BSE Odisha Class 8 History Solutions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା
BSE Odisha Class 8 History Solutions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା ୧। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୭୫ଟି ଶବ୍ଦରେ ଲେଖ । (କ) ନାଦିର ଶାହ କେବେ ଓ କେଉଁ ପରିସ୍ଥିତିରେ ଭାରତ ଆକ୍ରମଣ କରିଥିଲେ ? ସେ ଭାରତ ଆକ୍ରମଣ କରି କେଉଁ ପରିସ୍ଥିତି ସୃଷ୍ଟି କରିଥିଲେ ? ସେ ଭାରତରୁ ନିଜ ଦେଶକୁ କ’ଣ ନେଇଯାଇଥିଲେ ? Answer: ଆକ୍ରମଣ ସମୟ : ପାରସ୍ୟର ରାଜା ନାଦିର ଶାହ ମୋଗଲ ସାମ୍ରାଜ୍ୟର ଆଭ୍ୟନ୍ତରୀଣ ବିଶୃଙ୍ଖଳାର ସୁଯୋଗ ନେଇ ୧୭୩୯ ଖ୍ରୀଷ୍ଟାବ୍ଦରେ ଭାରତ ଆକ୍ରମଣ କରିଥିଲେ । ସ୍ଥାନ : ପାନିପଥ ନିକଟବର୍ତ୍ତୀ କର୍ଣ୍ଣାଲଠାରେ ସେ ମୋଗଲ ସେନାଙ୍କୁ ପରାସ୍ତ କରି ମୋଗଲ ସମ୍ରାଟ ମହମ୍ମଦ ଶାହଙ୍କୁ ସଙ୍ଗରେ ନେଇ ଦିଲ୍ଲୀରେ ପ୍ରବେଶ କଲେ । ଅଧିକାର ଓ ଲୁଣ୍ଠନ : ସେ ଭାରତ ଆକ୍ରମଣ କରି ବହୁଦିନ ଦିଲ୍ଲୀ ଅଧିକାର କରି ସେଠାରେ ଲୁଣ୍ଠନ ଓ ନରହତ୍ୟା ଚଳାଇଥିଲେ । ଫଳରେ ଦିଲ୍ଲୀ ନଗରୀ ଏକ ଶ୍ମଶାନରେ ପରିଣତ ହୋଇଗଲା । ମୟୂର ସିଂହାସନ ଅପହରଣ : ଅବଶେଷରେ ଦିଲ୍ଲୀକୁ ଲୁଣ୍ଠନ କରି ସେ ଶାହାଜାହାନ୍ଙ୍କ ନିର୍ମିତ ମୟୂର ସିଂହାସନ, କୋହିନୂର ମଣି, ହସ୍ତୀ ଓ ଅଶ୍ଵଗୁଡ଼ିକୁ ସଙ୍ଗରେ ଧରି ପାରସ୍ୟ ଫେରିଯାଇଥିଲେ । (ଖ) ପର୍ତ୍ତୁଗୀଜ୍ମାନଙ୍କ ଭାରତ ଆଗମନ ଓ ବାଣିଜ୍ୟକୋଠି ସ୍ଥାପନ ଉପରେ ଧାରଣା ଦିଅ । Answer: ପର୍ତ୍ତୁଗୀଜମାନଙ୍କ ଆଗମନ : ୧୪୯୮ ଖ୍ରୀଷ୍ଟାବ୍ଦରେ ପର୍ତ୍ତୁଗୀଜ୍ ନାବିକ ଭାସ୍କୋଡ଼ାଗାମା ଉତ୍ତମାଶା ...