥିବା ଚାଷୀମାନେ ଅତ୍ୟାଚାର ଓ ଶୋଷଣର ଶିକାର ହେଲେ ।
ଚାଷୀମାନଙ୍କ ସମସ୍ୟାର ଅନୁଧ୍ୟାନ ନିମନ୍ତେ ମହାତ୍ମା ଗାନ୍ଧି ସ୍ଥାନୀୟ ବାସିନ୍ଦା ରାଜକୁମାର ଶୁକ୍ଳଙ୍କ ନିମନ୍ତ୍ରଣ କ୍ରମେ ୧୯୧୭ ଏପ୍ରିଲ୍ରେ ଚମ୍ପାରନ ଜିଲ୍ଲାର ସଦର ମହକୁମା ମୋତିହାରିରେ ପହଞ୍ଚିଲେ ।
ସେଠାକାର ଜିଲ୍ଲା ଅଧିକାରୀ ଗାନ୍ଧିଜୀ ଓ ତାଙ୍କ ସହ ଯାଇଥିବା ରାଜେନ୍ଦ୍ର ପ୍ରସାଦ, ମୁଜାହର ଭଲ୍ ହକ୍, ମହାଦେବ ଦେଶାଇ, ନରହରି ପାରିଖ୍ ଓ ଜେ.ବି. କୃପାଳିନୀଙ୍କୁ ତୁରନ୍ତ ଉକ୍ତ ଜିଲ୍ଲା ଛାଡ଼ିବାକୁ ନିର୍ଦ୍ଦେଶ ଦେଲେ । ଗାନ୍ଧିଜୀ ଏହି ନିର୍ଦ୍ଦେଶକୁ ପ୍ରତ୍ୟାଖ୍ୟାନ କରି ଯେକୌଣସି ଦଣ୍ଡ ଭୋଗିବାକୁ ପ୍ରସ୍ତୁତ ବୋଲି ଘୋଷଣା କଲେ ।
ଶେଷରେ ସରକାର ଗାନ୍ଧିଜୀଙ୍କୁ ଚାଷୀମାନଙ୍କ ସମସ୍ୟା ଅନୁଧ୍ୟାନ ପାଇଁ ଅନୁମତି ଦେଇ ଗଠିତ କମିଟିରେ ସଦସ୍ୟ ରୂପେ ଅନ୍ତର୍ଭୁକ୍ତ କଲେ । ଫଳରେ ଗାନ୍ଧିଜୀଙ୍କ ଉଦ୍ୟମରେ ତିନିକାଠିଆ ବ୍ୟବସ୍ଥାର ଉଚ୍ଛେଦ ହେଲା ଓ ଇଂରେଜ ମାଲିକଙ୍କଦ୍ବାରା ବେଆଇନ ଭାବେ ଆଦାୟ ଅର୍ଥର ଶତକଡ଼ା ୨୫ ଭାଗ ଚାଷୀମାନଙ୍କୁ ଫେରସ୍ତ କରାଗଲା ।
(ଗ) ଖେଡ଼ାଠାରେ ଗାନ୍ଧିଜୀ କାହିଁକି ଆନ୍ଦୋଳନ କରିଥିଲେ ଏବଂ ଏହାର ଫଳ କ’ଣ ହୋଇଥିଲା ?
Answer:
୧୯୧୮ ମସିହାରେ ଦୁର୍ଭିକ୍ଷ ଯୋଗୁଁ ଗୁଜରାଟସ୍ଥିତ ଖେଡ଼ା ଜିଲ୍ଲାର ଶସ୍ୟ ଉତ୍ପାଦନ ବାଧାପ୍ରାପ୍ତ ହୋଇଥିଲା ରାଜସ୍ବ ବିଭାଗର ନିୟମ ଅନୁଯାୟୀ ଜମିର ସ୍ଵାଭାବିକ ଉତ୍ପାଦନ ଏକ ଚତୁର୍ଥାଂଶରୁ କମ୍ ହେଲେ ରାଜସ୍ବ ଦେୟ ପରିମାଣ କୋହଳ କରାଯିବାର ବ୍ୟବସ୍ଥା ଥିଲା ।
କିନ୍ତୁ ଇଂରେଜ କର୍ମଚାରୀମାନେ ଖେଡ଼ାର ଚାଷୀମାନଙ୍କୁ ସମ୍ପୂର୍ଣ ରାଜସ୍ଵ ଭରଣା କରିବାକୁ ବାଧ୍ୟ କରିବାରୁ ଗାନ୍ଧିଜୀ ଏହା ବିରୋଧରେ ସତ୍ୟାଗ୍ରହ କରିବାକୁ ଚାଷୀମାନଙ୍କୁ ସଙ୍ଗଠିତ କରିଥିଲେ ।
ଚାଷୀମାନେ ଖଜଣା ଦେୟକୁ ପ୍ରତ୍ୟାଖ୍ୟାନ କଲେ ଏବଂ ଏଥିପାଇଁ ଯେ କୌଣସି ପରିଣାମ ଭୋଗିବାକୁ ପ୍ରସ୍ତୁତ ହେଲେ ।
ଶେଷରେ ଇଂରେଜ ସରକାର ବାଧ୍ୟତାମୂଳକ ରାଜସ୍ବ ଆଦାୟରୁ ନିବୃତ୍ତ ହେଲେ ଏବଂ ଏକ ଗୁପ୍ତ ଜାରି କରି କେବଳ ସାମର୍ଥ୍ୟ ଥିବା ଚାଷୀମାନଙ୍କଠାରୁ ଖଜଣା ଆଦାୟ କରିଥିଲେ ।
ଏହି ଆନ୍ଦୋଳନର ସଫଳତାରେ ଗଭୀର ଭାବେ ପ୍ରଭାବିତ ହୋଇ ଖେଡ଼ା ଜିଲ୍ଲାର ଅସ୍ଵାସୀ ତଥା ଅହମ୍ମଦାବାଦର ଆଇନଜୀବୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଗାନ୍ଧିଜୀଙ୍କର ଜଣେ ପ୍ରଧାନ ଅନୁଗାମୀ ହୋଇଥିଲା ।
ଉପାୟରେ ବିରୋଧ କରିବାକୁ ଏହାର ସଭ୍ୟମାନଙ୍କୁ ପ୍ରବର୍ତ୍ତାଇଲେ ।
ବ୍ରିଟିଶ୍ ବ୍ୟବସ୍ଥାପକ ସଭାରେ ଭାରତୀୟ ସଭ୍ୟମାନଙ୍କ ବିରୋଧ ସତ୍ତ୍ବେ ସଂଖ୍ୟାଗରିଷ୍ଠ ସରକାରୀ ସଭ୍ୟଙ୍କ ସମର୍ଥନରେ ୧୯୧୯ ମାର୍ଚ୍ଚ ୧୮ ତାରିଖରେ ରାଓଲାତ୍ ଆଇନ ଗୃହୀତ ହେଲା ।
ଗାନ୍ଧିଜୀଙ୍କ ଆହ୍ୱାନରେ ୧୯୧୯ ମସିହା ଏପ୍ରିଲ୍ ୬ ତାରିଖ ଦିନ ଦେଶବାସୀ ସବୁ କାର୍ଯ୍ୟ ବନ୍ଦ କରି ଉପବାସ ଓ ପ୍ରାର୍ଥନାଦ୍ଵାରା ହରତାଳ ପାଳନ କରିଥିଲେ । ପରେ ୧୯୧୯ ମସିହା ଏପ୍ରିଲ୍ ୯ ତାରିଖରେ ଇଂରେଜ ସରକାର ଗାନ୍ଧିଜୀଙ୍କୁ ଗିରଫ କରି ଛାଡ଼ିଦେଇଥିଲେ ।
ଏହି ଆନ୍ଦୋଳନ ଥିଲା ଗାନ୍ଧିଜୀଙ୍କର ପ୍ରଥମ ଜାତୀୟ ସ୍ତରୀୟ ଆନ୍ଦୋଳନ ।
୨ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ ।
(କ) ଗାନ୍ଧିଜୀ ଦକ୍ଷିଣ ଆଫ୍ରିକାର କେଉଁ ସ୍ଥାନକୁ ଯାଇଥିଲେ ଓ କ’ଣ ପାଇଁ ଯାଇଥିଲେ ?
Answer:
ଗାନ୍ଧିଜୀ ଦକ୍ଷିଣ ଆଫ୍ରିକାର ନାଟାଲ୍ ନାମକ ସ୍ଥାନକୁ ଯାଇଥିଲେ ।
ଦାଦା ଅବଦୁଲ୍ଲା ନାମକ ଜଣେ ଭାରତୀୟ ମୁସଲମାନ ବ୍ୟବସାୟୀଙ୍କ ଓକିଲ ରୂପେ ଏକ ମୋକଦ୍ଦମା ଲଢ଼ିବାପାଇଁ ସେ ସେଠାକୁ ଯାଇଥଲେ ।
(ଖ) ଗାନ୍ଧିଜୀ ଦକ୍ଷିଣ ଆଫ୍ରିକାରେ ଭାରତୀୟମାନଙ୍କୁ ଇଂରେଜମାନଙ୍କ ଅତ୍ୟାଚାର ବିରୋଧରେ ସଚେତନ କରିବାପାଇଁ କରିବାପାଇଁ କ’ଣ କରିଥିଲେ ?
Answer:
ଗାନ୍ଧିଜୀ ଦକ୍ଷିଣ ଆଫ୍ରିକାରେ ଭାରତୀୟମାନଙ୍କୁ ଇଂରେଜମାନଙ୍କ ଅତ୍ୟାଚାର ବିରୋଧରେ ସଚେତନ କରିବାପାଇଁ ୧୮୯୪ ମସିହାରେ ‘ନାଟାଲ୍ ଭାରତୀୟ କଂଗ୍ରେସ’ ନାମକ ଏକ ରାଜନୈତିକ ଅନୁଷ୍ଠାନ ଗଠନ କରିଥିଲେ ।
ଏହାଛଡ଼ା ସେ ଶ୍ୱେତାଙ୍ଗମାନଙ୍କ ଅତ୍ୟାଚାର ସମ୍ବନ୍ଧରେ ଜନସାଧାରଣଙ୍କୁ ଅବଗତ କରାଇବାପାଇଁ ‘ଇଣ୍ଡିଆନ୍ ଓପିନିଅନ୍’ ନାମକ ଏକ ସମ୍ବାଦପତ୍ରିକା ପ୍ରକାଶ କରିଥିଲେ ।
କୋହଳ କରାଯିବାର ବ୍ୟବସ୍ଥା ଥିଲା ।
କିନ୍ତୁ ଇଂରେଜ କର୍ମଚାରୀମାନେ ଚାଷୀମାନଙ୍କୁ ସମ୍ପୂର୍ଣ ରାଜସ୍ଵ ଭରଣା କରିବାକୁ ବାଧ୍ୟ କରିବାରୁ ଗାନ୍ଧିଜୀ ଏହା ବିରୋଧରେ ସତ୍ୟାଗ୍ରହ ଆରମ୍ଭ କରିଥିଲେ ।
(ଛ) ଅହମ୍ମଦାବାଦ୍ ଲୁଗାକଳର ଶ୍ରମିକମାନଙ୍କର କାହିଁକି ମାଲିକମାନଙ୍କ ସହିତ କଳହ ଆରମ୍ଭ ହେଲା ?
Answer:
ଗୁଜରାଟର ଅହମ୍ମଦାବାଦ୍ୱାରେ ଲୁଗାକଳଗୁଡ଼ିକର ମାଲିକମାନେ ପ୍ଲେଗ୍ ମହାମାରୀ ପାଇଁ ଶ୍ରମିକମାନଙ୍କୁ ‘ପ୍ଲେଗ୍ ବୋନସ୍’ ନାମରେ ଏକ ସ୍ଵତନ୍ତ୍ର ଭତ୍ତା ଦେଉଥିଲେ ।
କିନ୍ତୁ ମାଲିକମାନେ ଏହି ସ୍ଵତନ୍ତ୍ର ଭତ୍ତା ଦେବା ପ୍ରତ୍ୟାହାର କରିନେବାରୁ ଶ୍ରମିକ ଓ ମାଲିକମାନଙ୍କ ମଧ୍ୟରେ କଳହର ସୂତ୍ରପାତ ହୋଇଥିଲା ।
(ଜ) ‘ରାଓଲାତ୍ ଆଇନ’ କ’ଣ ଥିଲା ?
Answer:
୧୯୧୯ ମସିହାରେ ଇଂରେଜ ସରକାର ଭାରତରେ ବିଦ୍ରୋହ ଓ ବିପ୍ଳବାତ୍ମକ କାର୍ଯ୍ୟକଳାପକୁ ଦମନ କରିବା ପାଇଁ ବିଚାରପତି ରାଓଲାତ୍ରଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲେ । ଏହି କମିଟିର ସୁପାରିସରେ ପ୍ରଣୀତ ଆଇନକୁ ରାଓଲାତ୍ ଆଇନ କୁହାଯାଏ ।
ଏହି ଆଇନରେ ଯେ କୌଣସି ଭାରତୀୟଙ୍କୁ ଗିରଫ କରାଯାଇ ବିନା ବିଚାରରେ କାରାଦଣ୍ଡରେ ଦଣ୍ଡିତ କରିବାର ବ୍ୟବସ୍ଥା ଥିଲା ।
(ଝ) ‘ରାଓଲାଡ୍ ଆଇନ’ ବିରୁଦ୍ଧରେ ଗାନ୍ଧିଜୀଙ୍କ ଗଣ ସତ୍ୟାଗ୍ରହକୁ ଆନିବେସାନ୍ତଙ୍କ ବ୍ୟତୀତ ଅନ୍ୟ କେଉଁ ନେତାମାନେ ବିରୋଧ କରିଥିଲେ ?
Answer:
‘ରାଓଲାତ୍ ଆଇନ’ ବିରୁଦ୍ଧରେ ଗାନ୍ଧିଜୀଙ୍କ ଗଣ ସତ୍ୟାଗ୍ରହକୁ ଶ୍ରୀମତୀ ଆନିବେସାନ୍ତଙ୍କ ବ୍ୟତୀତ ଦିସ ଏଦୁଲ୍ ୱାଚା, ସୁରେନ୍ଦ୍ରନାଥ ବାନାର୍ଜୀ, ତେଜ ବାହାଦୂର ସାହୁ ଓ ଶ୍ରୀନିବାସ ଶାସ୍ତ୍ରୀଙ୍କ ଭଳି ନେତାଗଣ ବିରୋଧ କରିଥିଲେ ।
(ଞ) ଜାଲିଆନାୱାଲାବାଗ୍ ହତ୍ୟାକାଣ୍ଡ କାହିଁକି ସଂଘଟିତ ହୋଇଥିଲା ?
Answer:
ସମଗ୍ର ଦେଶରେ ରାଓଲାତ୍ ଆଇନ ବିରୋଧୀ ଆନ୍ଦୋଳନ ଚାଲିଥିବାବେଳେ ୧୯୧୯ ଏପ୍ରିଲ୍ ୧୦ ତାରିଖରେ ଅମୃତସରଠାରେ ଦୁଇ ସ୍ଥାନୀୟ ନେତା ଡ. ସତ୍ୟପାଲ ଓ ଡ. ସଇଫୁଦ୍ଦିନ୍ କିଚଲୁଙ୍କୁ ଗିରଫ କରାଗଲା । ସେମାନଙ୍କ ଗିରଫର ପ୍ରତିବାଦ ତଥା ବୈଶାଖୀ ଉତ୍ସବ ପାଳନ କରିବାପାଇଁ ଅମୃତସରର ଜାଲିଆନାୱାଲାବାଗ୍ଠାରେ ୧୯୧୯ ମସିହା ଏପ୍ରିଲ୍ ୧୩ ତାରିଖରେ ବହୁସଂଖ୍ୟକ ଲୋକ ଏକ ସଭାରେ ଏକତ୍ରିତ ହୋଇଥିଲେ ।
ପୂର୍ବରୁ ସହରରେ ସଭାସମିତି ର୍ନ କରିବାପାଇଁ ଘୋଷିତ ନିଷେଧାଜ୍ଞା ସମ୍ବନ୍ଧରେ ଜନସାଧାରଣ ଅବଗତ ନଥିଲେ । ଠିକ୍ ସେହି ସମୟରେ ଅମୃତସରର ସାମରିକ ମୁଖ୍ୟ ଜେନେରାଲ ଡାୟାର୍ ସୈନ୍ୟଙ୍କ ସହ ସେଠାରେ ପହଞ୍ଚ୍ ନିରୀହ ଲୋକମାନଙ୍କ ଉପରକୁ ଗୁଳିବର୍ଷଣ କରିଥିଲେ । ଏଥିରେ ଅନେକ ଲୋକ ମୃତାହତ ହୋଇଥିଲେ ।
୩ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।
(କ) ୧୮୯୪ରେ ଗାନ୍ଧିଜୀଙ୍କଦ୍ଵାରା କେଉଁ ଅନୁଷ୍ଠାନ ଗଠିତ ହୋଇଥିଲା ?
Answer:
୧୮୯୪ ମସିହାରେ ଗାନ୍ଧିଜୀଙ୍କଦ୍ବାରା ‘ନାଟାଲ୍ ଭାରତୀୟ କଂଗ୍ରେସ’ ନାମକ ଏକ ରାଜନୈତିକ ଅନୁଷ୍ଠାନ ଗଠିତ ହୋଇଥିଲା ।
(ଖ) ‘ଇଣ୍ଡିଆନ୍ ଓପିନିଅନ୍’ ସମ୍ବାଦପତ୍ର କିଏ ପ୍ରକାଶ କରିଥିଲେ ?
Answer:
ମହାତ୍ମା ଗାନ୍ଧି ‘ଇଣ୍ଡିଆନ୍ ଓପିନିଅନ୍’ ସମ୍ବାଦପତ୍ର ପ୍ରକାଶ କରିଥିଲେ ।
(ଗ) ମୋହନଦାସ କରମଚାନ୍ଦ ଗାନ୍ଧିଙ୍କୁ କିଏ ‘ମହାତ୍ମା’ ଆଖ୍ୟା ଦେଇଥିଲେ ?
Answer:
ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର ମୋହନଦାସ କରମଚାନ୍ଦ ଗାନ୍ଧିଙ୍କୁ ‘ମହାତ୍ମା’ ଆଖ୍ୟା ଦେଇଥିଲେ ।
(ଘ) କାହାର ନିମନ୍ତ୍ରଣକ୍ରମେ ଗାନ୍ଧିଜୀ ଚମ୍ପାରନ୍ ଯାଇଥିଲେ ?
Answer:
ରାଜକୁମାର ଶୁକ୍ଳ ନାମକ ଜଣେ ସ୍ଥାନୀୟ ବ୍ୟକ୍ତିଙ୍କ ନିମନ୍ତ୍ରଣକ୍ରମେ ଗାନ୍ଧିଜୀ ଚମ୍ପାରନ୍ ଯାଇଥିଲେ ।
(ଙ) ଖେଡ଼ା ଆନ୍ଦୋଳନରେ କିଏ ମହାତ୍ମା ଗାନ୍ଧିଙ୍କ ମୁଖ୍ୟ ସହଯୋଗୀ ଥିଲେ ?
Answer:
ଖେଡ଼ା ଆନ୍ଦୋଳନରେ ଇନ୍ଦୁଲାଲ ଯାଜ୍ଞକ୍ ମହାତ୍ମା ଗାନ୍ଧିଙ୍କ ମୁଖ୍ୟ ସହଯୋଗୀ ଥିଲେ ।
(ଚ) ‘ପ୍ଲେଗ ବୋନସ୍’ କ’ଣ ?
Answer:
ଗୁଜରାଟର ଅହମ୍ମଦାବାଦ୍ୱାରେ ଲୁଗାକଳଗୁଡ଼ିକର ମାଲିକମାନେ ପ୍ଲେଟ୍ ମହାମାରୀ ପାଇଁ ଶ୍ରମିକମାନଙ୍କୁ ଦେଉଥିବା ସ୍ଵତନ୍ତ୍ର ଭତ୍ତାକୁ ‘ପ୍ଲେଗ୍ ବୋନସ୍’ କୁହାଯାଉଥିଲା ।
(ଛ) ଜାଲିଆନାୱାଲାବାଗ୍ ହତ୍ୟାକାଣ୍ଡ କେବେ ସଂଘଟିତ ହୋଇଥିଲା ?
Answer:
ଜାଲିଆନାଓ୍ବାଲାବାଗ୍ ହତ୍ୟାକାଣ୍ଡ ୧୯୧୯ ମସିହା ଏପ୍ରିଲ୍ ମାସ ୧୩ ତାରିଖରେ ସଂଘଟିତ ହୋଇଥିଲା ।
(ଜ) ଜେନେରାଲ ଡାୟାର୍ କିଏ ଥିଲେ ?
Answer:
ଜେନେରାଲ ଡାୟାର୍ ଅମୃ
ତସରର ସାମରିକ ମୁଖ୍ୟ ଥିଲେ ।
(ଝ) ‘କୌଣସି ପ୍ରକାରରେ ଭାରତୀୟମାନେ ସରକାରଙ୍କର ପୈଶାଚିକ ପ୍ରବୃତ୍ତିକୁ ଗ୍ରହଣ କରିବା ପାପ’’– ଏହା କିଏ କହିଥିଲେ ?
Answer:
‘‘କୌଣସି ପ୍ରକାରରେ ଭାରତୀୟମାନେ ସରକାରଙ୍କର ପୈଶାଚିକ ପ୍ରବୃତ୍ତିକୁ ଗ୍ରହଣ କରିବା ପାପ’– ଏହା ଗାନ୍ଧିଜୀ କହିଥିଲେ ।
(ଞ) ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ପରେ ଗାନ୍ଧିଜୀ କେଉଁ ଉପାଧ୍ ତ୍ୟାଗ କରିଥିଲେ ?
Answer:
ଜାଲିଆନାୱାଲାବାଗ୍ ହତ୍ୟାକାଣ୍ଡ ପରେ ଗାନ୍ଧିଜୀ ‘କାଇଜର୍-ଇ-ହିନ୍ଦ୍’ ଉପାଧ୍ ତ୍ୟାଗ କରିଥିଲେ ।
୪ । ପ୍ରତ୍ୟେକ ପ୍ରଶ୍ନ ପାଇଁ ଦିଆଯାଇଥିବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ତା’ର କ୍ରମିକ ନମ୍ବର ସହିତ ଲେଖ ।
(କ) ପ୍ରତ୍ୟେକ ଭାରତୀୟ ନିଜର ଅଙ୍ଗୁଳିଛାପ ଥିବା ପଞ୍ଜୀକରଣ ପ୍ରମାଣପତ୍ରକୁ ସବୁ ସମୟରେ ବହନ କରିବା ସଂକ୍ରାନ୍ତରେ ଦକ୍ଷିଣ ଆଫ୍ରିକା ସରକାର କେବେ ଆଇନ ପ୍ରଣୟନ କରିଥିଲେ ?
(i) ୧ ୮୯୪
(ii) ୧୯୦୬
(iii) ୧୯୦୮
(iv) ୧୯୧୩
Answer:
(ii) ୧୯୦୬
(ଖ) ଚାଷୀମାନଙ୍କ ସମସ୍ୟାର ଅନୁଧ୍ୟାନ ପାଇଁ ୧୯୧୭ ଏପ୍ରିଲ୍ରେ ଗାନ୍ଧିଜୀ କେଉଁଠାରେ ପହଞ୍ଚିଲେ ?
(i) ଖେଡ଼ା
(ii) ମୋତିହାରି
(iii) ଅହମ୍ମଦାବାଦ୍
(iv) ଅମୃତସର
Answer:
(ii) ମୋତିହାରି
(ଗ) ଖେଡ଼ା ଆନ୍ଦୋଳନର ସଫଳତାରେ ପ୍ରଭାବିତ କିଏ ଗାନ୍ଧିଜୀଙ୍କର ଜଣେ ପ୍ରଧାନ ଅନୁଗାମୀ ହୋଇଥିଲେ ?
(i) ରାଜକୁମାର ଶୁକ୍ଳ
(ii) ରାଜେନ୍ଦ୍ର ପ୍ରସାଦ
(iii) ବଲ୍ଲଭଭାଇ ପଟେଲ
(iv) ଇନ୍ଦୁଲାଲ୍ ଯାଞ୍ଜିକ୍
Answer:
(iii) ବଲ୍ଲଭଭାଇ ପଟେଲ
(ଘ) ରାଓଲାତ୍ ଆଇନ କେବେ ଗୃହୀତ ହୋଇଥିଲା ?
(i) ୧୯୧୯ ମାର୍ଚ୍ଚ ୧୮
(ii) ୧୯୧୯ ଏପ୍ରିଲ୍ ୬
(iii) ୧୯୧୯ ଏପ୍ରିଲ୍ ୧୦
(iv) ୧୯୧୯ ଏପ୍ରିଲ୍ ୧୩
Answer:
(i) ୧୯୧୯ ମାର୍ଚ୍ଚ ୧୮
(ଙ) ଜାଲିଆନାଓ୍ବାଲାବାଗ୍ କେଉଁଠାରେ ଅବସ୍ଥିତ ?
(i) ମୁମ୍ବାଇ
(ii) ଅହମ୍ମଦାବାଦ୍
(iii) ଅମୃତସର
(iv) ଲାହୋର
Answer:
(iii) ଅମୃତସର
Comments
Post a Comment