BSE Odisha Class 10 Odia Solutions Chapter 3 ଭୀମଙ୍କ ସଂଘନାଦ ରଡ଼ି
BSE Odisha Class 10 Odia Solutions Chapter 3 ଭୀମଙ୍କ ସଂଘନାଦ ରଡ଼ି
ସଂକ୍ଷିପ୍ତ ଉତ୍ତରମୂ ଳକ ପ୍ରଶ୍ନୋତ୍ତର
Question ୧।
ଏକପଦରେ ପ୍ରକାଶ କର ।
ଧୃତରାଷ୍ରଙ୍କ ପୁତ୍ର –
ମରୁତଙ୍କ ପୁତ୍ର –
ପବନଙ୍କ ପୁତ୍ର –
ପଣ୍ଡୁଙ୍କ ପୁତ୍ର –
ଅତିତିଙ୍କ ପୁତ୍ର –
କୁନ୍ତାଙ୍କ ପୁତ୍ର –
Answer:
ଧୃତରାଷ୍ରଙ୍କ ପୁତ୍ର – ଧାର୍ତ୍ତରାଷ୍ଟ୍ରା
ମରୁତଙ୍କ ପୁତ୍ର – ମାରୁତି
ପବନଙ୍କ ପୁତ୍ର – ପାବନି
ପଣ୍ଡୁଙ୍କ ପୁତ୍ର – ପାଣ୍ଡବ
ଅତିତିଙ୍କ ପୁତ୍ର – ଆଦିତ୍ୟ
କୁନ୍ତାଙ୍କ ପୁତ୍ର – କୌନ୍ତେୟ
Question ୪।
ପଠିତ କବିତା ଅବଲମ୍ବନରେ ଶୂନ୍ୟସ୍ଥାନ ପୂରଣ କର ।
(କ) ଈଶ୍ବରଂକୁ ସିଂଘନାଦ ମାଗନ୍ତୁ ……………….. ।
(ଖ) ଆସନ କମ୍ପିଲା ଯେ ଦେବ …………………. ।
(ଗ) ପାର୍ବତୀ ବୋଇଲେ ଭୀମସେନ ଆମ୍ଭ …………….. ।
(ଘ) ………………….. ରୁ କାଢ଼ିଦେଲେ ସେ ସିଂଘନାଦ ।
(ଙ) ………………….. ଆସି ପ୍ରବେଶ ହୋଇଲା ବ୍ୟାସ ସରୋବର ତୀରେ ।
(ଚ) ………………….. ମାରି ବାହାସ୍ଫୋଟ ଗର୍ଜିଣ ବେଗେ ଉଠି ।
(ଛ) ବୋଇଲୁ ଯେ ଭୀମର ………………….. ପହିବ।
(ଜ) କଦଳୀ ପତ୍ର ପ୍ରାୟେ ……………….. ମହାତମା
Answer:
(କ) ଈଶ୍ବରଂକୁ ସିଂଘନାଦ ମାଗନ୍ତୁ ପବନର ସତା।
(ଖ) ଆସନ କମ୍ପିଲା ଯେ ଦେବ ଶୂଳଧର।
(ଗ) ପାର୍ବତୀ ବୋଇଲେ ଭୀମସେନ ଆମ୍ଭ ଉପ୍ରଚାରି।
(ଘ) ଚିରି କୃଟି ରୁ କାଢ଼ିଦେଲେ ସେ ସିଂଘନାଦ ।
(ଙ) ଅନ୍ତରାଷେ ଆସି ପ୍ରବେଶ ହୋଇଲା ବ୍ୟାସ ସରୋବର ତୀରେ ।
(ଚ) ବଚ୍ଛସ୍ଥଳେ ମାରି ବାହାସ୍ଫୋଟ ଗର୍ଜିଣ ବେଗେ ଉଠି ।
(ଛ) ବୋଇଲୁ ଯେ ଭୀମର ସାତରତି ପହିବ।
(ଜ) କଦଳୀ ପତ୍ର ପ୍ରାୟେ କମ୍ପଇ ମହାତମା
କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର
Question ୫।
ସିଂଘନାଦ କ’ଣ ?
Answer:
ସିଂଘନାଦ ମଇଁଷି ସିଂଘରେ ନିର୍ମିତ ଏକ ବାଦ୍ୟ । ଏହି ବାଦ୍ୟ ସଦାସର୍ବଦା ଶିବଙ୍କ ପାଖରେ ଥାଏ । ଶିବ ଭୈରବ ରୂପ ଧାରଣ କରି ସିଂଘନାଦ କଲେ ପୃଥିବୀ ପ୍ରଳୟ ହୁଏ । ଶିବଙ୍କଠାରୁ ସିଂଘନାଦ ନେଇ ଭୀମସେନ ଦୁର୍ଯ୍ୟୋଧନଙ୍କୁ ରଣ କରିବାପାଇଁ ଆହ୍ୱାନ କରିଥିଲେ । ସେହି ସିଂଘନାଦ ଶବ୍ଦ ଶୁଣି ଦୁର୍ଯ୍ୟୋଧନ ବ୍ୟାସ ସରୋବରରୁ ବାହାରି ଆସିଥିଲେ ।
Question ୬ ।
ସହଦେବ ଜଗନ୍ନାଥଙ୍କୁ କ’ଣ ବୋଇଲେ
Answer:
ସହଦେବ ଜଗନ୍ନାଥଙ୍କୁ ଅର୍ଥାତ୍ ଶ୍ରୀକୃଷ୍ଣଙ୍କୁ କହିଲେ, କେବଳ ଈଶ୍ଵରଙ୍କୁ ପ୍ରାର୍ଥନା କରି ପବନସୁତ ଭୀମସେନ ସିଂଘନାଦ ପ୍ରାପ୍ତ ହେଲେ, ଦୁର୍ଯ୍ୟୋଧନଙ୍କୁ ବ୍ୟାସ ସରୋବରରୁ ବାହାର କରିପାରିବେ ।Question ୭ ।
ସିଂଘନାଦ ଦେବାପାଇଁ ପାର୍ବତୀ ଶିବଙ୍କୁ କ’ଣ କହିଲେ ?
Answer:
ସିଂଘନାଦ ପ୍ରସଙ୍ଗରେ ଶିବ ପାର୍ବତୀଙ୍କୁ ପଚାରିବାରୁ ପାର୍ବତୀ ଶିବଙ୍କୁ କହିଲେ, ଭୀମ ହେଉଛି ଆମ୍ଭ ପାଇଁ ଉପକ।ରା ପାଣ୍ଡବମାନଙ୍କ ପାଇଁ ଅନେକ ସମୟରେ କପିଳାସ ବିପଦମୁକ୍ତ ହୋଇଥାଏ। ପୁନଶ୍ଚ ତୁମ୍ଭେ ଭାମଙ୍କୁ ବିର ଦେବାପାଇଁ ସତ୍ୟ କରିଥିଲେ । ତେଣୁ ଭୀମକୁ ଯଥାଶୀଘ୍ର ସିଂହନାଦ ପ୍ରଦାନ କର।
Question ୮।
ପାଣ୍ଡବଙ୍କ ହେତୁ ତ୍ରିଲୋଚନ କିଭଳି ବର୍ଭିଥିଲେ ?
Answer:
ପାଣ୍ଡବଙ୍କ ମଧ୍ୟରେ ଦ୍ଵିତୀୟ ପାଣ୍ଡବ ହେଉଛନ୍ତି ଭୀମସେନ । ଥରେ ଅଶ୍ଳେଷା ଦୈତ୍ୟ କୈଳାସକୁ ଉପାଡ଼ି ନେଉଥିବାବେଳେ, ଋଷ୍ୟମୂକ ପର୍ବତରେ ଥିବା ଭୀମଙ୍କୁ ଶିବ ଡାକିଥିଲେ । ଭୀମ ଅଶ୍ଳେଷା ଦୈତ୍ୟକୁ ବିନାଶ କରି କୈଳାସ ଉଦ୍ଧାର କରିଥିଲେ। ମଧ୍ଯମପାଣ୍ଡବ ଭୀମଙ୍କ ପାଇଁ ତ୍ରିଲୋଚନ ଶିବ ଅଶ୍ଳେଷାତୈତ୍ୟ କବଳରୁ ବର୍ଷିଥିଲେ । ପୁନଶ୍ଚ ପାଣ୍ଡବମାନଙ୍କ ପାଇଁ କୈଳାସ ପର୍ବତ ବେଳେବେଳେ ବିପଦମୁକ୍ତ ହୋଇଥାଏ ।
Question ୯।
ସିଂଘନାଦ କିପରି ଗତି କରି ଭୀମଙ୍କ ହସ୍ତକୁ ଆସିଲା ?
Answer:
ସିଂଘନାଦ ଅନ୍ତରୀକ୍ଷରେ ବା ଆକାଶପଥରେ ଗତି କରି ବ୍ୟାସ ସରୋବର ତୀରରେ ରହିଥିବା ଭୀମଙ୍କ ହସ୍ତକୁ ଆସିଥିଲା ।
Question ୧୦ ।
ବ୍ୟାସ ସରୋବରର ମାହାତ୍ମ୍ୟ ଲେଖ ।
Answer:
ବ୍ୟାସ ସରୋବର ହେଉଛି ବିପଦରେ ପଡ଼ି ଶରଣ ନେଇଥିବା ବ୍ୟକ୍ତି ପାଇଁ ଅଭୟ ଆଶ୍ରୟସ୍ଥଳ । ଏଠାରେ ଶରଣ ନେଇଥିବା ବ୍ୟକ୍ତିଙ୍କୁ ମାରିବାପାଇଁ ତା’ର ଶତ୍ରୁ ସେଠାକୁ ଯାଇପାରେ ନାହିଁ । ଶରଣକାରୀର ଶତ୍ରୁ ଯଦି ବଳପୂର୍ବକ ସେଠାରେ ପ୍ରବେଶ କରେ, ତା’ହେଲେ ସେ ଧ୍ୱଂସ ହୋଇଯିବ ବୋଲି ଶିବ ଅଭିଶାପ ଦେଇଥିଲେ ।
Question ୧୧ ।
ପ୍ରଥମ ଥର ସିଂଘନାଦ ରଡ଼ିରେ ପୃଥିବୀରେ କି କି ବିଲକ୍ଷଣମାନ ଦେଖାଦେଲା ?
Answer:
ପ୍ରଥମ ଥର ସିଂଘନାଦ ରଡ଼ିରେ ମହୀମଣ୍ଡଳ ପ୍ରକମ୍ପିତ ହୋଇଗଲା । ନଳିନୀ ପତ୍ରରେ ଜଳ ଢଳଢ଼ଳ ହେଲାପରି ପୃଥ୍ବୀ ଥରହର ହୋଇଉଠିଲା । ମନ୍ଦରପର୍ବତ ତା’ର ନିର୍ଦ୍ଦିଷ୍ଟ ସ୍ଥାନ ଛାଡ଼ି କିଛି ଦୂର ବୁଲିଗଲା ।
Question ୧୨ ।
ଦ୍ଵିତୀୟ ଥର ସିଂଘନାଦ ରଡ଼ିରେ ସୌର ଜଗତରେ କି କି ବିଲକ୍ଷଣ ଦେଖାଦେଲା ?
ଊ-
ଦ୍ବିତୀୟ ଥର ପାଇଁ ଭୀମସେନ ସିଂଘନାଦ ରଡ଼ି ଦେବାରୁ, ତାହାର ପ୍ରଭାବରେ ଛଅ ଲକ୍ଷ ଯୋଜନ ପର୍ଯ୍ୟନ୍ତ ଆକାଶ କମ୍ପି ଉଠିଲା । ପାତାଳପୁରରେ ଥିବା ଅନନ୍ତ ନାଗର ଫଣା କମ୍ପମାନ ହେଲା । ନବଦୀପ, ସପ୍ତସାଗର କମ୍ପି ଉଠିଲା ଓ ମେରୁ ପର୍ବତ ଟଳମଳ ହେଲା । ସୌର ଜଗତରେ ଥିବା ଆଦିତ୍ୟ ମଣ୍ଡଳ, ଭୂମଣ୍ଡଳ, ଧ୍ରୁବ ମଣ୍ଡଳ, ଅମର ମଣ୍ଡଳ ସହିତ ସିନ୍ଧୁର ଲହଡ଼ି ଆକାଶ ପର୍ଯ୍ୟନ୍ତ ଉଛୁଳି ପଡ଼ିଲା ।
Question ୧୩ ।
ନବଦୀପର ନାମ ଲେଖ ।
Answer:
ଇନ୍ଦ୍ରଦ୍ୱୀପ, ନାଗଦ୍ଵୀପ, ସୌମ୍ୟଦ୍ୱୀପ, ଗନ୍ଧର୍ବ ଦ୍ବୀପ, ବରୁଣ ଦ୍ଵୀପ, କଶେରୁମାନ ଦ୍ବୀପ, ଗଉଣ୍ଡିମାନ ଦ୍ଵୀପ, ତାମ୍ରପର୍ଣ ଦ୍ଵୀପ ଓ କୁମାରିକା ଦ୍ଵୀପ ।
Question ୧୪ ।
ସପ୍ତସାଗରର ନାମ ଲେଖ ।
Answer:
ଦଧ, ଦୁଗ୍ଧ, ଘୃତ, ଲବଣ, ଇକ୍ଷୁ, ସୁରା, ଜଳ ।
ସଂକଟ କାଳେ ………………….. .ପ୍ରସନ୍ନ ବଦନେଣ ।’’
ଶଂସିତ ପଦ୍ୟାଶଟି ଆଦିକବି ସାରଳା ଦାସଙ୍କ ଶ୍ରେଷ୍ଠ କାବ୍ୟକୃତି ମହାଭାରତର ‘ଗଦାପର୍ବ’ସ୍ଥ ‘ଭୀମଙ୍କ ସିଂଘନାଦ ରଡ଼ି’ର ଏକ ଉଲ୍ଲେଖଯୋଗ୍ୟ ଅଂଶବିଶେଷ । ଏଥିରେ କବି ଶିବ ଓ ପାର୍ବତୀଙ୍କର ମାନବୟ ଭାବକୁ ପ୍ରକାଶ କରିଛନ୍ତି । ଭୀମଙ୍କୁ ସିଂଘନାଦ ଦେବା ପାଇଁ ଶିବଙ୍କୁ ପାର୍ବତୀ ପରାମର୍ଶ ଦେଇଛନ୍ତି ।
ସହଦେବ ଥିଲେ ସର୍ବଜ୍ଞାତା । ସେ ଜାଣିଥିଲେ ଦୁର୍ଯ୍ୟୋଧନ ପ୍ରାଣରଙ୍କ ହୋଇ ବ୍ୟାସ ସରୋବରରେ ଆତ୍ମଗୋପନ କରିଛି । ଯଦି ଭୀମସେନ ସିଂଘନାଦ ମାଧ୍ୟମରେ ଦୁର୍ଯ୍ୟୋଧନଙ୍କୁ ରଣ ପାଇଁ ଆହ୍ୱାନ କରନ୍ତି, ତା’ହେଲେ ସେ ନିଶ୍ଚୟ ସେଠାରୁ ବାହାରି ଆସିବେ । ଶ୍ରୀକୃଷ୍ଣଙ୍କ ପରାମର୍ଶରେ ଭୀମସେନ ଶୂଳପାଣି ଶିବଙ୍କୁ ଧ୍ୟାନ କରିଛନ୍ତି । ଭୀମସେନରଙ୍କ ଧ୍ୟାନରେ ଶିବଙ୍କ ପରିସ୍ଥିତିର ସାଧାରଣ ମଣିଷ ଯେପରି ପତ୍ନୀର ପରାମର୍ଶ ଲୋଡ଼ିଥାଏ, ଠିକ୍ ଅନୁରୂପ ଭାବେ ଶିବ କ’ଣ କରିବେ ବୋଲି
ଅନ୍ୟକୁ ସହାୟ ହୋଇଥା’ନ୍ତି । ପୁନଶ୍ଚ ଭୀମସେନ ତାଙ୍କୁ ବିପଦ ସମୟରେ ପୂର୍ବରୁ ସାହାଯ୍ୟ କରିଛି । ଯେତେବେଳେ ଅଶ୍ଳେଷା ଦୈତ୍ୟ କୈଳାସ ଆକ୍ରମଣ କରିଛି ଏବଂ କୈଳାସ ପର୍ବତକୁ ଉପାଡ଼ିବାପାଇଁ ପ୍ରୟାସ କରିଛି, ସେତେବେଳେ ଭୀମହିଁ ତାଙ୍କୁ ସାହାଯ୍ୟ କରିଛି । ଶିବଙ୍କ ଆହ୍ଵାନରେ ଋଷ୍ୟମୁକ ପର୍ବତରେ ଥିବା ଭୀମ, କୈଳାସରେ ପହଞ୍ଚି ଅଶ୍ଳେଷା ଦୈତ୍ୟକୁ ବିନାଶ କରିଛନ୍ତି । ପାର୍ବତୀ ଶିବଙ୍କୁ ଭୀମଙ୍କ ପୂର୍ବ ଉପକାର କଥା ସ୍ମରଣ କରାଇଛନ୍ତି । ଯେହେତୁ ଭୀମ ତାଙ୍କୁ ସଙ୍କଟ ବା ବିପଦ ସମୟରେ ସହାୟ ହୋଇଛି, ସେଥ୍ପାଇଁ ଖୁସିମନରେ ଭୀମଙ୍କୁ ସିଂଘନାଦ ଦେବାପାଇଁ ପାର୍ବତୀ କହିଛନ୍ତି । ପାର୍ବତୀଙ୍କ କଥାନୁସାରେ, ଶିବ ପବନପୁତ୍ର ଭୀମସେନଙ୍କୁ। ସିଂଘନାଦ ପ୍ରଦାନ କରିଛନ୍ତି କବି ସାରଳା ଦାସ ଏଠାରେ ଶିବ ଓ ପାର୍ବତୀଙ୍କର ମାନବୀୟ ଭାବକୁ ଅତି ସୁନ୍ଦର ଭାବରେ ପ୍ରକାଶ କରିବା ସହିତ ପାର୍ବତାଙ୍କର ମହାନାୟ ଭାଗକୁ ସ୍ଵଚିତ କରିଛିନ୍ତି।
ଆତ୍ମଗୋପନ କରିଛି । ଯଦି ଭୀମସେନ ସିଂଘନାଦ ମାଧ୍ୟମରେ ଦୁର୍ଯ୍ୟୋଧନଙ୍କୁ ରଣ ପାଇଁ ଆହ୍ୱାନ କରନ୍ତି, ତା’ହେଲେ ସେ ନିଶ୍ଚୟ ସେଠାରୁ ବାହାରି ଆସିବେ । ଶ୍ରୀକୃଷ୍ଣଙ୍କ ପରାମର୍ଶରେ ଭୀମସେନ ଶୂଳପାଣି ଶିବଙ୍କୁ ଧ୍ୟାନ କରିଛନ୍ତି । ଭୀମସେନରଙ୍କ ଧ୍ୟାନରେ ଶିବଙ୍କ ପରିସ୍ଥିତିର ସାଧାରଣ ମଣିଷ ଯେପରି ପତ୍ନୀର ପରାମର୍ଶ ଲୋଡ଼ିଥାଏ, ଠିକ୍ ଅନୁରୂପ ଭାବେ ଶିବ କ’ଣ କରିବେ ବୋଲି
ଅନ୍ୟକୁ ସହାୟ ହୋଇଥା’ନ୍ତି । ପୁନଶ୍ଚ ଭୀମସେନ ତାଙ୍କୁ ବିପଦ ସମୟରେ ପୂର୍ବରୁ ସାହାଯ୍ୟ କରିଛି । ଯେତେବେଳେ ଅଶ୍ଳେଷା ଦୈତ୍ୟ କୈଳାସ ଆକ୍ରମଣ କରିଛି ଏବଂ କୈଳାସ ପର୍ବତକୁ ଉପାଡ଼ିବାପାଇଁ ପ୍ରୟାସ କରିଛି, ସେତେବେଳେ ଭୀମହିଁ ତାଙ୍କୁ ସାହାଯ୍ୟ କରିଛି । ଶିବଙ୍କ ଆହ୍ଵାନରେ ଋଷ୍ୟମୁକ ପର୍ବତରେ ଥିବା ଭୀମ, କୈଳାସରେ ପହଞ୍ଚି ଅଶ୍ଳେଷା ଦୈତ୍ୟକୁ ବିନାଶ କରିଛନ୍ତି । ପାର୍ବତୀ ଶିବଙ୍କୁ ଭୀମଙ୍କ ପୂର୍ବ ଉପକାର କଥା ସ୍ମରଣ କରାଇଛନ୍ତି । ଯେହେତୁ ଭୀମ ତାଙ୍କୁ ସଙ୍କଟ ବା ବିପଦ ସମୟରେ ସହାୟ ହୋଇଛି, ସେଥ୍ପାଇଁ ଖୁସିମନରେ ଭୀମଙ୍କୁ ସିଂଘନାଦ ଦେବାପାଇଁ ପାର୍ବତୀ କହିଛନ୍ତି । ପାର୍ବତୀଙ୍କ କଥାନୁସାରେ, ଶିବ ପବନପୁତ୍ର ଭୀମସେନଙ୍କୁ। ସିଂଘନାଦ ପ୍ରଦାନ କରିଛନ୍ତି କବି ସାରଳା ଦାସ ଏଠାରେ ଶିବ ଓ ପାର୍ବତୀଙ୍କର ମାନବୀୟ ଭାବକୁ ଅତି ସୁନ୍ଦର ଭାବରେ ପ୍ରକାଶ କରିବା ସହିତ ପାର୍ବତାଙ୍କର ମହାନାୟ ଭାଗକୁ ସ୍ଵଚିତ କରିଛିନ୍ତି।
ବାହାରକୁ ଆଣିପାରିବ ନାହିଁ ।
ବ୍ୟାସ ସରୋରବରରୁ ଦୁର୍ଯ୍ୟୋଧନ କିପରି ବାହାରିବ, ସେଥିପାଇଁ ପାଣ୍ଡବମାନଙ୍କ ମଧ୍ୟରେ ବିଚାର ହୋଇଛି । ସହଦେବଙ୍କ କଥାନୁସାରେ ଏବଂ ଶ୍ରୀକୃଷ୍ଣଙ୍କ ପରାମର୍ଶରେ ଭାମସେନ ଶିବଙ୍କଠାରୁ ସିଂଘନାଦ ଆସିବାର ଯୋଜନା କରିଛି । ଭାମ ଶୂଳଧାର ଶିବଙ୍କୁ ଧ୍ୟ।ନ କରିଛନ୍ତି । ଭୀମଙ୍କ ଧ୍ୟାନର ପ୍ରଭାବରେ ଶିବଙ୍କ ଆସ୍ଥାନ ଟଳମଳ ହୋଇଛି । ସେ ଅସ୍ଥିର ହୋଇପଡ଼ିଛନ୍ତି । ଶେଷରେ ପାର୍ବତୀଙ୍କ କଥାନୁସାରେ ଭୀମଙ୍କୁ ପୂର୍ବରୁ ବରଦେବା ପାଇଁ ପ୍ରତିଜ୍ଞା କରିଥିବା ଶିବ ଭୀମଙ୍କୁ ସିଂଘନାଦ ପ୍ରଦାନ କରିଛନ୍ତି । ସିଂଘନାଦ ଶୂନ୍ୟପଥରେ ଆସି ବ୍ୟାସ ସରୋବର ନିକଟରେ ଥିବା ଭୀମଙ୍କ ପାଖରେ ପହଞ୍ଚିଛି ।
ଭୀମସେନ ସିଂଘନାଦ ପାଇଲା ପରେ ପ୍ରଥମ ରଡ଼ି କରି ଦୁର୍ଯ୍ୟୋଧନଙ୍କୁ ରଣଆହ୍ୱାନ କରିଛି । ଏହାର ପରିଣତି ସ୍ବରୂପ ଦୁର୍ଯ୍ୟୋଧନ ଜାଗ୍ରତ ହୋଇ ଉଠିଛି । ପୁନର୍ବାର ଭୀମସେନ ସିଂଘନାଦ କରିଛି । ସେହି ଦ୍ଵିତୀୟ ସିଂଘନାଦର ଶବ୍ଦର ପ୍ରଭାବରେ ଛଅ ଲକ୍ଷ ଯୋଜନ ପର୍ଯ୍ୟନ୍ତ ଆକାଶ ପ୍ରକମ୍ପିତ ହୋଇଛି। ଏପରିକି ମୃତ୍ୟୁଲୋକ ଯମପୁର ମଧ୍ୟ କମ୍ପିଯାଇଛି । ଯେହେତୁ ସେହି ସିଂଘନାଦ ଥୁଲା, ଦିବ୍ୟବାଦ୍ୟ ଏବଂ ଶିବଙ୍କ ବାଦ୍ୟ ତେଣୁ ତାହାର ପ୍ରଭାବରେ ସବୁ ପରିବେଶ ଚହଲିଯାଇଛି । ପାତାଳରେ ଅନନ୍ତ ନାଗର ଫଣା କମ୍ପମାନ ହୋଇଛି ।
ନବଦୀପ, ସାତସାଗର ଓ ମେରୁ ପର୍ବତ ଟଳମଳ ହୋଇଉଠିଛି । ସିଂଘନାଦର ପ୍ରକମ୍ପନରେ ସୂର୍ଯ୍ୟମଣ୍ଡଳଠାରୁ ଆରମ୍ଭକରି ଭୂମଣ୍ଡଳ, ଧ୍ରୁବ ମଣ୍ଡଳ ଏପରିକି ଦେବଲୋକ ଅମରମଣ୍ଡଳ ଦୋହଲି ଯାଇଛି । ମେରୁ ପର୍ବତ ଥରି ଉଠିଛି । ସିନ୍ଧୁଜଳ ବଡ଼ ବଡ଼ ଢେଉ କରି ଉଛୁଳି ଉଠିଛି । ସେହି ଢେଉର ଉଚ୍ଚତା ଏତେ ଥିଲା ଯେ, ତାହା ସତେ ଯେପରି ଆକାଶକୁ ଛୁଇଁଲାଭଳି ମନେହୋଇଛି । କବି ଦ୍ୱିତୀୟ ସିଂଘନାଦର ପ୍ରଭାବକୁ ବର୍ଣ୍ଣନା କରି ଲେଖୁଛନ୍ତି –
‘ପୁଣିଣ ଆରେକ ରଡ଼ିୟେ ଦିଲା ବୀର ଭୀମ
ଛଡ଼ ଲକ୍ଷ ଯୋଜନେ ଆକାଶେ କମ୍ପିଲା ବୀର ଯମ ।
ପାତାଳେ ଅନନ୍ତ ନାଗର କମ୍ପିଲାକ ଫେରୁ
ନବଦ୍ୱୀପ ସପତ ସାଗର କମ୍ପିଲା ଟଳମଳ ହୋଇଲାକ ମେରୁ ।’’
ଏଠାରେ କବି ସିଂଘନାଦର ଅସାଧାରଣତା ଓ ତାହାର ପ୍ରଭାବରେ ସମଗ୍ର ଜଳ, ସ୍ଥଳ ଓ ଆକାଶରେ ଯେଭଳି ପ୍ରତିକ୍ରିୟା ସୃଷ୍ଟି ହୋଇଛି, ତାହାକୁ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି । ସେହି ନାଦ ଶୁଣି ଦୁର୍ଯ୍ୟୋଧନ ବ୍ୟାସ ସରୋବରରୁ ବାହାର ଆସିଛି। କବିଙ୍କର ଏଭଳି ବର୍ଣ୍ଣନା ତାଙ୍କ ଦିବ୍ୟ କବିତ୍ବ ଭାବକୁ ପରିପ୍ରକାଶ କରେ I
ସତ୍ୟମନା ଇଚ୍ଛା ଦେବ ଯେ ତ୍ରିପୁରାରି ।
ବେଳେବେଳେ ପାଣ୍ଡବେ ଆମ୍ଭ କପିଳାସକଇଂ ଉଦ୍ଦିରି
ସତ୍ୟମନା ଇଛି ଦେବ ଯେ ତ୍ରିପୁରାରି।
ପାର୍ବତୀ ବୋଇଲେ ସିଂଘନାଦ ଦିଅସି ବହନ
ପାଣ୍ଡବଂକ ହେତୁ ତୁମ୍ଭେ ବ୍ରତିଅଛ ତ୍ରିଲୋଚନ ।’’
ପାର୍ବତାଙ୍କ ପରାମର୍ଶକୁ ଶିବ ପାକାର କରିଲେ। ସେ ଖୁସି ମନରେ, ପ୍ରସନ୍ନ ଚିତ୍ତରେ ଚିରିକୁଟିରୁ କାଢି ଭାମସେନଙ୍କ ଉଦ୍ଦେଶ୍ୟରେ ସିଂଘନାଦ ପ୍ରେରଣ କରିଥିଲେ । ଏଠାରେ କବି ଶିବ ଓ ପାର୍ବତୀଙ୍କର ମାନବୀୟ ଭାବକୁ ଚମତ୍କାର ଭାବରେ ପରିପ୍ରକାଶ କରି ନିଜର ଅସାଧାରଣ କବିତ୍ଵର ପରିଚୟ ଦେଇଛିନ୍ତି
Comments
Post a Comment