BSE Odisha Class 6 Odia Solutions Chapter 1 ବର୍ଷା

 BSE Odisha Class 6 Odia Solutions Chapter 1 ବର୍ଷା

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ ପ୍ରଶ୍ନୋତ୍ତର


Question ୧।

ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର କୁହ ।

(କ) ବର୍ଷରେ କେତୋଟି ଋତୁ ଆସେ ?

Answer:

ବର୍ଷରେ ଛଅଟି ଋତୁ ଆସେ ।


(ଖ) ଗ୍ରୀଷ୍ମଋତୁ ପରେ କେଉଁ ଋତୁ ଆସେ ?

Answer:

ଗ୍ରୀଷ୍ମଋତୁ ପରେ ବର୍ଷାଋତୁ ଆସେ ।


(ଗ ) ମେଘମାନେ କେଉଁଠି ମିଳିତ ହୁଅନ୍ତି ?

Answer:

ମେଘମାନେ ଶୂନ୍ୟପଥରେ ବା ଆକାଶରେ ମିଳିତ ହୁଅନ୍ତି ।


(ଘ) ପୃଥ‌ିବୀ ସୂର୍ଯ୍ୟଙ୍କ ଉତ୍ତାପରେ ଆଠମାସ ଉତ୍ତପ୍ତ ଥିଲା ।

Answer:

ପୃଥ‌ିବୀ ସୂର୍ଯ୍ୟଙ୍କ ଉତ୍ତାପରେ ଆଠମାସ ଉତ୍ତପ୍ତ ଥିଲା ।


(ଙ) ଖଦ୍ୟୋତ କେତେବେଳେ ଉଡ଼ିବୁଲେ ?

Answer:

ଖଦ୍ୟୋତ ସନ୍ଧ୍ୟା ସମୟରେ ଉଡ଼ିବୁଲେ ।

ମଧ୍ୟରେ ବର୍ଷାଋତୁକୁ ଶ୍ରେଷ୍ଠ ବୋଲି କହିଥା’ନ୍ତି । ଶୂନ୍ୟ ଆକାଶ ବ୍ୟାପି ମେଘମାଳ ଚାରିଆଡ଼େ ଘୋଟିଯାଏ। ଆଠମାସ ଧରି ପ୍ରଖର ସୂର୍ଯ୍ୟତାପରେ ଭୂପୃଷ୍ଠର ସମସ୍ତ ଜଳ ରାଶି ବାଷ୍ପୀଭୂତ ହୋଇ ପୃଥ‌ିବୀ ଶୁଷ୍କ ହୋଇଯାଇଥାଏ । ବର୍ଷା କାଳର ଆଗମନରେ ସୂର୍ଯ୍ୟତାପର ପ୍ରଖରତା କମ୍ ହୋଇଯାଏ ଓ ପୃଥ‌ିବୀବାସୀଙ୍କ କଷ୍ଟ ନାଶ ହୁଏ । ପୃଥ‌ିବୀର ଦୁଃଖ ଦେଖ୍ ମେଘ କରୁଣାପୂର୍ଣ୍ଣ ହୃଦୟରେ ଜଳଦାନ କରେ । ଘୋର ଗର୍ଜନ କରି ମେଘମାଳା ଜଳ ବର୍ଷିଥା’ନ୍ତି । କବି ମଧୁସୂଦନ ଲେଖୁଛନ୍ତି –



‘‘ବାନ୍ଧବ ଅଟେ ତରୁଲତା ଜୀବର ।

ପ୍ରକାଶଇ କରୁଣା ସେ ନିରନ୍ତର ।।”


(ଖ) ଅଳପ ନଦୀଏ ପୂରିଲେ

ଲହରି ମତେ ଉଛୁଳିଲେ ।।

Answer:

ଅଳପ ନଦୀଏ …………………… ଉଛୁଳିଲେ ।।

ଉଦ୍ଧୃତାଂଶଟି କବି ଜଗନ୍ନାଥ ଦାସଙ୍କ ଲିଖ୍ ‘ବର୍ଷା’ କବିତାରୁ ଉଦ୍ଧୃତ । ଏଠାରେ କବି ବର୍ଷାକାଳରେ କ୍ଷୁଦ୍ର କ୍ଷୁଦ୍ର ନଦୀର ଅବସ୍ଥା ସମ୍ପର୍କରେ ଆଲୋକପାତ କରିଛନ୍ତି । ବର୍ଷାଋତୁ ଆସିବାମାତ୍ରେ ଚାରିଆଡ଼େ ଅନବରତ ବର୍ଷା ହୋଇଥାଏ । ବର୍ଷାଜଳ ଲାଭକରି ପ୍ରାଣୀଜଗତ ଆନନ୍ଦିତ ହୋଇଥା’ନ୍ତି । ଜୁଳୁଜୁଳିଆ ପୋକମାନେ ସନ୍ଧ୍ୟାବେଳେ ଉଡ଼ିବୁଲନ୍ତି । ମେଘର ଗୁରୁଗମ୍ଭୀର ଗର୍ଜନ ଶୁଣି ବେଙ୍ଗମାନେ ଜଳାଶୟ ଚାରିପାଖରେ ବେଢ଼ିଯାଇ ଗର୍ଜନ କରନ୍ତି । ଛୋଟ ଛୋଟ ନଦୀ ଜଳରେ ପୂର୍ଣ୍ଣଗର୍ଭା ହୋଇଉଠନ୍ତି । ସେସବୁ ନଦୀରେ ହଠାତ୍ ବନ୍ୟା ଦେଖାଦିଏ । ଲହରି ସହିତ ଛୋଟ ଛୋଟ ନଦୀଗୁଡ଼ିକ ଉଛୁଳି ଉଠି ଦୁଇକୂଳକୁ ଛୁଇଁଥା’ନ୍ତି।


(ଗ) ଛତୁ ଯେ ଛତ୍ର ପ୍ରାୟ ହୋଇ

ରାଜାର ପ୍ରାୟ ଦିଶେ ମହୀ ॥

Answer:

ଛତୁ ଯେ …………………. ଦିଶେ ମଦୀ ।।

ଶଂସିତ ପଦ୍ୟାଶଟି କବି ଜଗନ୍ନାଥ ଦାସଙ୍କ ଲିଖ୍ ‘ବର୍ଷା’ କବିତାରୁ ଉଦ୍ଧୃତ । ଏଠାରେ କବି ପୃଥ‌ିବୀକୁ ରାଜା ସହିତ କିପରି ତୁଳନା କରିଛନ୍ତି, ତାହା ବର୍ଣ୍ଣିତ ହୋଇଛି । ବର୍ଷାଋତୁର ଆଗମନରେ ପୃଥ‌ିବୀ ଶସ୍ୟଶ୍ୟାମଳା ହୋଇଉଠେ । ପୃଥ‌ିବୀ ପୃଷ୍ଠରେ ବିଭିନ୍ନ ଶସ୍ୟରାଶି ଭରପୂର ହୋଇଯାଏ । ଶସ୍ୟରେ ଭରପୂର କ୍ଷେତକୁ ଦେଖ୍ ମଣିଷ ଚିତ୍ତରେ ପୁଲକ ଜାତ ହୁଏ । ଏହି ଋତୁରେ ଚାରିଆଡ଼େ ଛତୁଗୁଡ଼ିକ ଫୁଟି ଉଠି ଛତା ପ୍ରାୟ ଦେଖାଯା’ନ୍ତି । ରାଜାଙ୍କର ମସ୍ତକରେ ପାଟଛତା ଶୋଭା ପାଇଲା ପରି ପୃଥ‌ିବୀ ରାଜାଙ୍କର ମସ୍ତକରେ ଛତୁଗୁଡ଼ିକ ପାଟଛତା ପରି ଶୋଭା ପାଇଥାଏ । ଏସବୁ ଦୃଶ୍ୟ ଦେଖି ସମସ୍ତେ ଆନନ୍ଦରେ ଆତ୍ମହରା ହୋଇଉଠନ୍ତି । ବାସ୍ତବରେ କବିଙ୍କର ଏହି କାବ୍ୟକ ତୁଳନା ବେଶ୍ ହୃଦୟସ୍ପର୍ଶୀ

 ହୋଇପାରିଛି ।

Question ୪।

ନିମ୍ନଲିଖ ପଦ୍ୟାଶରେ ଖାଲିଥିବା ସ୍ଥାନକୁ ବହି ଦେଖୁ ପୂରଣ କର ।

(କ) ପ୍ରାଣୀ ଜୀବନ ………………….. ଚିତ୍ତରେ ବରଷି ॥

Answer:

ପ୍ରାଣୀ ଜୀବନ ଶସ୍ୟରାଶି

କରୁଣା ଚିତ୍ତରେ ବରଷି ॥


(ଖ) …………….. ଶସ୍ୟରାଶି

ଏଣେ ………… ମହୀ ……….॥

Answer:

ନାନା ପ୍ରକାରେ ଶସ୍ୟରାଶି

ଏଣେ ପୂରିତ ମହୀ ଦିଶି ॥


Question ୫।

ଏହି କବିତାରେ ‘ସୂର୍ଯ୍ୟ’ ଓ ‘ପୃଥ‌ିବୀ’ ଶବ୍ଦ ପାଇଁ ଅନ୍ୟ ଯେଉଁ ଶବ୍ଦଗୁଡ଼ିକ ବ୍ୟବହାର କରାଯାଇଛି, ତାହାକୁ ଲେଖ ।

Answer:

ସୂର୍ଯ୍ୟ – ରବି

ପୃଥ‌ିବୀ – ମଞ୍ଚପୁର, ମହୀ



Question ୬।

‘ବରଷା’ ଶବ୍ଦର ଗଦ୍ୟରୂପ ‘ବର୍ଷା’, ସେହିପରି ନିମ୍ନଲିଖତ ଶବ୍ଦଗୁଡ଼ିକର ଗଦ୍ୟରୂପ ଲେଖ ।

ଶବଦ, ଗରଜି, ବରଷି, ଗ୍ରୀଷମ, ତପତ, ଅଳପ

Answer:

ପଦ୍ୟ ରୂପ ଗଦ୍ୟରୂପ ପଦ୍ୟ ରୂପ ଗଦ୍ୟରୂପ

ଶବଦ ଶବ୍ଦ ଗ୍ରୀଷମ ଗ୍ରୀଷ୍ମ

ଗରଜି ଗର୍ଜି ତପତ ତପ୍ତ

ବରଷି ବର୍ଷି ଆ କପ ଅଚ୍ଛ


Question ୭|

ତଳେ ଦିଆଯାଇଥ‌ିବା ଶବ୍ଦଗୁଡ଼ିକର ଅର୍ଥ ସୂଚାଉଥ‌ିବା ଶବ୍ଦକୁ ବନ୍ଧନୀ ମଧ୍ଯରୁ ବାଛି ଲେଖ ।

ମଞ୍ଚପୁର (ସ୍ଵର୍ଗପୁର, ପାତାଳପୁର, ମର୍ତ୍ତ୍ୟପୁର)

ଭୁଞ୍ଜନ୍ତି (ଭୋଜନ କରନ୍ତି, ଭୋଗ କରନ୍ତି, ଭରଣ କରନ୍ତି)

ମଣ୍ଡୁକ (ସାପ, ବେଙ୍ଗ, ମୟୂର)

ନିଶାମୁଖ (ସକାଳ, ସନ୍ଧ୍ୟାବେଳ, ରାତି)

Answer:

ମଞ୍ଚପୁର – ମର୍ତ୍ତ୍ୟପୁର

ଭୁଞ୍ଜନ୍ତି – ଭରଣ କରନ୍ତ

ମଣ୍ଡୁକ – ବେଙ୍ଗ

ନିଶାମୁଖ – ସନ୍ଧ୍ୟାବେଳ


Question ୮।

‘ଆଠ’କୁ ଯେପରି ‘ଅଷ୍ଟ’ କୁହାଯାଏ, ସେହିପରି ନିମ୍ନଲିଖତ ଶବ୍ଦଗୁଡ଼ିକୁ କ’ଣ କୁହାଯିବ ଲେଖ ।

ନଅ, ସାତ, ଛଅ, ଏଗାର

Answer:

ନଅ – ନବ

ସା-ସପ୍ତ

ଛଅ-ଷଷ୍ଠ

ଏଗାର – ଏକାଦଶ


Question ୯।

ପ୍ରତ୍ୟେକ ଧାଡ଼ିରେ ତିନୋଟି ଏକ ଜାତୀୟ ଶବ୍ଦ ସହିତ ଗୋଟିଏ ଭିନ୍ନ ଜାତୀୟ ଶବ୍ଦ ମିଶି ରହିଛି । ଭିନ୍ନ ଜାତୀୟ ଶବ୍ଦଟିକୁ ଚିହ୍ନଟ କରି ଲେଖ ।

(କ) ବର୍ଷା, ବିଜୁଳି, ଗିରିଶିଖ, ପବନ

(ଖ) ମୟୂକ, ମୟୂର, ଛତୁ, ଖଦ୍ୟୋତ

Answer:

(କ) ଗିରିଶିଖ

(ଖ) ଛତୁ ।

Answer:

ବର୍ଷାକାଳରେ ଆକାଶରେ କଳାମେଘ ଭାସୁଥିବାର ଦେଖାଯାଏ । ମେଘ ଫାଙ୍କରେ ବିଜୁଳି ଚମକେ ଓ ଘଡ଼ଘଡ଼ିର ଶବ୍ଦ ଶୁଣିବାକୁ ମିଳେ ।


(ଗ) ମେଘମାଳା କିପରି ଭାବରେ ଜଳ ବର୍ଷା କଲେ ?

Answer:

ମହାଶୂନ୍ୟରେ ମେଘମାନେ ବିଜୁଳି ଓ ଘଡ଼ଘଡ଼ି ଶବ୍ଦ ସହ ମିଳିତ ହେଲେ । ପରେ ପରେ ଭୀଷଣ ଶବ୍ଦ କରି ମେଘମାଳ ଜଳ ବର୍ଷା କଲେ ।


(ଘ) ବର୍ଷାଋତୁକୁ ସକଳ ଋତୁଙ୍କର ସାର ବୋଲି କୁହାଯାଏ କାହିଁକି ?

Answer:

ବର୍ଷାଋତୁର ଜଳଦାନରେ ପୃଥ‌ିବୀ ଶସ୍ୟଶ୍ୟାମଳା ହୁଏ । ବିଭିନ୍ନ ପ୍ରକାର ଖାଦ୍ୟଶସ୍ୟ ଉତ୍ପନ୍ନ ହୁଏ । ବର୍ଷାଋତୁ କୁହାଯାଏ । ବର୍ଷ।ରତୁ ଯୋଗୁଁ ଜୀବଜଗତର ଖାଦ୍ୟାଭାବ ଓ ଜଳାଭାବ କଷ୍ଟ ଦୂର ହେଉଥିବାରୁ ଏହାକୁ ସକଳ ଋତୁଙ୍କର ସାର ବୋଲି କହାଯାଏ ।


(ଙ) ବର୍ଷାକାଳରେ ଖଦ୍ୟୋତ କ’ଣ କରେ ?

Answer:

ବର୍ଷାକାଳୀନ ସନ୍ଧ୍ୟାରେ ଖଦ୍ୟୋତ (ଜୁଳୁଜୁଳିଆ ପୋକ) ବିଭିନ୍ନ ଆଡ଼େ ଉଡ଼ିବୁଲେ । ସେମାନଙ୍କ ମିଞ୍ଜିମିଞ୍ଜି ଆଲୁଅରେ ମେଘୁଆ ସନ୍ଧ୍ୟା ସୁନ୍ଦର ଦେଖାଯାଏ ।

Question ୩ ।

ସରଳ ଭାଷାରେ ବୁଝାଇ ଲେଖ ।

(କ) ‘‘ପ୍ରାଣୀ ଜୀବନ ଜଳରାଶି

କରୁଣା ଚିତ୍ତରେ ବରଷି ॥”

Answer:

ପ୍ରାଣୀ ଜୀବନ ……………. ବରଷି ॥

ଉଦ୍ଧୃତାଂଶଟି ଜଗନ୍ନାଥ ଦାସଙ୍କ ରଚିତ ‘ବର୍ଷା’ ପଦ୍ୟରୁ ଉଦ୍ଧୃତ । ଏଠାରେ ଜଳ ସହିତ ପ୍ରାଣୀ ଜୀବନର ସମ୍ପର୍କକୁ କବି ସୁନ୍ଦରଭାବେ ବର୍ଣ୍ଣନା କରିଛନ୍ତି । ବର୍ଷାକାଳ ଆସିଲେ ପୃଥବୀର ଦୁଃଖ ଦୂର ହୁଏ । ଆଠମାସ ଧରି ସୂର୍ଯ୍ୟ ତାପରେ ଶୁଖୁଲା ପଡ଼ିଥିବା ମାଟିରେ ବର୍ଷାଜଳ ପଡ଼ି ତାକୁ ଉର୍ବର କରେ । ଫଳରେ ପୃଥ‌ିବୀ ଶସ୍ୟଶ୍ୟାମଳା ହୁଏ । ମେଘମାଳ ଘୋର ଗର୍ଜନ କରି ଜଳ ବର୍ଷା କରନ୍ତି । ପ୍ରାଣୀର ଜୀବନ ହେଉଛି ଜଳ । ଜଳ ବିନା ଜୀବନ ଧାରଣ ସମ୍ଭବ ନୁହେଁ । ତେଣୁ ବର୍ଷାଋତୁ କରୁଣାପୂର୍ଣ୍ଣ ହୃଦୟରେ ଜଳ ବର୍ଷାକରି ପ୍ରାଣୀର ଜୀବନରୁ ଦୁଃଖ ସନ୍ତାପ ଦୂର କରିଥାଏ । ଏହି ବର୍ଣ୍ଣନାରେ ଜଳ ସହ ଜୀବନର ନିବିଡ଼ ସମ୍ପର୍କ ଥ‌ିବାର ସୂଚନା ଦିଆଯାଇଛି ।


(ଖ) ‘‘ତପସ୍ୟା ଫଳ ଯେହ୍ଲେ ପାଇ

‘‘ଭୁଞ୍ଜନ୍ତି ଅତି ସୁଖୀ ହୋଇ ॥’’

Answer:

ତପସ୍ୟା ଫଳ ………… ସୁଖୀ ହୋଇ ॥

ଉଦ୍ଧୃତାଂଶଟି ଜଗନ୍ନାଥ ଦାସଙ୍କ ରଚିତ ‘ବର୍ଷା’କବିତାରୁ ଉଦ୍ଧୃତ । ଏଠାରେ କବି ପୃଥ‌ିବୀକୁ ଜଣେ ତପସ୍ବୀ ଏବଂ ବର୍ଷାଜଳକୁ ତପସ୍ୟାର ଫଳ ସ୍ଵରୂପ ବର୍ଣ୍ଣନା କରିଛନ୍ତି । ଆଠମାସ ଧରି ପୃଥ‌ିବୀ ଶୁଷ୍କ ଥାଏ । ବର୍ଷାଜଳ ପାଇ ତା’ର ଦୁଃଖ ଦୂର ହୁଏ । ପ୍ରାଣୀ, ଉଭିଦ ସମସ୍ତେ ସନ୍ତୋଷ ଲାଭ କରନ୍ତି । ତପସ୍ବୀଜନ ଯେପରି କଷ୍ଟ ସହି ତପସ୍ୟା କରେ ଏବଂ ଦୀର୍ଘଦିନର ତପସ୍ୟା ପରେ ବାଞ୍ଛିତ ଫଳ ପାଇ ସନ୍ତୁଷ୍ଟ ହୁଏ, ପୃଥ‌ିବୀ ସେହିପରି କଷ୍ଟ ସହି ଜଳ ପାଇଲା ପରେ ସନ୍ତୁଷ୍ଟ ହୁଏ ।

ଏଠାରେ କବିଙ୍କର ତୂଳନାତ୍ମକ ବର୍ଣ୍ଣନାଟି ଯଥାର୍ଥ ଅଟେ । ଏଠାରେ କବିଙ୍କର ତୁଳନାତ୍ମକ ବର୍ଣ୍ଣନାଟି ଯଥାର୍ଥ ଅଟେ।


(ଗ) ‘‘ଜଳ ପାଇଲା ତୋଷଚିତ୍ତେ

ତପଷ୍ଟୀଚ୍ଚନଙ୍କ ର ମତେ ॥’’

Answer:

ଜଳ ପାଇଲା ………………….. ମତେ ॥

ଉଦ୍ଧୃତାଂଶଟି ଜଗନ୍ନାଥ ଦାସଙ୍କ ରଚିତ ‘ବର୍ଷା’ ପଦ୍ୟରୁ ଉଦ୍ଧୃତ । ଏଠାରେ କବି ପୃଥ‌ିବୀର ଜଳପ୍ରାପ୍ତିକୁ ତପସ୍ଵୀମାନଙ୍କର ତପସ୍ୟାର ଫଳପ୍ରାପ୍ତି ସହ ତୁଳନା କରିଛନ୍ତି । ଦୀର୍ଘ ଆଠମାସ ଧରି ପୃଥ‌ିବୀ ପ୍ରଚଣ୍ଡ ସୂର୍ଯ୍ୟକିରଣରେ ସନ୍ତାପିତ ହୋଇ ଶୁଷ୍କ ବା ରସଶୂନ୍ୟ ହୋଇଯାଇଥିଲା ବର୍ଷାଋତୁ ଆସିବାରୁ ଜଳଧାରା ପୃଥ‌ିବୀରେ ପଡ଼ି ପୃଥ‌ିବୀକୁ ବେଶ୍ ସନ୍ତୋଷ ପ୍ରଦାନ କଲା । ଏହି କଥାକୁ କବି ଏକ ପାର୍ଥିବ ଘଟଣା ସହ ତୁଳନା କରିଛନ୍ତି । ତପସ୍ଵୀମାନେ ବିଭୁ ସାନ୍ତଧ୍ୟ ଲାଭ ପାଇଁ କଠୋର ତପସ୍ୟା କରିଥା’ନ୍ତି । ଯେତେବେଳେ ତାଙ୍କର ତପସ୍ୟା ସାର୍ଥକ ହୁଏ ଓ ଅଭୀଷ୍ଟ ଫଳ ଲାଭ ହୁଏ, ସେତେବେଳେ ସେମାନେ ଆତ୍ମସନ୍ତୋଷ ଲାଭ କରି ସୁଖୀ ହୁଅନ୍ତି । ଏଠାରେ କବି ପୃଥ‌ିବୀକୁ ତପସ୍ଵୀ ଜନ ଏବଂ ଦୀର୍ଘ ଆଠମାସ ଧରି ପୃଥ‌ିବୀ ଭୋଗ କରୁଥିବା ରୌଦ୍ରତାପ ଜନିତ ସନ୍ତାପ ଓ ଜଳକଷ୍ଟକୁ ତା’ର କଠୋର ତପସ୍ୟା ସହ ତୁଳିତ କରିଛନ୍ତି । ମେଘମାଳାର ବାରିଦାନ ରୂପକ ଅଭୀଷ୍ଟ ଫଳପ୍ରାପ୍ତିରେ ପୃଥ‌ିବୀ ସୁଖୀ ହୁଏ ବୋଲି କବି କହିଛନ୍ତି । ବାସ୍ତବରେ କବିଙ୍କର ବର୍ଣ୍ଣନା ବେଶ ଭାବଗର୍ଭକ ହୋଇଛି।


Comments

Popular posts from this blog

BSE Odisha Class 10 History Solutions Chapter 1 ଭାରତୀୟ ଜାତୀୟ ଆନ୍ଦୋଳନରେ ଗାନ୍ଧିଜୀଙ୍କ ଆବିର୍ଭାବ

BSE Odisha 10th Class English Solutions Chapter 1 All Things Bright and Beautiful

BSE Odisha Class 10 History Solutions Chapter 5 ସୁଭାଷ ଚନ୍ଦ୍ର ବୋଷ ଓ ଭାରତୀୟ ଜାତୀୟସେନା