Posts

Showing posts with the label History solutions

BSE Odisha Class 10 History Solutions Chapter 5 ସୁଭାଷ ଚନ୍ଦ୍ର ବୋଷ ଓ ଭାରତୀୟ ଜାତୀୟସେନା

  BSE Odisha Class 10 History Solutions Chapter 5 ସୁଭାଷ ଚନ୍ଦ୍ର ବୋଷ ଓ ଭାରତୀୟ ଜାତୀୟସେନା ୧। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ଲେଖ । (କ) ଭାରତୀୟ ଜାତୀୟ କଂଗ୍ରେସର ସଦସ୍ୟ ଭାବେ ସୁଭାଷ ବୋଷଙ୍କ ରାଜନୀତିକ ଜୀବନ ସମ୍ପର୍କରେ ଏକ ବିବରଣୀ ପ୍ରଦାନ କର । Answer: ୧୯୨୩ ମସିହାରେ ସୁଭାଷ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗଦାନ କଲେ ଓ ବଙ୍ଗଳା ପ୍ରାଦେଶିକ କଂଗ୍ରେସ କମିଟିର ସମ୍ପାଦକ ପଦବୀ ଅଳଂକୃତ କଲେ । ସେ ମହାନ୍ ନେତା ଚିତ୍ତରଞ୍ଜନ ଦାସଙ୍କୁ ତାଙ୍କର ରାଜନୀତିକ ଗୁରୁ ଭାବରେ ଗ୍ରହଣ କଲେ ଓ ତାଙ୍କ ପ୍ରେରଣାରେ ରାଜନୀତିକ କାର୍ଯ୍ୟ କଲେ । ୧୯୨୪ ମସିହାରେ ସେ କୋଲକତା ନଗର ନିଗମର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ନିର୍ବାଚିତ ହେଲେ । ସେ ଉଭୟ ବଙ୍ଗଳା ପ୍ରାଦେଶିକ କଂଗ୍ରେସ କମିଟି ଓ ସର୍ବଭାରତୀୟ ଶ୍ରକିକ ସଂଘର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ୧୯୩୮ରେ ସେ ହରିପୁର ଅଧ‌ିବେଶନରେ ଜାତୀୟ କଂଗ୍ରେସର ସଭାପତି ରୂପେ ମନୋନୀତ ହୋଇଥିଲେ ଏବଂ ୧୯୩୯ରେ ଗାନ୍ଧିଜୀଙ୍କ ବିରୋଧ ସତ୍ତ୍ଵେ ତ୍ରିପୁରୀ କଂଗ୍ରେସ ଅଧିବେଶନରେ ମଧ୍ଯ ସଭାପତି ହୋଇଥିଲେ । ପରବର୍ତୀ ସମୟରେ ଗାନ୍ଧିଜୀଙ୍କ ସହ ମତଭେଦ କାରଣରୁ ସୁଭାଷ କଂଗ୍ରେସ ତ୍ୟାଗକରି ୧୯୩୯ ମସିହା ମେ’ ୩ ତାରିଖରେ ‘ଫରୱାର୍ଡ଼ ବ୍ଲକ୍’ ନାମକ ଏକ ରାଜନୈତିକ ଦଳ ଗଠନ କରିଥିଲେ । (ଖ) ଭାରତ ପରିତ୍ୟାଗ ପଛରେ ସୁଭାଷ ବୋଷଙ୍କ ଉଦ୍ଦେଶ୍ୟ ଓ ଚିନ୍...

BSE Odisha 10th Class History Solutions Chapter 4 ଭାରତ ଛାଡ଼ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା

  BSE Odisha 10th Class History Solutions Chapter 4 ଭାରତ ଛାଡ଼ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା ୧। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୬୦ ଗୋଟି ଶବ୍ଦରେ ଲେଖ । (କ) ‘କ୍ରିପ୍‌ସ୍ ମିଶନ୍’ର ପ୍ରସ୍ତାବଗୁଡ଼ିକ ଆଲୋଚନା କର । Answer: ଇଂଲଣ୍ଡର ପ୍ରଧାନମନ୍ତ୍ରୀ ଉଇନ୍‌ଷ୍ଟନ୍‌ ଏସ୍. ଚର୍ଚ୍ଚିଲ୍ ୧୯୪୨ ମସିହା ମାର୍ଚ୍ଚ ମାସରେ ସାର୍‌ ଷ୍ଟାଫୋର୍ଡ଼ କ୍ରିପ୍‌ସ୍‌ଙ୍କ ନେତୃତ୍ୱରେ ଏକ ପ୍ରତିନିଧ‌ି ଦଳ ଭାରତକୁ ପଠାଇଥିଲେ । ତାହା ‘କ୍ରିପ୍‌ସ୍ ମିଶନ୍’ ନାମରେ ପରିଚିତ । ଏହି ମିଶନ ପ୍ରସ୍ତାବ ଦେଲା ଯେ ଭାରତକୁ ବ୍ରିଟିଶ୍ ସାମ୍ରାଜ୍ୟର ଏକ ଅଂଶ ରୂପେ ସ୍ଵାୟର ଶାସନ ଅଧିକାର ଦିଆଯିବ । ଭାରତବାସୀ ନିଜ ପାଇଁ ସମ୍ବିଧାନ ପ୍ରସ୍ତୁତ କରିବାର ଅଧିକାର ପାଇବେ । କିନ୍ତୁ କୌଣସି ପ୍ରଦେଶ ଯଦି ସେ ସମ୍ବିଧାନ ଗ୍ରହଣ ନ କରେ; ତେବେ ସେହି ପ୍ରଦେଶ ନିଜ ପାଇଁ ଗୋଟିଏ ପୃଥକ୍ ସମ୍ବିଧାନ ପ୍ରସ୍ତୁତ କରିପାରିବ । ଭାରତକୁ ଖଣ୍ଡବିଖଣ୍ଡ କରି ବ୍ରିଟିଶ୍ ସାମ୍ରାଜ୍ୟବାଦର ଦୃଢ଼ୀକରଣ ଉଦ୍ଦେଶ୍ୟ ବୁଝିପାରି କ୍ରିପ୍‌ସ୍‌ ମିଶନ୍‌ର ଏହି ପ୍ରସ୍ତାବକୁ ସବୁ ଦଳ ପ୍ରତ୍ୟାଖ୍ୟାନ କରିଥିଲେ । (ଖ) ଭାରତ ଛାଡ଼ ପ୍ରସ୍ତାବ କିପରି ଗୃହୀତ ହୋଇଥିଲା ? Answer: ୧୯୪୨ ମସିହା ଜୁଲାଇ ୬ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ୱାର୍ଦ୍ଧାଠାରେ କଂଗ୍ରେସ କାର୍ଯ୍ୟକାରୀ କମିଟିର ବୈଠକ ବସିଲା ଏବଂ ଏଥିରେ ‘ଭାରତ ଛାଡ଼’ ପ୍ରସ୍ତାବ ଗୃହୀତ ହୋଇଥିଲା । ୧୯୪୨ ମସି...

BSE Odisha Class 10 History Solutions Chapter 3 ଭାରତରେ ଆଇନ ଅମାନ୍ୟ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା

  BSE Odisha Class 10 History Solutions Chapter 3 ଭାରତରେ ଆଇନ ଅମାନ୍ୟ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା ୧ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ଲେଖ । (କ) ମହାତ୍ମା ଗାନ୍ଧିଙ୍କ ଦାଣ୍ଡିଯାତ୍ରା ସମ୍ପର୍କରେ ବର୍ଣ୍ଣନା କର । Answer: ୧୯୩୦ ମସିହା ମାର୍ଚ୍ଚ ୧୨ ତାରିଖରେ ଗାନ୍ଧିଜୀ ଆଇନ ଅମାନ୍ୟ ଆନ୍ଦୋଳନ ଆରମ୍ଭ କରି ସାବରମତୀ ଆଶ୍ରମଠାରୁ ବାହାରି ୨୪୧ ମାଇଲ୍ ଦୂର ଦାଣ୍ଡି ନାମକ ସ୍ଥାନକୁ ୭୮ ଜଣ କଂଗ୍ରେସ କର୍ମୀଙ୍କ ସହ ଲବଣ ଆଇନ ଭଙ୍ଗ କରିବାପାଇଁ ଯାତ୍ରା କରିଥିଲେ । ଏହି ଯାତ୍ରାପଥରେ ବିଭିନ୍ନ ସ୍ଥାନରେ ପୁରୁଷ ମହିଳା ନିର୍ବିଶେଷରେ ଅନେକ ନେତା ଓ ସାଧାରଣ ଜନତା ଗାନ୍ଧିଜୀଙ୍କୁ ସମ୍ବଦ୍ଧିତ କରିଥିଲେ ଓ ତାଙ୍କ ସହିତ ଯୋଗ ଦେଇଥିଲେ । ସାବରମତୀଠାରୁ ଦାଣ୍ଡି ପର୍ଯ୍ୟନ୍ତ ଗାନ୍ଧିଜୀଙ୍କ ପଦଯାତ୍ରା ଐତିହାସିକ ‘ଦାଣ୍ଡିଯାତ୍ରା’ ଭାବରେ ପ୍ରସିଦ୍ଧ । ୧୯୩୦ ମସିହା ଏପ୍ରିଲ୍ ୬ ତାରିଖ ସକାଳେ ଗାନ୍ଧିଜୀ ଲୁଣ ମାରିବା ଉଦ୍ଦେଶ୍ୟରେ ଦାଣ୍ଡି ସମୁଦ୍ର ଉପକୂଳରେ ମୁଠାଏ ବାଲି ଉଠାଇଲେ । ଏହାଦ୍ଵାରା ସରକାରଙ୍କ ପ୍ରଚଳିତ ଲବଣ ଆଇନ ଭଙ୍ଗ ହେଲା ଏବଂ ସମଗ୍ର ଦେଶବାସୀଙ୍କୁ ଆଇନ ଅମାନ୍ୟ ଆନ୍ଦୋଳନର ସଙ୍କେତ ପ୍ରଦାନ କରାଗଲା । (ଖ) ଆଇନ ଅମାନ୍ୟ ଆନ୍ଦୋଳନର କାର୍ଯ୍ୟକ୍ରମ କ’ଣ ଥିଲା ଏବଂ ଏହା କେବେ ଘୋଷଣା କରାଯାଇଥିଲା ? Answer: ୧୯୩୦ ମସିହା ଏପ୍ରିଲ ୯ ତାରିଖରେ ଆଇନ ଅମାନ୍ୟ ଆନ୍ଦୋଳନର କାର୍...

BSE Odisha Class 10 History Solutions Chapter 2 ଭାରତରେ ଅସହଯୋଗ ଆନ୍ଦୋଳନ ଓ ଓଡ଼ିଶାରେ ଏହାର ପ୍ରଭାବ

  BSE Odisha Class 10 History Solutions Chapter 2 ଭାରତରେ ଅସହଯୋଗ ଆନ୍ଦୋଳନ ଓ ଓଡ଼ିଶାରେ ଏହାର ପ୍ରଭାବ ୧। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ଲେଖ । (କ) ଖୁଲାଫତ୍ ଆନ୍ଦୋଳନ କାହିଁକି ହୋଇଥିଲା ଏବଂ ଏହାର ପରିଚାଳନା ପାଇଁ ଗଠିତ କମିଟିରେ କେଉଁମାନେ ସଦସ୍ୟ ରହିଥିଲେ ? Answer: ପ୍ରଥମ ବିଶ୍ବଯୁଦ୍ଧରେ ତୁର୍କୀ ମିତ୍ରଶକ୍ତି ବିରୋଧରେ ଯୁଦ୍ଧ କରିଥିଲା । ଯୁଦ୍ଧ ସମୟରେ ତୁର୍କୀ ସାମ୍ରାଜ୍ୟକୁ ବିଭାଜିତ କରିଦିଆଗଲା । ତୁର୍କୀ ପ୍ରତି ଏତାଦୃଶ ବ୍ୟବହାର ପାଇଁ ଭାରତୀୟ ମୁସଲମାନମାନେ ବ୍ୟଥ୍‌ତ ଓ କ୍ରୋଧାନ୍ଵିତ ହେଲେ । ତୁର୍କୀର ସୁଲତାନ ଥିଲେ ମୁସଲମାନମାନଙ୍କ ଧର୍ମଗୁରୁ ବା ଖଲିଫା । ଖଲିଫାଙ୍କୁ ସମ୍ମାନ ଦେଖାଇ ଭାରତରେ ଯେଉଁ ଆନ୍ଦୋଳନ ହୋଇଥିଲା, ତାହାକୁ ଖୁଲାଫତ୍ ଆନ୍ଦୋଳନ କୁହାଯାଏ । ଏହି ଆନ୍ଦୋଳନରେ ନେତୃତ୍ୱ ସୌକତ୍ ଅଲ୍ଲୀ ଓ ମହମ୍ମଦ ଅଲ୍ଲୀ ନାମକ ଦୁଇ ଭାଇ ନେଇଥିଲେ । ଏହାର ପରିଚାଳନାପାଇଁ ଗଠିତ କମିଟିରେ ଅଲ୍ଲୀ ଭ୍ରାତାଦ୍ବୟ, ଆବୁଲ କାଲାମ ଆଜାଦ୍, ହକିମ୍ ହଜ୍‌ମଲ୍ ଖାଁ ଓ ହସରତ୍ ମୋହାନୀ ସଦସ୍ୟ ଥିଲେ । (ଖ) ଖୁଲାଫତ୍ ଆନ୍ଦୋଳନରେ ଗାନ୍ଧିଜୀଙ୍କ ଭୂମିକା ଆଲୋଚନା କର । Answer: ମହାତ୍ମା ଗାନ୍ଧି ହିନ୍ଦୁ ଓ ମୁସଲମାନମାନଙ୍କୁ ଏକତ୍ର କରିବା ସହିତ ଜାତୀୟ ଆନ୍ଦୋଳନର ଭିତ୍ତିଭୂମିକୁ ଦୃଢ଼ କରିବା ଉଦ୍ଦେଶ୍ୟରେ ଖୁଲାଫତ୍ ଆନ୍ଦୋଳନକୁ ସମର୍ଥନ କରିଥିଲେ । ୧୯୧୯ ମସିହା ନଭେମ୍ବର ମାସରେ...

BSE Odisha Class 10 History Solutions Chapter 1 ଭାରତୀୟ ଜାତୀୟ ଆନ୍ଦୋଳନରେ ଗାନ୍ଧିଜୀଙ୍କ ଆବିର୍ଭାବ

  BSE Odisha Class 10 History Solutions Chapter 1 ଭାରତୀୟ ଜାତୀୟ ଆନ୍ଦୋଳନରେ ଗାନ୍ଧିଜୀଙ୍କ ଆବିର୍ଭାବ ୧ । ପପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ଲେଖ । (କ) ଦକ୍ଷିଣ ଆଫ୍ରିକାରେ ଭାରତୀୟମାନେ ଶ୍ୱେତାଙ୍ଗମାନଙ୍କଦ୍ୱାରା କିପରି ଅତ୍ୟାଚାରିତ ହେଉଥିଲେ ? Answer: ବର୍ଣ୍ଣବୈଷମ୍ୟ ନୀତି ଯୋଗୁଁ ଦକ୍ଷିଣ ଆଫ୍ରିକାରେ କାମ କରୁଥିବା କୃଷ୍ଣାଙ୍ଗ ଆଫ୍ରିକୀୟ ଓ ଭାରତୀୟମାନେ ବିଭିନ୍ନ ଅତ୍ୟାଚାରର ସମ୍ମୁଖୀନ ହେଉଥିଲେ । ସେଠାରେ ସେମାନଙ୍କର ଭୋଟଦାନ ଅଧିକାର ନଥିଲା । ସେମାନଙ୍କୁ ସେମାନଙ୍କର ନାମ ପଞ୍ଜୀକରଣ କରି ନିର୍ବାଚନ କର ଦେବାକୁ ପଡୁଥିଲା । ଭାରତୀୟମାନଙ୍କ ବସତି ସ୍ଥାପନ ପାଇଁ ଜନାକୀର୍ଣ୍ଣ ଅସ୍ଵାସ୍ଥ୍ୟକର ପରିବେଶ ଉଦ୍ଦିଷ୍ଟ କରାଯାଇଥିଲା । ସେମାନେ ରାତି ନ’ଟା ପରେ ଘରୁ ବାହାରକୁ ଯାଇପାରୁ ନଥିଲେ କି ଜନସାଧାରଣଙ୍କ ପାଦଚଲା ରାସ୍ତା ବ୍ୟବହାର କରିପାରୁ ନଥିଲେ । ସେମାନେ ରେଳଗାଡ଼ିର ପ୍ରଥମ ବା ଦ୍ୱିତୀୟ ଶ୍ରେଣୀ କୋଠରିରେ ଯାତ୍ରା କରିପାରୁ ନଥିଲେ । ଭାରତୀୟମାନଙ୍କୁ ଶ୍ଵେତାଙ୍ଗମାନେ ‘କୁଲି’ ବୋଲି ସମ୍ବୋଧନ କରୁଥିଲେ । (ଖ) ‘ଚମ୍ପାରନ୍ ଆନ୍ଦୋଳନ’ରେ ମହାତ୍ମା ଗାନ୍ଧିଙ୍କ ଭୂମିକା ସମ୍ପର୍କରେ ଆଲୋଚନା କର । Answer: ଚମ୍ପାରନ୍ ଆନ୍ଦୋଳନ ଗାନ୍ଧିଜୀଙ୍କଦ୍ବାରା ଭାରତରେ ସଙ୍ଗଠିତ ପ୍ରଥମ ଆନ୍ଦୋଳନ ଥିଲା । ବିହାରର ଚମ୍ପାରନ ଜିଲ୍ଲାରେ ପ୍ରଚଳିତ ତିନିକାଠିଆ ବ୍ୟବସ୍ଥା ଅନୁସାରେ ଚାଷୀମାନଙ...