BSE Odisha Class 8 History Solutions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

 

BSE Odisha Class 8 History Solutions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

୧। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୭୫ଟି ଶବ୍ଦରେ ଲେଖ ।

(କ) ନାଦିର ଶାହ କେବେ ଓ କେଉଁ ପରିସ୍ଥିତିରେ ଭାରତ ଆକ୍ରମଣ କରିଥିଲେ ? ସେ ଭାରତ ଆକ୍ରମଣ କରି କେଉଁ ପରିସ୍ଥିତି ସୃଷ୍ଟି କରିଥିଲେ ? ସେ ଭାରତରୁ ନିଜ ଦେଶକୁ କ’ଣ ନେଇଯାଇଥିଲେ ?
Answer:
ଆକ୍ରମଣ ସମୟ :
ପାରସ୍ୟର ରାଜା ନାଦିର ଶାହ ମୋଗଲ ସାମ୍ରାଜ୍ୟର ଆଭ୍ୟନ୍ତରୀଣ ବିଶୃଙ୍ଖଳାର ସୁଯୋଗ ନେଇ ୧୭୩୯ ଖ୍ରୀଷ୍ଟାବ୍ଦରେ ଭାରତ ଆକ୍ରମଣ କରିଥିଲେ ।

ସ୍ଥାନ :
ପାନିପଥ ନିକଟବର୍ତ୍ତୀ କର୍ଣ୍ଣାଲଠାରେ ସେ ମୋଗଲ ସେନାଙ୍କୁ ପରାସ୍ତ କରି ମୋଗଲ ସମ୍ରାଟ ମହମ୍ମଦ ଶାହଙ୍କୁ ସଙ୍ଗରେ ନେଇ ଦିଲ୍ଲୀରେ ପ୍ରବେଶ କଲେ ।

ଅଧିକାର ଓ ଲୁଣ୍ଠନ :
ସେ ଭାରତ ଆକ୍ରମଣ କରି ବହୁଦିନ ଦିଲ୍ଲୀ ଅଧିକାର କରି ସେଠାରେ ଲୁଣ୍ଠନ ଓ ନରହତ୍ୟା ଚଳାଇଥିଲେ । ଫଳରେ ଦିଲ୍ଲୀ ନଗରୀ ଏକ ଶ୍ମଶାନରେ ପରିଣତ ହୋଇଗଲା ।

ମୟୂର ସିଂହାସନ ଅପହରଣ :
ଅବଶେଷରେ ଦିଲ୍ଲୀକୁ ଲୁଣ୍ଠନ କରି ସେ ଶାହାଜାହାନ୍‌ଙ୍କ ନିର୍ମିତ ମୟୂର ସିଂହାସନ, କୋହିନୂର ମଣି, ହସ୍ତୀ ଓ ଅଶ୍ଵଗୁଡ଼ିକୁ ସଙ୍ଗରେ ଧରି ପାରସ୍ୟ ଫେରିଯାଇଥିଲେ ।

(ଖ) ପର୍ତ୍ତୁଗୀଜ୍‌ମାନଙ୍କ ଭାରତ ଆଗମନ ଓ ବାଣିଜ୍ୟକୋଠି ସ୍ଥାପନ ଉପରେ ଧାରଣା ଦିଅ ।

Answer:

ପର୍ତ୍ତୁଗୀଜମାନଙ୍କ ଆଗମନ :

୧୪୯୮ ଖ୍ରୀଷ୍ଟାବ୍ଦରେ ପର୍ତ୍ତୁଗୀଜ୍ ନାବିକ ଭାସ୍କୋଡ଼ାଗାମା ଉତ୍ତମାଶା ଅନ୍ତରୀପ ପାର ହୋଇ ଭାରତର ପଶ୍ଚିମ ଉପକୂଳସ୍ଥ କାଲିକଟ୍ (କୋଝିକୋଡ଼)ଠାରେ ପହଞ୍ଚିଥିଲେ । ସେତେବେଳେ ଜାମୋରିନ୍ ଉପାଧ୍ଧାରୀ ଜଣେ ହିନ୍ଦୁ ରାଜା ଏହି ଅଞ୍ଚଳରେ ଶାସନ କରୁଥିଲେ । ଭାସ୍କୋଡ଼ାଗାମା ଭାରତରେ ବାଣିଜ୍ୟ କରିବାପାଇଁ ତାଙ୍କୁ ଅନୁମତି ମାଗିଥିଲେ ।


ବାଣିଜ୍ୟକୋଠି ନିର୍ମାଣ :

ତାଙ୍କ ଅନୁମତି ଲାଭକରି ପର୍ତ୍ତୁଗୀଜମାନେ ଭାରତର ଗୋଆ, ଡାମନ, ଡିଉ, ସାଲସେଟ୍ ବେସିନ୍, ବମ୍ବେ (ମୁମ୍ବାଇ) ଏବଂ ବଙ୍ଗଦେଶର ହୁଗୁଳି ପ୍ରଭୃତି ସ୍ଥାନରେ ବାଣିଜ୍ୟକୋଠି ନିର୍ମାଣ କରିଥିଲେ । ପରେ ସେମାନେ ଭାରତରେ ପର୍ତ୍ତୁଗୀଜ୍ ଉପନିବେଶମାନ ସ୍ଥାପନ କରିଥିଲେ ।


(ଗ) ଫରାସୀ ଇଷ୍ଟଇଣ୍ଡିଆ କମ୍ପାନୀ ଭାରତରେ କିପରି ସ୍ଥିତି ଦୃଢ଼ କରିପାରିଥିଲା ?

Answer:

ଇଷ୍ଟ ଇଣ୍ଡିଆ କମ୍ପାନୀ ଗଠନ :

ଫ୍ରାନ୍ସ ସମ୍ରାଟ ଚତୁର୍ଦ୍ଦଶ ଲୁଇଙ୍କ ମନ୍ତ୍ରୀ କୋଲବର୍ଟଙ୍କ ପୃଷ୍ଠପେ! କତାରେ ୧୬୬୪ ଖ୍ରୀ.ଅ.ରେ ଫରାସୀ ଇଷ୍ଟଇଣ୍ଡିଆ କମ୍ପାନୀ ଗଠିତ ହୋଇଥିଲା ଏବଂ ମୋଗଲ ସମ୍ରାଟ ଆଉରଙ୍ଗଜେବଙ୍କ ଅନୁମତି ଲାଭ କରି ଭାରତରେ ବାଣିଜ୍ୟ କାରବାର କରିଥିଲା ।


ବାଣିଜ୍ୟକୋଠି ନିର୍ମାଣ :

ଏହି କମ୍ପାନୀ ଭାରତର ସୁରତ, ମସଲିପଟ୍ଟମ୍, ପଣ୍ଡିଚେରୀ (ପୁଦୁଚେରୀ) ଓ ବଙ୍ଗଳାର ଚନ୍ଦନନଗରଠାରେ ବାଣିଜ୍ୟକୋଠିମାନ ନିର୍ମାଣ କରିଥିଲା ।


ସଂଘର୍ଷର ସୂତ୍ରପାତ :

ଭାରତରେ ବାଣିଜ୍ୟ କରିବା ଓ ରାଜ୍ୟବିସ୍ତାର କରିବାପାଇଁ ଇଂରେଜ ଓ ଫରାସୀମାନଙ୍କ ମଧ୍ୟରେ ସଂଘର୍ଷର ସୂତ୍ରପାତ ହୋଇଥିଲା । ଏହି ସଂଘର୍ଷ କର୍ଣାଟକ, ମାନ୍ଦ୍ରାଜ୍, ପଣ୍ଡିଚେରୀରେ ଲାଗି ରହିଥିଲା ।


ଶାନ୍ତି ଚୁକ୍ତି :

ଇଉରୋପରେ ସଂଗଠିତ ଅଷ୍ଟ୍ରିଆ ଉତ୍ତରାଧିକାର ସଂକ୍ରାନ୍ତ ଯୁଦ୍ଧରେ ଦୁଇ ବିପରୀତ ପକ୍ଷ ଥିବା ଇଂରେଜ ଓ ଫରାସୀମାନଙ୍କ ମଧ୍ୟରେ ଭାରତରେ ଯୁଦ୍ଧ ଲାଗିଗଲା । ଇଂରେଜମାନେ ଫରାସୀମାନଙ୍କ ଦୁର୍ଗ ପଣ୍ଡିଚେରୀ ଆକ୍ରମଣ କରିବାରୁ ଡ୍ୟୁପ୍ଲେଙ୍କ ନେତୃତ୍ୱରେ ଫରାସୀମାନେ ମାନ୍ଦ୍ରାଜ ଅଧିକାର କଲେ । ଉଭୟ ପକ୍ଷ ମଧ୍ୟରେ ଶାନ୍ତିଚୁକ୍ତି ସ୍ୱାକ୍ଷରିତ ହେବାରୁ ଯୁଦ୍ଧ ବନ୍ଦ ହେଲା ଓ ଇଂରେଜମାନେ ମାନ୍ଦ୍ରାଜ ଫେରିପାଇଲେ ।


ସୁଦୃଢ଼ ସ୍ଥିତି :

ସେହିଭଳି ହାଇଦ୍ରାବାଦ ଓ କର୍ଣ୍ଣାଟକର ନବାବ ପଦପାଇଁ ଇଂରେଜ ଓ ଫରାସୀମାନଙ୍କ ମଧ୍ୟରେ ପୁନର୍ବାର ସଂଘର୍ଷ ସଂଗଠିତ ହୋଇଥିଲା । ଡ୍ୟୁପ୍ଲେଙ୍କ ବିଚକ୍ଷଣ ବୁଦ୍ଧି ବଳରେ ଏହି ଯୁଦ୍ଧରେ ଫରାସୀମାନେ ବିଜୟ ଲାଭକରି ଭାରତରେ ନିଜର ସ୍ଥିତି ସୁଦୃଢ଼ କରିଥିଲେ ।

(ଘ) ଦ୍ଵିତୀୟ କର୍ଣାଟ ସମର ଉପରେ ବିବରଣୀ ପ୍ରଦାନ କର ।

Answer:

ସମୟସୀମା :

ହାଇଦ୍ରାବାଦ ଓ କର୍ଣ୍ଣାଟକ ନବାବ ପଦପାଇଁ ଇଂରେଜ ଏବଂ ଫରାସୀମାନଙ୍କ ମଧ୍ୟରେ ଦ୍ବିତୀୟ କର୍ଣ୍ଣାଟ ସମର ୧୭୫୦ରୁ ୧୭୫୪ ଖ୍ରୀ.ଅ. ମଧ୍ଯରେ ସଂଘଟିତ ହୋଇଥିଲା ।


ସମର୍ଥନ :

କର୍ଣ୍ଣାଟକର ନବାବ ପଦପାଇଁ ଇଂରେଜମାନେ ଅନରଙ୍କୁ ସମର୍ଥନ କରୁଥିଲାବେଳେ ଫରାସୀମାନେ ଚନ୍ଦାସାହେବଙ୍କୁ ସମର୍ଥନ କରୁଥିଲେ । ଫଳସ୍ବରୂପ ଉଭୟଙ୍କ ମଧ୍ୟରେ ଯେଉଁ ଯୁଦ୍ଧ ହେଲା ସେଥ‌ିରେ ଅନୱାରଉଦ୍ଦିନ ପରାସ୍ତ ଓ ନିହତ ହେଲେ ଏବଂ ଫରାସୀ ସମର୍ଥ ଚନ୍ଦାସାହେବ ବିଜୟୀ ହୋଇ କର୍ଣ୍ଣାଟକର ନବାବ ହେଲେ ।


କନ୍ଦଳ :

ସେହିପରି ହାଇଦ୍ରାବାଦର ସିଂହାସନ ପାଇଁ ନିଜାମଙ୍କ ପୁତ୍ର ନାସିରଜଙ୍ଗ ଓ ନାତି ମୁଜାଫରଜଙ୍ଗଙ୍କ ମଧ୍ୟରେ କନ୍ଦଳ ଲାଗିଥିଲା ।


ଶକ୍ତିବୃଦ୍ଧି :

ଇଂରେଜମାନେ ନାସିରଜଙ୍ଗଙ୍କୁ ଏବଂ ଫରାସୀମାନେ ମୁଜାଫରଜଙ୍ଗଙ୍କୁ ସମର୍ଥନ କରି ଯୁଦ୍ଧରେ ଅବତୀର୍ଣ୍ଣ ହେଲେ । ଫରାସୀ ଗଭର୍ଣ୍ଣର ନ୍ୟୁଙ୍କ ଷଡ଼ଯନ୍ତ୍ରରେ ନାସିରଜଙ୍ଗ ପରାସ୍ତ ଓ ନିହତ ହେଲେ ଏବଂ ମୁଜାଫରଜଙ୍ଗ ହାଇଦ୍ରାବାଦର ନିଜାମ ହେଲେ । ଫଳରେ ଦାକ୍ଷିଣାତ୍ୟରେ ଫରାସୀମାନଙ୍କ ଶକ୍ତି ବୃଦ୍ଧି ପାଇଲା ।


ଇଂରେଜମାନଙ୍କ ପ୍ରଭାବ :

ଇଂରେଜମାନଙ୍କ ଏହି ଦୁର୍ଦ୍ଦିନରେ କ୍ଲାଇଡ୍ ନାମକ ଜଣେ ଇଂରେଜ ଯୁବକ ଇଂରେଜ ସେନାବାହିନୀ ସାହାଯ୍ୟରେ କର୍ଣ୍ଣାଟକର ରାଜଧାନୀ ଆର୍କଟ ଅଧ୍ୟାର କରି ଅନୱାରଉଦ୍ଦିନ୍‌ଙ୍କ ପୁତ୍ର ମହମ୍ମଦ ଅଲ୍ଲୀଙ୍କୁ କର୍ଣ୍ଣାଟକର ନବାବ କରାଇଲେ । ଫଳରେ ଇଂରେଜମାନଙ୍କ ପ୍ରଭାବ ପୁନଃ ପ୍ରତିଷ୍ଠିତ ହେଲା ।



(ଙ) ମୀରକାଶିମ୍ କିପରି ବଙ୍ଗର ନବାବ ହେଲେ ଓ କେଉଁ କାରଣ ଯୋଗୁଁ ଇଂରେଜମାନେ ତାଙ୍କୁ ନବାବ ପଦରୁ ଅପସାରଣ କରିବାକୁ ଚାହିଁଥିଲେ ?

Answer:

ଅର୍ଥଲୋଭ :

ଇଂରେଜ କର୍ମଚାରୀମାନେ ଅଧିକ ବିଶୃଙ୍ଖଳିତ ହୋଇ ଅଧୂକ ଅର୍ଥ ଲୋଭରେ ମୀଜାଫରଙ୍କୁ ସିଂହାସନରୁ ବିତାଡ଼ିତ କରି ତାଙ୍କ ଜାମାତା ମୀରକାଶିମ୍‌ଙ୍କୁ ସିଂହାସନରେ ବସାଇଥିଲେ । ଫଳରେ ମୀୠକାଶିମ୍ ବଙ୍ଗର ନବାବ ହୋଇଥିଲେ ।


ରାଜଧାନୀ ଉଠାଇବା :

ମୀର୍‌କାଶିମ୍ ନବାବ ହେବାପରେ ଇଂରେଜମାନଙ୍କଠାରୁ ଦୂରରେ ରହି ସ୍ଵାଧୀନଭାବେ ଶାସନ କରିବାପାଇଁ ନିଜ ରାଜଧାନୀ ମୁର୍ଶିଦାବାଦଠାରୁ ମୁଙ୍ଗେରକୁ ଉଠାଇ ନେଇଥିଲେ ।


କର୍ମଚାରୀ ଅପସାରଣ :

ସେ ଶାସନ କ୍ଷେତ୍ରରେ କେତେକ କର୍ମଚାରୀମାନଙ୍କୁ ଅପସାରଣ କରିଥିଲେ ।


କର ଛାଡ଼ :

ପୂର୍ବରୁ କମ୍ପାନୀର ବଣିକମାନଙ୍କ ଉପରୁ ବାଣିଜ୍ୟ କର ଛାଡ଼ କରାଯାଇଥିବାରୁ ମୀରକାଶିମ୍ ଭାରତୀୟ ବଣିକମାନଙ୍କ ଉପରୁ ବାଣିଜ୍ୟ କର ଛାଡ଼ କରିଦେଇଥିଲେ ।


ବାଣିଜ୍ୟରେ ବାଧା :

ଫଳରେ ଇଂରେଜମାନଙ୍କ ବାଣିଜ୍ୟ କାରବାରରେ ବାଧା ସୃଷ୍ଟି ହେଲା । ତେଣୁ ଇଂରେଜମାନେ ମୀୠକାଶିମ୍‌ଙ୍କୁ ନବାବ ପଦରୁ ଅପସାରଣ କରିବାକୁ ଚାହିଁଥିଲେ ।

(ଚ) ସାମନ୍ତ ସନ୍ଧି କିଏ କେଉଁ ଉଦ୍ଦେଶ୍ୟରେ ପ୍ରଣୟନ କରିଥିଲେ ? ଏହାର ସର୍ଭଗୁଡ଼ିକ କ’ଣ ଥିଲା ଓ କେଉଁମାନେ ଏହି ସନ୍ଧି ଗ୍ରହଣ କରିଥିଲେ ?

Answer:

ସାମନ୍ତ ସନ୍ଧି ପ୍ରଣୟନ :

ଭାରତୀୟ ରାଜ୍ୟଗୁଡ଼ିକ ଉପରେ ଇଂରେଜମାନଙ୍କ ପ୍ରଭାବ ବିସ୍ତାର କରିବାପାଇଁ ଗଭର୍ଣ୍ଣର ଲର୍ଡ ୱେଲେସ୍‌ଲି ସାମନ୍ତ ସନ୍ଧି ପ୍ରଥା ପ୍ରଣୟନ କରିଥିଲେ ।


ସାମନ୍ତ ସନ୍ଧିର ସର୍ଭ :


ଯେଉଁ ଦେଶୀୟ ରାଜ୍ୟଗୁଡ଼ିକର ରାଜା ଏହି ସନ୍ଧି ଗ୍ରହଣ କରିବେ ସେମାନେ ଇଂରେଜମାନଙ୍କ ମିତ୍ର ହୋଇ ଅଧୀନତା ସ୍ବୀକାର କରିବେ ।

ଇଂରେଜମାନଙ୍କ ବିନା ଅନୁମତିରେ ସେମାନେ କୌଣସି ଦେଶୀୟ ଓ ବିଦେଶୀ ଶକ୍ତି ସହ ସମ୍ପର୍କ ରଖୂପାରିବେ ନାହିଁ ।

ସେମାନେ ନିଜ ରାଜ୍ୟରେ ଦଳେ ଇଂରେଜ ସୈନ୍ୟ ନିଜ ଖର୍ଚ୍ଚରେ ରଖିବେ ।

ସୈନ୍ୟମାନଙ୍କ ଖର୍ଚ୍ଚ ଦେବାକୁ ଅସମର୍ଥ ହେଲେ ସେମାନେ ନିଜ ରାଜ୍ୟର ଏକ ଅଂଶ ଇଂରେଜମାନଙ୍କୁ ଦେବେ ।

ସନ୍ଧି ଗ୍ରହଣକାରୀ ଶାସକ :

ହାଇଦ୍ରାବାଦର ନିଜାମ୍, ଅଯୋଧ୍ୟାର ନବାବ, ଭୋସଲା, ସିନ୍ଧିଆଙ୍କ ସହ ତାଞ୍ଜୋର, ସୁରାଟ, ଯୋଧପୁର, ଜୟପୁର ଓ ଉଦୟପୁର ଆଦି ଅଞ୍ଚଳର ଶାସକମାନେ ସାମନ୍ତ ସନ୍ଧି ଗ୍ରହଣ କରିଥିଲେ ।


(ଛ) ରାଜ୍ୟସ୍ଵତ୍ଵ ଲୋପନୀତି କିଏ ପ୍ରଣୟନ କରିଥିଲେ ? ଏହି ନୀତିରେ କି ବ୍ୟବସ୍ଥା ଥିଲା ଏବଂ କେଉଁ ରାଜ୍ୟଗୁଡ଼ିକ ଏଥରେ କ୍ଷତିଗ୍ରସ୍ତ ହୋଇଥିଲେ ?

Answer:

ନୀତି ପ୍ରଣୟନ :

ଭାରତର ଗଭର୍ଣ୍ଣର ଜେନେରାଲ ଲର୍ଡ ଡେଲ୍‌ହାଉସୀ ରାଜ୍ୟସ୍ୱତ୍ବ ଲୋପନୀତି ପ୍ରଣୟନ କରିଥିଲେ ।


ରାଜ୍ୟସ୍ଵତ୍ଵ ଲୋପନୀତିର ବ୍ୟବସ୍ଥା :


ଅପୁତ୍ରିକ ରାଜାମାନେ ପୋଷ୍ୟପୁତ୍ର ଗ୍ରହଣ କରିପାରିବେ ନାହିଁ ।

ସେମାନଙ୍କର ମୃତ୍ୟୁପରେ ସେମାନଙ୍କ ରାଜ୍ୟ ଇଂରେଜ ସାମ୍ରାଜ୍ୟଭୁକ୍ତ ହେବ ।

କ୍ଷତିଗ୍ରସ୍ତ ରାଜ୍ୟ :

ଏହି ନୀତିଦ୍ଵାରା ସତାରା, ଝାନ୍ସୀ, ନାଗପୁର, ସମ୍ବଲପୁର, ଜୈତ୍ରପୁର ଆଦି ରାଜ୍ୟଗୁଡ଼ିକ କ୍ଷତିଗ୍ରସ୍ତ ହୋଇଥିଲେ । ସେହି ରାଜ୍ୟଗୁଡ଼ିକ ଇଂରେଜ ସାମ୍ରାଜ୍ୟଭୁକ୍ତ ହେଲା ।

(ଜ) ‘ପିଙ୍କ ଭାରତ ଶାସନ ଆଇନ’’ ସମ୍ପର୍କରେ ଧାରଣା ଦିଅ ।

Answer:

ରେଗୁଲେଟିଂ ଆକ୍ଟର ତ୍ରୁଟି ସୁଧାର :

ରେଗୁଲେଟିଂ ଆକ୍ଟ ବା ନିୟାମକ ଆଇନର ତ୍ରୁଟିକୁ ସୁଧାରିବାପାଇଁ ବିଲାତ ପାର୍ଲାମେଣ୍ଟରେ ପ୍ରଧାନମନ୍ତ୍ରୀ ପିଟ୍ ସାହେବ ଏକ ଆଇନ କଲେ । ତାହା ପିଟ୍‌ଙ୍କ ଭାରତ ଶାସନ ଆଇନ ନାମରେ ନାମିତ ।


ବୋର୍ଡ଼ ଅଫ୍ କଣ୍ଟ୍ରାଲ ଗଠନ :

ଏହି ଆଇନ ଅନୁଯାୟୀ ବିଲାତରେ ବୋର୍ଡ ଅଫ୍ କଣ୍ଟ୍ରୋଲ୍ ବା ନିୟନ୍ତ୍ରଣ ପରିଷଦ ଗଠନ କରାଗଲା । ବିଲାତର ମନ୍ତ୍ରୀପରିଷଦରୁ ଜଣକୁ ତାହାର ସଭାପତି ରୂପେ ନିଯୁକ୍ତ କରାଗଲା ।


କ୍ଷମତା ପ୍ରଦାନ :

ଏହି ବୋର୍ଡ ଅଫ୍ କଣ୍ଟ୍ରୋଲ୍ ହାତରେ ଭାରତ ଶାସନର ସର୍ବୋଚ୍ଚ କ୍ଷମତା ରହିଲା । ଗଭର୍ଣ୍ଣର ଜେନେରାଲଙ୍କ କ୍ଷମତା ବଢ଼ାଇ ଦିଆଗଲା । ଶାସନକାର୍ଯ୍ୟରେ ତାଙ୍କୁ ପରାମର୍ଶ ଦେବାକୁ ଏକ ସଭା ରହିଲା । ଏହି ସଭାରେ ତିନିଜଣ ସଭ୍ୟ ରହିଲେ ।


ପୂର୍ଣ୍ଣ ନିୟନ୍ତ୍ରଣ ବ୍ୟବସ୍ଥା :

ବମ୍ବେ, ମାନ୍ଦ୍ରାଜର ଗଭର୍ଣରଙ୍କ ଉପରେ ଗଭର୍ଣ୍ଣର ଜେନେରାଲ୍‌ଙ୍କର ପୂର୍ଣ୍ଣ ନିୟନ୍ତ୍ରଣ ରହିଲା । ସୁପ୍ରିମ୍‌କୋର୍ଟର କ୍ଷମତା ପରିସର ସ୍ପଷ୍ଟ କରାଗଲା । ଏହି ଆଇନଦ୍ଵାରା ଇଂରେଜ ସରକାର ଇଷ୍ଟଇଣ୍ଡିଆ କମ୍ପାନୀକୁ ନିୟନ୍ତ୍ରଣ କରିପାରିଥିଲେ ।


୨ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ଗେଟି ଶବ୍ଦରେ ଲେଖ ।


(କ) ଅମୀରମାନେ କେଉଁ କେଉଁ ଦଳରେ ବିଭକ୍ତ ହୋଇଥିଲେ ? ସେମାନେ କେଉଁ ଫାଇଦା ହାସଲ କରୁଥିଲେ ?

Answer:

ଦଳ ଗଠନ :

ଅମୀରମାନେ ଦୁରାନୀ, ଇରାନୀ ଓ ହିନ୍ଦୁସ୍ଥାନୀ ପ୍ରଭୃତି ଦଳରେ ବିଭକ୍ତ ହୋଇଥିଲେ ।


ଫାଇଦା ହାସଲ :

ମୋଗଲ ଦରବାରକୁ ଦୁର୍ବଳ କରି ସେମାନେ ରାଜନୈତିକ ଫାଇଦା ହାସଲ କରୁଥିଲେ ।

(ଖ) ଯୋଧପୁରର ରାଜା ଅଜିତ୍ ସିଂହ କେଉଁ କେଉଁ ରାଜ୍ୟର ଶାସନକର୍ତ୍ତା ହେଲେ ? ସେ କେଉଁ ଅଞ୍ଚଳର ଶାସନ ଦାୟିତ୍ବ ଗ୍ରହଣ କରିଥିଲେ ?

Answer:

ଶାସନକର୍ତ୍ତା :

ଯୋଧପୁରର ରାଜା ଅଜିତ୍ ସିଂ ଗୁଜରାଟ ଓ ଆଜମିରର ଶାସନକର୍ତ୍ତା ହୋଇଥିଲେ ।


ଅଞ୍ଚଳ :

ସେ ମଧ୍ୟ ଆଗ୍ରାର ଶାସନ ଦାୟିତ୍ଵ ଗ୍ରହଣ କରିଥିଲେ ।


(ଗ) କେଉଁ ସ୍ଥାନଗୁଡ଼ିକରେ ପର୍ତ୍ତୁଗୀଜମାନଙ୍କ ବାଣିଜ୍ୟକୋଠି ଥିଲା ? କେଉଁଗୁଡ଼ିକ ୧୯୬୧ ପର୍ଯ୍ୟନ୍ତ ସେମାନଙ୍କ ଅଧିକାରରେ ରହିଥିଲା ?

Answer:

ବାଣିଜ୍ୟକୋଠି :

ଭାରତର ଗୋଆ, ଡାମନ, ଡିଉ, ସାଲସେଟ୍ ବେସିନ୍, ବମ୍ବେ ଏବଂ ବଙ୍ଗଦେଶର ହୁଗୁଳି ପ୍ରଭୃତି ସ୍ଥାନରେ ପର୍ତ୍ତୁଗୀଜମାନଙ୍କର ବାଣିଜ୍ୟକୋଠି ଥିଲା ।


ଅଧ୍ୟାତ ଅଞ୍ଚଳ :

୧୯୬୧ ମସିହା ପର୍ଯ୍ୟନ୍ତ ଗୋଆ, ଡାମନ, ଡିଉ ସେମାନଙ୍କ ଅଧିକାରରେ ଥିଲା ।

(ଘ) ଇଂରେଜ ଓ ଫରାସୀମାନେ କେଉଁ ସ୍ଥାନମାନଙ୍କରେ ବାଣିଜ୍ୟଦୁର୍ଗ ନିର୍ମାଣ କରିଥିଲେ ?

Answer:

ଇଂରେଜମାନଙ୍କ ବାଣିଜ୍ୟକୋଠି ନିର୍ମାଣ :

ଇଂରେଜମାନେ ନିର୍ମାଣ କରିଥିବା ବାଣିଜ୍ୟକୋଠି ମଧ୍ୟରେ ମସଲିପଟ୍ଟମ୍, ମହାନଦୀ ମୁହାଣସ୍ଥିତ ହରିପୁର, ବାଲେଶ୍ଵର, ହୁଗୁଳୀ, ପାଟଣା ଓ କାଶି ମ୍ବବଜାର ଉଲ୍ଲେଖଯୋଗ୍ୟ ଥିଲା । ମାନ୍ଦ୍ରାଜ୍ (ଚେନ୍ନାଇ), ବମ୍ବେ (ମୁମ୍ବାଇ) ଓ କଲିକତା (କୋଲକାତା) ସେମାନଙ୍କର ପ୍ରଧାନ ବାଣିଜ୍ୟକେନ୍ଦ୍ର ଥିଲା ।


ଫରାସୀମାନଙ୍କ ବାଣିଜ୍ୟକୋଠି ନିର୍ମାଣ :

ଫରାସୀମାନେ ପ୍ରଥମେ ସୁରତଠାରେ ବାଣିଜ୍ୟକୋଠି ନିର୍ମାଣ କରିଥିଲେ ଓ ପରେ ମସଲିପଟ୍ଟମ୍, ପଣ୍ଡିଚେରୀ (ପୁଦୁଚେରି) ଓ ବଙ୍ଗଳାର ଚନ୍ଦନନଗରଠାରେ ବାଣିଜ୍ୟକୋଠି ନିର୍ମାଣ କରିଥିଲେ ।


(ଙ) ଆଲିବର୍ଦ୍ଦି ଖାଁ କେବେ ପ୍ରାଣତ୍ୟାଗ କରିଥିଲେ ? ତାଙ୍କ ପରେ କିଏ ବଙ୍ଗର ଶାସକ ହୋଇଥିଲେ ?

Answer:

ପ୍ରାଣତ୍ୟାଗ ସମୟ :

ଆଲିବର୍ଦ୍ଦି ଖାଁ ୧୭୫୬ ଖ୍ରୀ.ଅ. ଅପ୍ରେଲ ମାସ ୯ ତାରିଖରେ ପ୍ରାଣତ୍ୟାଗ କରିଥିଲେ ।

ପରବର୍ତୀ ଶାସକ :

ତାଙ୍କ ପରେ ତାଙ୍କର ନାତି ସିରାଜଉଦୌଲା ବଙ୍ଗର ଶାସକ ହୋଇଥିଲେ ।

(ଚ) ପଲାସୀ ଯୁଦ୍ଧରେ କିଏ ପରାଜିତ ହୋଇଥିଲେ ଓ ତାଙ୍କୁ କେଉଁ ସ୍ଥାନରେ ବନ୍ଦୀକରି ରଖାଯାଇଥିଲା ?

Answer:

ବ୍ୟକ୍ତି :

ପଲାସୀ ଯୁଦ୍ଧରେ ସିରାଜଉଦୌଲା ପରାଜିତ ହୋଇଥିଲେ ।


ସ୍ଥାନ :

ତାଙ୍କୁ ମୁର୍ଶିଦାବାଦଠାରେ ବନ୍ଦୀକରି ରଖାଯାଇଥିଲା ।


(ଛ) କେଉଁ ଆଇନ ବଳରେ ଇଂଲଣ୍ଡର ପାର୍ଲାମେଣ୍ଟ ଇଷ୍ଟଇଣ୍ଡିଆ କମ୍ପାନୀକୁ ନିୟନ୍ତ୍ରଣ କରିପାରିଥିଲା ? ଏହା କେଉଁ ଆଇନର ଦୋଷତ୍ରୁଟିକୁ ସୁଧାରିବାପାଇଁ କରାଯାଇଥିଲା ?

Answer:

ଆଇନ :

ପିଟ୍‌ଙ୍କ ଭାରତ ଶାସନ ଆଇନ ବଳରେ ଇଂଲଣ୍ଡର ପାର୍ଲାମେଣ୍ଟ ଇଷ୍ଟଇଣ୍ଡିଆ କମ୍ପାନୀକୁ ନିୟନ୍ତ୍ରଣ କରିପାରିଥିଲା ।


ଦୋଷତ୍ରୁଟି :

ଏହା ରେଗୁଲେଟିଂ ଆକ୍‌ଟ ବା ନିୟାମକ ଆଇନର ଦୋଷତ୍ରୁଟିକୁ ସୁଧାରିବାପାଇଁ କରାଯାଇଥିଲା ।


(ଜ) ଟିପୁ ସୁଲତାନ କେଉଁ ଯୁଦ୍ଧରେ ନିହତ ହୋଇଥିଲେ ? ତାଙ୍କ ପରେ ମହୀଶୂର ରାଜ୍ୟର ପରିଣତି କ’ଣ ହୋଇଥିଲା ?

Answer:

ଯୁଦ୍ଧର ନାମ :

ଟିପୁ ସୁଲତାନ ୧୭୯୯ ଖ୍ରୀଷ୍ଟାବ୍ଦରେ ସଂଘଟିତ ଚତୁର୍ଥ ମହୀଶୂର ଯୁଦ୍ଧରେ ନିହତ ହୋଇଥିଲେ ।


ରାଜ୍ୟ ବିଭକ୍ତିକରଣ :

ତାଙ୍କ ପରେ ମହୀଶୂର ରାଜ୍ୟ ତିନି ଭାଗରେ ବିଭକ୍ତ ହୋଇଥିଲା । ରାଜ୍ୟର ପଶ୍ଚିମ- ଦକ୍ଷିଣ ଜିଲ୍ଲାଗୁଡ଼ିକ ଇଂରେଜମାନଙ୍କ ଅଧୀନରେ, ଉତ୍ତର-ପୂର୍ବର କେତେକ ଜିଲ୍ଲା ନିଜାମଙ୍କ ରାଜ୍ୟରେ ମିଶିଲା ଓ ରାଜ୍ୟର ଉତ୍ତର-ପଶ୍ଚିମ ଅଂଶରୁ କିଛି 

ମରହଟ୍ଟାମାନେ ପାଇଥିଲେ ।


Comments

Popular posts from this blog

BSE Odisha Class 10 History Solutions Chapter 1 ଭାରତୀୟ ଜାତୀୟ ଆନ୍ଦୋଳନରେ ଗାନ୍ଧିଜୀଙ୍କ ଆବିର୍ଭାବ

BSE Odisha Class 9 History Solutions Chapter 1 ଏସିଆ ଓ ଆଫ୍ରିକାରେ ଉପନିବେଶବାଦ

BSE Odisha 10th Class English Solutions Chapter 1 All Things Bright and Beautiful