BSE Odisha Class 7 Odia Solutions Chapter 1 କଳାମାଣିକରେ
BSE Odisha Class 7 Odia Solutions Chapter 1 କଳାମାଣିକରେ
ପାଠ୍ୟପୁସ୍ତକସ୍ଥ ଅଭ୍ୟାସ କାର୍ଯ୍ୟର ଉତ୍ତର
Question ୧।
ଉତ୍ତର କୁହ ।
(କ) ମାତା ଯଶୋଦା କାହିଁକି ଚିନ୍ତିତ ହୋଇପଡ଼ିଛନ୍ତି ?
Answer:
ସ୍ନେହମୟୀ ମାତା ଯଶୋଦା କୃଷ୍ଣଙ୍କ ବନରୁ ଫେରିବା ବିଳମ୍ବରେ ଅଧୀରା ହୋଇପଡ଼ିଛନ୍ତି । ପ୍ରତ୍ୟହ ସନ୍ଧ୍ୟାପୂର୍ବରୁ କୃଷ୍ଣ ଗୋଚାରଣରୁ ଫେରିଆସନ୍ତି; କିନ୍ତୁ ସେଦିନ ସନ୍ଧ୍ୟା ଅତିକ୍ରାନ୍ତ ହୋଇଯାଇଛି; ତେଣୁ ମାତା ଯଶୋଦାଙ୍କ ମନ ଭୟ ଓ ନାନା ଆଶଙ୍କାରେ ବିବ୍ରତ ହୋଇପଡ଼ିଛି ।
(ଖ) ଶ୍ରୀକୃଷ୍ଣଙ୍କୁ କେଉଁ ଖାଦ୍ୟ ରୁଚୁ ନଥିଲା ?
Answer: –
ଶ୍ରୀକୃଷ୍ଣଙ୍କ ଶରୀର ଥୁଲା ଦୁର୍ବଳ । ତେଣୁ ମା’ ତାଙ୍କୁ ନାନା କ୍ଷୀରଜାତ ଦ୍ରବ୍ୟ; ଯଥା- ଗୋଟିକା, ଅଧାମ ଓ ସର ଆଦି ଯାଚି ଖୁଆଇବାକୁ ଚେଷ୍ଟା କରୁଥିଲେ । ମାତ୍ର ସେସବୁ ଖାଦ୍ୟ କୃଷ୍ଣଙ୍କୁ ରୁଚୁ ନଥିଲା । କିନ୍ତୁ ଲହୁଣି ପ୍ରତି ତାଙ୍କ ମନରେ ଗଭୀର ଆଗ୍ରହ ଥିଲା ଓ ମା’ଙ୍କୁ ସେ ଲହୁଣି ଲାଞ୍ଚ ମାଗୁଥିଲେ ।
(ଗ) ଯଶୋଦା ନିଜକୁ ଡଙ୍କୁଣୀ ବୋଲି କାହିଁକି କହିଛନ୍ତି ?
Answer:
ଯଶୋଦାଙ୍କର ବୃଦ୍ଧାବୟସରେ ଶ୍ରୀକୃଷ୍ଣ ଏକମାତ୍ର ସନ୍ତାନ ହୋଇଥିବାରୁ ସେ କ୍ଷଣମାତ୍ର ପାଖରୁ ଛାଡ଼ିବାକୁ ଇଚ୍ଛା କରୁନଥିଲେ; କିନ୍ତୁ କୃଷ୍ଣ ଗୋଚାରଣରେ ଯିବାକୁ ଜିଦ୍ କରୁଥିଲେ । ବନରୁ ଫେରିବାରେ ବିଳମ୍ବ ହେବାରୁ ଯଶୋଦା ବ୍ୟସ୍ତ ଓ ବିବ୍ରତ ହୋଇ ନିଜକୁ ଡଙ୍କୁଣୀ ବୋଲି କହି ଅନୁତାପ କରୁଥିଲେ ।
(ଘ) ଶ୍ରୀକୃଷ୍ଣଙ୍କ ପାଦରେ କଣ୍ଟା ଫୁଟିଯିବାର ଆଶଙ୍କା ମାଆଙ୍କ ମନରେ କାହିଁକି ସୃଷ୍ଟି ହୋଇଛି ?
Answer:
ଗୋଚାରଣରେ ଯିବାବେଳେ ଶ୍ରୀକୃଷ୍ଣ କଠଉ ଓ ଛତା ସଙ୍ଗରେ ନେଇଥାଆନ୍ତି । କିନ୍ତୁ ସେଦିନ ସେସବୁ ନେବାକୁ ସେ ଭୁଲି ଯାଇଥିଲେ । କଠଉ ନ ଥିବାରୁ ତାଙ୍କ କୋମଳ ପାଦରେ କଣ୍ଟା ଫୁଟି ତାଙ୍କୁ କଷ୍ଟ ହେଉଥିବ ଭାବି ମା’ ମନରେ ଆଶଙ୍କା ସୃଷ୍ଟି ହୋଇଛି । ବନ ମଧ୍ଯରେ ପଡ଼ିଥିବା ଅନାବନା କଣ୍ଟା ଫୁଟି ପାଦରୁ ରକ୍ତ ଝରିପଡ଼ୁଥିବ ଓ ସେ ଯନ୍ତ୍ରଣା ଭୋଗୁଥିବେ, ଏହିକଥା ମନରେ ଭାଳି ମା’ଙ୍କ ମନ ବିଷାଦରେ ଭରିଉଠିଛି ।
ଥିଲେ । ତାଙ୍କ ଚନ୍ଦ୍ରବଦନ ଦର୍ଶନରେ ମା’ ପାଉଥିଲେ ଅସୀମ ଆନନ୍ଦ । ଜୀବନର ସମସ୍ତ ଦୁଃଖ ପାସୋରି ସେ ତାଙ୍କୁ କୋଳେଇ ନେଉଥିଲେ ।
(ଡ) ଶ୍ରୀକୃଷ୍ଣଙ୍କର ବେଣୁସ୍ଵନକୁ କାନ ଡେରିବା ପ୍ରସଙ୍ଗରେ କେଉଁ ଭାବ ପ୍ରକାଶ ପାଇଛି ?
Answer:
ଶ୍ରୀକୃଷ୍ଣ ନିତିପ୍ରତି ଗୋଚାରଣରେ ବନକୁ ଯାଇ ସନ୍ଧ୍ୟା ପୂର୍ବରୁ ଗୃହକୁ ପ୍ରତ୍ୟାବର୍ତ୍ତନ କରୁଥିଲେ । ଗୋଧୂଳି ବେଳରେ ତାଙ୍କ ବଂଶୀସ୍ୱନକୁ କାନଡେରି ରହୁଥିଲେ ମାତା ଯଶୋଦା । ଦୂରରୁ ସୁମଧୁର ବେଣୁତାନ ତାଙ୍କ ମନରେ ଆନନ୍ଦ ଭରି ଦେଉଥିଲା । ସେ ଦାଣ୍ଡକୁ ଧାଇଁ ଯାଉଥିଲେ ପୁଅକୁ ପାଛୋଟି ଆଣିବାପାଇଁ । ସେଦିନ ସନ୍ଧ୍ୟା ଅତିକ୍ରାନ୍ତ ହୋଇଥିଲେ ମଧ୍ୟ କୃଷ୍ଣଙ୍କ ଘରବାହୁଡ଼ାରେ ବିଳମ୍ବ ଦେଖି ମା’ ଯଶୋଦାଙ୍କ ମନ ଭୟ ଓ ଆଶଙ୍କାରେ ଭରି ଉଠିଥିଲା । ବଂଶୀର ସ୍ଵନକୁ ଅପେକ୍ଷା କରି କରି ନାନା ବିପଦ ଆଶଙ୍କାରେ ବ୍ୟାକୁଳ ହୋଇଥିଲା ତାଙ୍କ ମନ । ତେଣୁ ନିଜକୁ ସ୍ଵୀକାର କରି ଦୁଃଖରେ ଭାଙ୍ଗି ପଡ଼ିଥିଲେ ସେ । ପୁତ୍ରର ଗୁଣ ସ୍ମରଣ କରି ସେ କରୁଣ ସ୍ବରରେ ବିଳାପ କରିଉଠିଥିଲେ । ଏଠାରେ ମାତା ଯଶୋଦାଙ୍କର ଅପୂର୍ବ ବାତ୍ସଲ୍ୟ-ମମତାର ଭାବ ପ୍ରକାଶ ପାଇଛି ।
ଅନୁଭବ କରି ହୁଏତ ଆସିବାରେ ବିଳମ୍ବ ହୋଇଛି । ଏହିପରି ନାନା ଭୟ ଓ ଆଶଙ୍କାରେ ମା’ ମନ ଶିହରି ଉଠିଛି । ବାତ୍ସଲ୍ୟ ମମତାମୟୀ ଜନନୀ ଯଶୋଦାଙ୍କର ବ୍ୟାକୁଳତା କବିଙ୍କ ଲେଖନୀରେ ଜୀବନ୍ତ ହୋଇଉଠିଛି।
Question ୫।
ଅସଜଡ଼ା ପଦକୁ ସଜାଡ଼ି ଲେଖ ।
(କ) ତୁ ତୁ ବିନାଶନେ ଏକଇ ବୃଦ୍ଧକାଳେ ନନ୍ଦ ହୃଦତାପ ହରିଚନ୍ଦନ ମୋହର ।
Answer:
ବୃଦ୍ଧକାଳେ ତୁ ମୋହର ଏକଇ ନନ୍ଦନ, ହୃଦତାପ ବିନାଶନେ ତୁ ହରିଚନ୍ଦନ ।
(ଖ) ଶ୍ରୁତିକି ଡଙ୍କୁଣୀ ବନକୁ ମାତିବାର ଶୁଭୁଛି ଛାଡ଼ିଦେଲି ନିଶାଚର କାହିଁକି ମୁଁ ।
Answer:
ନିଶାଚର ମାତିବାର ଶୁଭୁଛି ଶ୍ରୁତିକି, ମୁଁ ଡଙ୍କୁଣୀ ଛାଡ଼ିଦେଲି ବନକୁ କାହିଁକି ।
Question ୬।
ଯଶୋଦା ଶ୍ରୀକୃଷ୍ଣଙ୍କୁ କ’ଣ କ’ଣ ସମ୍ବୋଧନ କରି ଡାକିଛନ୍ତି, ସେହି ନାମଗୁଡ଼ିକ ଲେଖ ।
Answer:
ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ ଜନନୀ ଯଶୋଦା ସମ୍ବୋଧନ କରି ଡାକିଥିବା ନାମଗୁଡ଼ିକ ହେଲା କଳାମାଣିକ, ନିଧନ ସଙ୍ଖାଳି, ଦରିଦ୍ର ପସରା, ଅନ୍ଧ ଲଉଡ଼ି, ହୃଦ ରତ୍ନହାରା, ଜୀବ ଜୀବନ, ନୟନ ପ୍ରତିମା, ହରିଚନ୍ଦନ ।
Question ୭।
ରେଖାଙ୍କିତ ଶବ୍ଦଗୁଡ଼ିକର ଅର୍ଥ ଲେଖ ।
(କ) ନିଧନ ସଙ୍ଖାଳି ମୋର ଦରିଦ୍ର ପସରା ।
Answer:
ନିଧନ – ନିର୍ଜନ, ଧନହୀନ, ଦରିଦ୍ର, ଗରିବ ।
(ଖ) ବୃଦ୍ଧକାଳେ ତୁ ମୋହର ଏକଇ ନନ୍ଦନ ।
Answer:
ନିଧନ – ପୁଅ, ପୁତ୍ର ।
(ଗ) ଗୋଟିକା ଅଧାମ ସର ନ ରୁଚଇ ତୋତେ ।
Answer:
ଅଧାମ – ଦୁଗ୍ଧଜାତ ମିଷ୍ଟାନ୍ନ ବିଶେଷ, ରାବିଡ଼ି, ସରପୁଳି। ଦୁଗ୍ଧକୁ ଗରମ କରି ଏଥୁରୁ ଜଳୀୟ ଅଂଶ କମିଗଲା ପରେ ଅର୍ଦ୍ଧତରଳ ଅବସ୍ଥାରେ ଯାହା ରହେ ତାହାକୁ ଅଧାମ କୁହାଯାଏ । ଏହା ଏକ ସୁସ୍ବାଦୁ ଖାଦ୍ୟ ।.
(ଘ) ବନେ କଣ୍ଟା ଲାଗି ହୋଏ ମୃଦୁ ପାଦ ଚିନ୍ତା ।
Answer:
ମୃଦୁ – କୋମଳ, ନରମ ।
(ଙ) ବାର ବାର ବାରୁଥାଇ ଯିବା ପାଇଁ ବନେ ।
Answer:
ବାରୁଥାଇ – ବାରଣ କରୁଥାଇ, ମନା କରୁଥାଇ ।
Question ୮।
ତଳେ ଦିଆଯାଇଥିବା ସମୋଚ୍ଚାରିତ ଶବ୍ଦଗୁଡ଼ିକ ମଧ୍ୟରେ ଥିବା ଅର୍ଥଗତ ପାର୍ଥକ୍ୟ ଲେଖ ।
ବେଶି – ବେଶା, ନିଧନ – ନିଧନ, ଶ୍ରୁତି – ଶ୍ରୁତି, ନିଶା – ନିଶା, ବର – ବର
Answer:
ବେଶି – ଅଧ୍ଵ ।
ବେଶା – ବେଶଧାରା ।
ନିଧନ – ମୃତ୍ୟୁ, ବିନାଶ ।
ନିଧନ – ଧନହୀନ, ଦରିଦ୍ର ।
ଶ୍ରୁତି – କାନ, ଶ୍ରବଣ, ଶୁଣିବା ।
ଶ୍ରୁତି – ବେଦ, କିମ୍ବଦନ୍ତୀ ।
ନିଶା – ରାତ୍ରି ।
ନିଶା – ନିଶାଦ୍ରବ୍ୟ ଅଭସ୍ତ
ବର – ବୃକ୍ଷ ବିଶେଷ, ସ୍ୱାମା, ପତି।
ବର – ଆଶାର୍ବାଦା
Question ୯।
ତଳଲିଖିତ ଶବ୍ଦଗୁଡ଼ିକର ଦୁଇଟି ଲେଖାଏଁ ପ୍ରତିଶବ୍ଦ ଲେଖ ।
କାନନ, ଦରିଦ୍ର, ନୟନ, ଜନନୀ, ଲଉଡ଼ି
Answer:
କାନନ – ବଣ, ଜଙ୍ଗଲ ।,
ନୟନ – ଚକ୍ଷୁ, ଆଖି ।
ଲଉଡ଼ି – ବାଡ଼ି, ଯଷ୍ଟି ।
ଦରିଦ୍ର – ଦୀନ, ଗରିବ ।
ଜନନୀ – ମାତା, ମା’ ।
Comments
Post a Comment